ଫେବୃଆରୀ ୧୪ରେ ବେସରକାରୀ କଲେଜ ଶିକ୍ଷକ ସଂଘର ବରଗଡ଼ ଜିଲ୍ଲା ସମ୍ମିଳନୀ 

ଓଡ଼ିଆ ବାର୍ତ୍ତା/ ବରଗଡ଼: ମେଲଛାମୁଣ୍ଡା ଜୁନିୟର କଲେଜ ଠାରେ ଆସନ୍ତା ଫେବୃୟାରୀ ୧୪ ତାରିଖ ଦିନ ନିଖିଳ ଉତ୍କଳ ବେସରକାରୀ କଲେଜ ଶିକ୍ଷକ ସଂଘ ବରଗଡ଼ ଜିଲ୍ଲା ଶାଖାର ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି। ୧୪ ଫେବୃଆରୀ ମଙ୍ଗଳବାର ପୂର୍ବାହ୍ନ ୧୦.୩୦ରେ ଏହା ଆରମ୍ଭ ହେବ। ଏହି ସମ୍ମିଳନୀରେ ସମସ୍ତ ବର୍ଗର ବେସରକାରୀ କଲେଜ ଅଧ୍ୟାପକ ଓ କର୍ମଚାରୀ ମାନଙ୍କ ବିଭିନ୍ନ ପ୍ରକାରର ସମସ୍ୟା ଉପରେ ଆଲୋକପାତ କରିବାସହ ଏହାର ସମାଧାନ ପାଇଁ ବିଚାର ବିମର୍ଶ କରାଯିବ। ରାଜ୍ୟ ସଂଘର ଯୁଗ୍ମ ସମ୍ପାଦକ ପ୍ରାଧ୍ୟାପକ ଅଶ୍ଵିନୀ ସୂପକାର ଓ ସଂଗଠନ ସମ୍ପାଦକ ପ୍ରାଧ୍ୟାପକ ପ୍ରଣୟାନନ୍ଦ ତ୍ରିପାଠୀ ମଧ୍ୟ ଏହି ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀରେ ଜିଲ୍ଲାର ସମସ୍ତ ବେସରକାରୀ କଲେଜ ଅଧ୍ୟାପକ ଓ କର୍ମଚାରୀ ବୃନ୍ଦ ବହୁ ସଂଖ୍ୟାରେ ଯୋଗ ଦେବାକୁ ଜିଲ୍ଲା ସଂଘର ସାଧାରଣ ସମ୍ପାଦକ ପ୍ରାଧ୍ୟାପକ ପ୍ରଫୁଲ୍ଲ ମିଶ୍ର, କାର୍ଯ୍ୟକାରୀ ସଭାପତି ପ୍ରାଧ୍ୟାପକ ବିଦ୍ୟାଧର ଦାଶ, ସଂଗଠନ ସମ୍ପାଦକ ପ୍ରାଧ୍ୟାପକ ସୁଦୀପ୍ତ କୁମାର ଦାଶ ତଥା ମେଲାଛାମୁଣ୍ଡା କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷ ବିନୋଦ ବିହାରୀ ମିଶ୍ର ନିବେଦନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.