ଜୟଲକ୍ଷ୍ମୀ ସାଂସୃତିକ ଅନୁଷ୍ଠାନ ତରଫରୁ ଡକ୍ଟର ଅମ୍ବେଦକରଙ୍କ ଜୟନ୍ତୀ ପର୍ବ ପାଲିତ 

କୋକସରା/ଗୋଲାମୁଣ୍ଡା,୨୨/୪ : ଗୋଲାମୁଣ୍ଡା ବ୍ଳକ୍ ଚପ୍ରିଆ ଠାରେ ରବିବାର ଜୟଲକ୍ଷ୍ମୀ ସାଂସୃତିକ ଅନୁଷ୍ଠାନ ତରଫରୁ ଡ.ଭୀମରାଓ ଅମ୍ବେଦକରଙ୍କ ୧୨୮ତମ ଜୟନ୍ତୀ ପର୍ବ ପାଲିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ପଛୁଆବର୍ଗ ସେଲର ଜିଳ୍ଳା ଆବାହକ ସମାଜସେବୀ ଡମ୍ବରୁଧର ଲହଜଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।


ସର୍ବ ପ୍ରଥମେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଓ ଗ୍ରାମର ଜନସାଧାରଣ ନଗର ପରିକ୍ରମା କରି ସଭାମଞ୍ଚକୁ ଆସିଥିଲେ। ମୁଖ୍ୟ ଅତିଥି ମଞ୍ଚ ଉଦଘାଟନ କରି ନିଜ ଅଭିଭାଷଣରେ ପଛୁଆବର୍ଗର ଉନ୍ନତି ପାଇଁ ମାର୍ଗଦର୍ଶନ କରେଇଥିଲେ ଓ ପଛୁଆବର୍ଗଙ୍କ ପାଇଁ ସରକାରୀ ସ୍ଥରରେ ସଂରକ୍ଷଣ ବ୍ୟବସ୍ଥା ଉପରେ ସୁଧାର ଆଣିବା କଥା ପ୍ରକାଶ କରିଥିଲେ। ସଂଧ୍ୟା ସମୟରେ ଅନୁଷ୍ଠାନ ତରଫରୁ ବିଭିନ୍ନ ପରମ୍ପରାକୁ ନେଇ ସାଂସୃତିକ କାର୍ଯ୍ୟକ୍ରମ ହୋଇଥିଲା। ସେଥି ମଧ୍ୟରୁ ଆଦିବାସୀ ସଂସୃତି ରେ ପୋଢବଲୀକୁ ସୁନ୍ଦର କଳା ମାଧ୍ୟମରେ ପ୍ରଦର୍ଶନ କରିଥିଲେ।

ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ଜତିନ୍ଦ୍ର କର, ପୂର୍ବତନ ଚେୟାରମ୍ୟାନ ବୃହସ୍ପତି ସାହୁ, ଶିକ୍ଷାବିତ ବିରକିଶୋର ରଣା, ମନୋଜ ତାଣ୍ଡି, ନରହରି ବାଗ, ଜ୍ୟୋତି ପ୍ରକାଶ ମହାନନ୍ଦ, ହରି ବାଗ, ଡମ୍ବରୁଧର ବାଗ ଓ ଜୟଳକ୍ଷ୍ମୀ ସାଂସୃତିକ ଅନୁଷ୍ଠାନର ସଭାପତି ଶ୍ରୀ ମନୋଜ ଚନ୍ଦନ ଉପସ୍ଥିତ ରହି ଗତ ବର୍ଷ ଶିକ୍ଷା କ୍ଷେତ୍ରରେ କୃତିତ୍ବ ଲାଭ କରିଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ।

Report by : Hiranya Behera & Tuleswar Behera,  odiabarta.in 
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.