ପାକିସ୍ତାନ ବାହାରେ ଖେଳାଯିବ ଏସିଆ କପ୍, ଜାଣନ୍ତୁ କାରଣ

ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: ଏସିଆ କପ୍ ୨୦୨୩ର ଆୟୋଜନ କରିବ ନାହିଁ ପାକିସ୍ତାନ। ଶନିବାର ମିଳିଥିବା ସୂଚନା ଅନୁଯାୟୀ ପାକିସ୍ତାନ ଏହି ଏସିଆ କପ୍ ଆୟୋଜନ କରିପାରିବ ନାହିଁ। ନିକଟରେ ବିସିସିଆଇ ସଚିବ ଜୟ ଶାହ କହିଥିଲେ, ଏସିଆ କପ୍ ପାଇଁ ଭାରତୀୟ ଟିମ୍ ପାକିସ୍ତାନ ଯାଇପାରିବ ନାହିଁ। ଏହାପରେ ଏପରି ଏକ ସୂଚନା ଆସିଛି। କିନ୍ତୁ ଏସିଆ କପ୍ ପାକିସ୍ତାନରୁ ସ୍ଥାନାନ୍ତର ହେବା ପଛର କାରଣ ନିଜ ଦେଶର ଆର୍ଥିକ ସ୍ଥିତି ବୋଲି ଜଣାପଡିଛି।

Omkar Vasthu
Omkar Vasthu

ପିସିବି ମୁଖ୍ୟ ନଜାମ ସେଠୀଙ୍କ ଅନୁରୋଧ କ୍ରମେ ଶନିବାର ବାହାରିନରେ ଏସିଆ କ୍ରିକେଟ ପରିଷଦର ଏକ ଜରୁରୀ ବୈଠକ ବସିଥିଲା। ବିସିସିଆଇ ସଚିବ ଜୟ ଶାହ ଏବଂ ନଜାମ ସେଠୀଙ୍କ ମଧ୍ୟରେ ଏହି ସମୟରେ ଆଲୋଚନା ହୋଇଥିଲା। ତେବେ ସମାନ ବୈଠକରେ ମାର୍ଚ୍ଚରେ ବସିବ ଏବଂ ଏସିଆ କପ୍ ପାକିସ୍ତାନ ପରିବର୍ତ୍ତେ କେଉଁଠି ହେବ ସେ ନେଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ରହିଛି।

Pearl dental clinic
Near Ashish Medical Store, Bhawanipatna

୨୦୨୩ ଏସିଆ କପ୍ ଆୟୋଜନ କରିବାର ଅଧିକାର ପ୍ରଥମେ ପାକିସ୍ତାନକୁ ଦିଆଯାଇଥିଲା ଏବଂ ଏହା ସେପ୍ଟେମ୍ବର ୨୦୨୩ ରେ ଅନୁଷ୍ଠିତ ହେବ। କିନ୍ତୁ ଏସିସି ଅଧ୍ୟକ୍ଷ ଜୟ ଶାହ ଗତ ବର୍ଷ ଅକ୍ଟୋବରରେ ଘୋଷଣା କରିଥିଲେ ଯେ ଭାରତ ପାକିସ୍ତାନ ଗସ୍ତ କରିବ ନାହିଁ। ସେବେଠାରୁ ଏହାକୁ ନେଇ ଦୁଇ ଦେଶର କ୍ରୀଡା ପ୍ରଶାସକଙ୍କ ମଧ୍ୟରେ ବିବାଦ ତେଜିଛି। ଏବେ କିନ୍ତୁ ସ୍ପଷ୍ଟ ହୋଇଛି ଯେ ଏହି ଶୃଙ୍ଖଳା ଏବେ ପାକିସ୍ତାନ ବାହାରେ ଅନୁଷ୍ଠିତ ହେବ। ୟୁଏଇରେ ଏସିଆ କପ୍ ଆୟୋଜନ ପାଇଁ ଚର୍ଚ୍ଚା ହେଇଛି ହେଲେ ଏଯାଏ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ବାହାରିନରେ ଅନୁଷ୍ଠିତ ଏହି ବୈଠକ ବିଷୟରେ ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ପିଟିଆଇକୁ କହିଛନ୍ତି ଯେ ଆଜି ଏସିସି ସଦସ୍ୟମାନେ ଭେଟିଥିଲେ ଏବଂ ସେଠାରେ ଏକ ସକରାତ୍ମକ ଆଲୋଚନା ହୋଇଥିଲା। କିନ୍ତୁ ସ୍ଥାନ ସ୍ଥାନାନ୍ତର ନିଷ୍ପତ୍ତି ମାର୍ଚ୍ଚ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। କିନ୍ତୁ ଏହା ନିଶ୍ଚିତ ଯେ ଭାରତ ପାକିସ୍ତାନ ଯାଉନାହିଁ। ପାକିସ୍ତାନ ବାହାରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.