କିଡ଼ିଙ୍ଗ ସଂରକ୍ଷିତ ଜଙ୍ଗଲର କାଞ୍ଚିଲି ଗାଁରେ ବାଘ ଆତଙ୍କ

ଗୋଟିଏ ଗାଈ ଓ ବଳଦ ମୃତ, ଘଟଣାସ୍ଥଳରେ ପହଞ୍ଚିଲା ବନ ବିଭାଗ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଧିରେ ଧିରେ ବାଘ ସଂଖ୍ୟା ଲୋପ ପାଇବାକୁ ବସିଥିବାବେଳେ ଏହାକୁ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞ ଓ ପରିବେଶବିତ୍ ମାନେ ଆଶଙ୍କା ବ୍ୟକ୍ତ କରୁଥିବାବେଳେ କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ତଥା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ବନାଞ୍ଚଳ କିଡ଼ିଙ୍ଗ ସଂରକ୍ଷିତ ଜଙ୍ଗଲର କାଞ୍ଚିଲି ଗାଁ ନିକଟରେ ଗୋଟିଏ ଗାଈ ଓ ଗୋଟିଏ ବଳଦ ବାଘ ଆକ୍ରମଣରେ ମୃତ୍ୟୁବରଣ କରିଥିବା ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । କାଞ୍ଚିଲି ଗାଁ ତଥା ଏହାର ଆଖପାଖ ଅଞ୍ଚଳରେ ବାଘର ଉପସ୍ଥିତିକୁ ନେଇ କୋକୁଆ ଭୟ ଖେଳିଯାଇଥିବାବେଳେ ଘଟଣା ସଂପର୍କରେ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଛନ୍ତି ବନବିଭାଗର କର୍ମଚାରୀମାନେ । ସୂଚନାନୁଯାୟୀ, ଚରିବାକୁ ଯାଇଥିବା କାଞ୍ଚିଲି ଗାଁର ଧନେ ହରିଜନ ନାମକ ଜଣେ ବ୍ୟକ୍ତିଙ୍କର ଗୋଟିଏ ଗାଈ ଓ ଗୋଟିଏ ବଳଦ ଉପରେ ବାଘ ଆକ୍ରମଣ କରି ମାରି ଦେଇଥିବାବେଳେ ଆଜି ଦିନବେଳା ନିଜର ଗୋରୁଗାଈ ଖୋଜିବାକୁ ଯାଇ ଗାଁ ଲୋକେ ଏ ସଂପର୍କରେ ଜାଣିବାକୁ ପାଇଥିଲେ । ଏହାପରେ ବନ ବିଭାଗକୁ ଖବର ଦିଆଯିବା ପରେ ବିଶ୍ୱନାଥପୁର ବନାଞ୍ଚଳ ଅଧିକାରୀ ନରୋତ୍ତମ ମାଝୀଙ୍କ ନେତୃତ୍ୱରେ ସିକେରକୁପା ବନପାଳ ଭାଗିରଥି ନାଏକ, ବନରକ୍ଷୀ ତପିମଣି କୁମାର, ବନ କର୍ମଚାରୀ ରାଜ କିଶୋର ନାଏକ, ବିଶ୍ୱମ୍ବର ଗଉଡ, ଚନ୍ଦ୍ରଧ୍ୱଜ ଶବର, ଡେନି ସେନାପତି, ସରୋଜ ପ୍ରଧାନ, ଅଜିତ ନାଏକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ବାଘଟିର ଗତିବିଧି ଉପରେ ନଜର ରଖିଛନ୍ତି । ଅପରପକ୍ଷରେ ପ୍ରାଣୀ ବିଶେଷଜ୍ଞଙ୍କ ଦ୍ୱାରା ମୃତ ଗାଈ ଓ ବଳଦର ବ୍ୟବଚ୍ଛେଦ କରାଯାଇ ମାଲିକଙ୍କୁ ହସ୍ତାନ୍ତର କରାଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.