୬୮କେଜି ଗଂଜେଇ ଓ ୫୫ଲିଟର ତାଡି ମଦ ଜବତ ସହ ୭ ଅଭିଯୁକ୍ତ ଗିରଫ

ଅବକାରୀ ବିଭାଗର ବ୍ୟାପକ ଧରପଗଡ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲ୍ଳାରେ ଦିନକୁ ଦିନ ବୃଦ୍ଧି ପାଉଛି ଗଂଜେଇ ଚାଷ ଓ ଚୋରା ଚାଲାଣ । ମାଫିଆ ମାନେ ଯେତିିକି ସର୍ତକତା ସହ ଗଂଜେଇ ଚୋରାଚାଲାଣ କରିବା ତଥା ଦୁର୍ଗମ ଅଂଚଳର ପାହାଡ ଶୀଖରରେ ଗଂଜେଇ ଚାଷ କରିବା ପାଇଁ ଯୋଜନା କରୁଛନ୍ତି ତାହା ଠାରୁ ଅଧିକ ସର୍ତକତା ତଥା ଦାୟିତ୍ୱବାନ ହୋଇ ରାୟଗଡା ଜିଲ୍ଳା ଅବକାରୀ ବିଭାଗ ନିଜର ସେବା କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରୁଛନ୍ତି । ଗଂଜେଇ ଚୋରା ଚାଲାଣ ହେଉ ଅଥବା ତାଡି,ଦେଶୀ ରନ୍ଧାମଦ,ପୋଚ ପ୍ରସୁ୍‌ତ ଆଦି ବେଆଇନ ବ୍ୟବସାୟକୁ ବନ୍ଦ କରିବା ପାଇଁ ଅବକାରୀ ପୋଲିସ ସଦଳବଳ ଘଟଣାସ୍ଥଳକୁ ଯାଇ ପଦକ୍ଷେପ ଗ୍ରହଣ କରିବା ଫଳରେ ଜିଲ୍ଳାରେ ଅବକାରୀ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟକଳାପରେ ନାକେ ଦମ ହୋଇପଡିଛନ୍ତି ଅସାଧୁ ବ୍ୟବସାୟୀ । ଏହି ପରିପ୍ରେକ୍ଷୀରେ ରାଜ୍ୟ ଅବକାରୀ କମିଶନର ଆଶିଷ ସିଂ ଓ ରାୟଗଡା ଜିଲ୍ଳାପାଳ ସ୍ୱଧାଦେବ ସିଂଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଳା ଅବକାରୀ ଅଧୀକ୍ଷକ ଅଭିରାମ ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅବାକାରୀ ପୋଲିସ୍ ଟିମ୍ ଜିଲ୍ଳାର ବିଭିନ୍ନ ଅବକାରୀ ଥାନା ଅଂଚଳରେ ଧରପଗଡ ଜାରି ରଖିଛନ୍ତି । ଗତକାଲି ଫେବୃଆରୀ ୪ ଓ ଆଜି ୫ତାରିଖରେ ରାୟଗଡା ଅବକାରୀ ରେଂଜ ଅଧିନରେ ଚଢାଉ କରି ୭ଗୋଟି ମାମଲା ରୁଜୁ କରିବା ସହ ୭ଜଣ ଅଭିଯୁକ୍ତଙ୍କୁ ବିଭିନ୍ନ ମାମଲାରେ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ସେମାନଙ୍କ ଠାରୁ ମୋଟ ୬୮କେଜି ୨୦୦ଗ୍ରାମର ଗଂଜେଇ ସହ ୫୫ଲିଟର ତାଡି ମଦ ଜବତ କରିଥିବା ନେଇ ଅବକାରୀ ଅଧୀକ୍ଷକ ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

୪ତାରିଖରେ ରାୟଗଡା ଥାନା ଅନ୍ତର୍ଗତ ରେଳବାଇ ଷ୍ଟେସନ ନିକଟରେ ଅଭିଯୁକ୍ତ କାଳିଆ ବିଡିକା ନିକଟରୁ ୧୫କେଜି,ରବି ଲିମା ଠାରୁ ୧୧କେଜି ଓ ସୁଶାନ୍ତ ବିର ଠାରୁ ୧୩କେଜି ଏବଂ ଶେଷଖାଲ ଥାନା ଅନ୍ତର୍ଗତ କେରଡା ଠାରେ ଦୀନବନ୍ଧୁ ରାଉତ ନାମକ ଅଭିଯୁକ୍ତଙ୍କ ଠାରୁ ୭କେଜି ମୋଟ ୪୬କେଜି ଗଂଜେଇ ଜବତ କରାଯାଇଥିବା ବେଳେ ଆଜି ୫ତାରିଖରେ ପୁଣି ରେଳବାଇ ଷ୍ଟେସନ ରାୟଗଡା ଅଂଚଳରୁ ଅଭିଯୁକ୍ତ ଚନ୍ଦନ କୁମାର ପ୍ରଧାନ ଠାରୁ ୨୨କେଜି ଏବଂ ଚାନ୍ଦିଲି ଥାନା ଅନ୍ତର୍ଗତ ରେଙ୍ଗାଲପାଡୁ ଛକ ନିକଟରୁ ଅଭିଯୁକ୍ତ ଜଗବନ୍ଧୁ ପିରିବାକା ଠାରୁ ୩୦ଲିଟର ଓ ଶଶି ପିରିବାକା ଠାରୁ ୨୫ଲିଟର ମୋଟ ୫୫ଲିଟର ତାଡି ମଦ ଓ ଗୋଟିଏ ମୋଟର ସାଇକେଲ (ଏପି-୩୧-ଏସି-୦୫୨୬)କୁ ଜବତ କରାଯାଇଥିଲା । ଏହି ଚଢାଉରେ ଡେପୁଟି ଅବକାରୀ ଅଧୀକ୍ଷକ ଗୁପ୍ତେଶ୍ୱର ପ୍ରଧାନ, ଜିଲ୍ଳା ମୋବାଇଲ ୟୁନିଟ୍ ନିରୀକ୍ଷକ ଶ୍ରୀମତି ପ୍ରୀତିଧର ନାୟକ, ରାୟଗଡା ସଦର ଅବକାରୀ ଥାନା ନିରୀକ୍ଷକ ଶ୍ରୀମତି ସୀମା କିରଣ ବେକ୍‌, ରାୟଗଡା ଅବକାରୀ ଥାନା ଓଆଇସି ସଂଜୟ କୁମାର ପ୍ରଧାନ, ଜିଲ୍ଳା ମୋବାଇଲ ୟୁନିଟ୍‌ର କିଶୋର ଚନ୍ଦ୍ର ରଥ, ଏସ.ଆଇ.ପଙ୍କଜ କୁମାର ନାୟକ, ଚିଦାନନ୍ଦ ବେହେରା, ବି.ଏସ.ବେହେରାଙ୍କ ସମେତ ରାୟଗଡା ରେଂଜର ଅନ୍ୟ ଷ୍ଟାଫ୍‌ମାନେ ସାମିଲ ହୋଇଥିଲେ

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.