କଳାହାଣ୍ଡି,୨୩/୪ : ଶ୍ରୀରାମଜୀଉ ସାଂସ୍କୃତିକ ଅନୁଷ୍ଠାନ ମ.ରାମପୁର ଆନୁକୁଲ୍ୟରେ ପାଂଚ ଦିନ ବ୍ୟାପୀ ହେବାକୁ ଥିବା ଶ୍ରୀରାମ ଲୀଳା ନାଟ୍ୟ ମହୋତ୍ସବର ତୃତୀୟ ରଜନୀ (ସୋମବାର) ମଂଚସ୍ଥ ହେଇଥିବା ଆରଣ୍ୟକ କାଣ୍ଡର ଆରମ୍ଭରୁ ଶେଷଯାଏଁ ହଜାର ହଜାର ଦର୍ଶକଙ୍କ ସମାଗମ ହେଇଥିବାବେଳେ ସମସ୍ତ ଅଭିନେତାଙ୍କ ଚମତ୍କାର ଅଭିନୟ ଉପସ୍ଥିତ ଦର୍ଶକଙ୍କୁ ବେଶ ମନୋରଂଜନର ଖୋରାକ ଯୋଗାଇଥିଲା ।
ରାମଲୀଳା : ରାମ ଚରିତ ଓ କଳା ପ୍ରଦର୍ଶନର ଏକ ଉତ୍କର୍ଷ ମାଧ୍ୟମ
ଅଧ୍ୟାପକ ତଥା ଗବେଷକ ଶୈଳେନ୍ଦ୍ର ଆଚାର୍ଯ୍ୟଙ୍କ ରଚନା ଓ ନିର୍ଦ୍ଦେଶନାରେ ଅତ୍ୟାଧୁନିକ ସାଜସଜ୍ଜା ସହ ସଂପୂର୍ଣ୍ଣ ରାମଲୀଳାର ମଂଚ ପୂଜା ନିମନ୍ତେ ସଂସ୍କାର ଭାରତୀର ହରେକୃଷ୍ଣ ଭୋଇ ଏବଂ ସମାଜସେବୀ ଓମ୍ ପ୍ରକାଶ ଅଗ୍ରୱାଲ ଯୋଗଦେଇଥିବାବେଳେ ସଭାପତି ଜୀବେଶ କୁମାର ପଣ୍ଡା, ମ.ରାମପୁର ସରପଂଚ ଚିତ୍ତରଂଜନ ବାଗ ମଂଚରେ ଉପସ୍ଥିତ ଥିଲେ । ଏହି ଅବସରରେ ରାମଚନ୍ଦ୍ର ବିଶ୍ୱାଳ (ରାମଲୀଳାର ଜଣେ ସୁପ୍ରସିଦ୍ଧ କଳାକାର, ବଲାଙ୍ଗୀର) ଅନୁଷ୍ଠାନ ତରଫରୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ମାନପତ୍ର ପାଠ କରିଥିଲେ ଅଧ୍ୟାପିକା ଲିପ୍ସାମୟୀ ଦୁବେ । ସମ୍ବଦ୍ଧିତ ପ୍ରତିଭା ଶ୍ରୀ ବିଶ୍ୱାଳ ଉପସ୍ଥିତ ଦର୍ଶକଙ୍କ ମନୋରଂଜନ ପାଇଁ ସୃପଣଖା ଚରିତ୍ରର ଗୀତ ଗାଇ ଅଭିନୟ କରିଥିଲେ ଯାହା ଆହୁରି ଆକର୍ଷଣୀୟ ତଥା ମନମୁଗ୍ଧକର ହେଇଥିଲା ।
ଆରଣ୍ୟକ କାଣ୍ଡରେ ରାମ, ଲକ୍ଷ୍ମଣ, ସୀତାଙ୍କ ପଂଚବଟୀ ଗମନ, ସୂର୍ପଣଖାର ନାଶ ଛେଦନ, ଖର, ଦୂଷଣ, ତ୍ରିସୁରା ବଧ, ମାରୀଚ ବଧ, ସୀତାଚୋରୀ, ରାବଣ ଦ୍ୱାରା ଜଟାୟୁ ନିହତ, ରାମ-ହନୁମାନ ଭେଟ, ଶବରୀ ଭେଟ, ସୁଗ୍ରୀବଙ୍କ ସହ ଶ୍ରୀରାମଙ୍କ ମିତ୍ରତା ସ୍ଥାପନ ଆଦି ଦୃଶ୍ୟ ଅଭିନୀତ ହେଇଥିଲା । ମୁଖ୍ୟ ଭୁମିକାରେ ଶ୍ରୀରାମ ପ୍ରଦୀପ ସିଂ, ଲକ୍ଷ୍ମଣ ବିକାଶ ଆଚାର୍ଯ୍ୟ, ସୀତା ପ୍ରଶାନ୍ତ ମହାରଣା, ହନୁମାନ ଅଜିତ ସିଂ, ସୁଗ୍ରୀବ ଗୋପବନ୍ଧୁ କର, ସୂର୍ପଣଖା ଦିଲ୍ଲୀପ ତ୍ରୀପାଠୀ, ଖର ଲକ୍ଷ୍ମୀକାନ୍ତ ସିଂ, ଅନୁସୂୟା କେଶବ ଦଣ୍ଡିଆ, ରାବଣ ସାଇପ୍ରସାଦ ମହାରଣା (ବଡ଼) ଓ ପାର୍ଶ୍ୱ ଭୂମିକାରେ ବରିଷ୍ଠ ହାସ୍ୟାଭିନେତା ଶ୍ରୀପତି ପଟ୍ଟନାୟକ, ରମାକାନ୍ତ ପ୍ରହରାଜ, ଗୌତମ ବିଶି, ପ୍ରଦୀପ ବାଣୁଆଁ, ଶୁଭମ ସିନ୍ଧେ, ଅକ୍ରୁର ମହାରଣା, ତନୋଜ ବାଣୁଆଁ, ମାର୍କଣ୍ଡ ଧଙ୍ଗଡ଼ାମାଝୀ ପ୍ରମୁଖ ।
ତେବେ ଜଣାଶୁଣା ତଥା ପ୍ରସିଦ୍ଧ ହାସ୍ୟ ଅଭିନେତା ରମାକାନ୍ତ, ଶ୍ରୀପତି ଓ ଗୌତମଙ୍କ ଚମତ୍କାର ଅଭିନୟ ଦର୍ଶକଙ୍କୁ ଖୁବ ମନୋରଂଜନର ଖୋରାକ ଯୋଗାଇଥିଲା । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ମହେଶ୍ୱର ସାହୁ (ଭୁବନେଶ୍ୱର) । କଣ୍ଠ ଦାନ ବରିଷ୍ଠ କଣ୍ଠ ଶିଳ୍ପୀ ସନ୍ତୋଷ କୁମାର ଦୁବେ, ସରସ୍ୱତୀ ଦାସ, ଧୀରେନ୍ଦ୍ର ମହାନ୍ତି, ତ୍ରିଲୋଚନ ସୁନା, ପ୍ରବୀଣ ନାଏକ, ସ୍ମୃତିରେଖା ପାଢୀ, ଶିଶୁ କଣ୍ଠଶିଳ୍ପୀ ପିହୁ ପ୍ରିୟଦର୍ଶିନୀ ଦୁବେ (ମାମାଲି) ଓ ବାଦ୍ୟଯନ୍ତ୍ରରେ ପ୍ରଶାନ୍ତ, ବିନୟ, କାହ୍ନୁ, ପଦ୍ମଲୋଚନ ଦାୟିତ୍ୱ ନିର୍ବାହ କରୁଥିବାବେଳେ ରୂପସଜ୍ଜା କରୁଛନ୍ତି ଦୀନବନ୍ଧୁ ମହାରଣା ।
ଶ୍ରୀ ରାମଜୀଉ ଅନୁଷ୍ଠାନର ସଂପାଦକ ବୀରେନ୍ଦ୍ର ରଥ, ଲଳିତ କୁମାର ମହାଲିକ, ମିହିର କୁମାର ଦୁବେଙ୍କ ସକ୍ରିୟ ସହଯୋଗରେ ପରିଚାଳିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶରତ ମହାରଣା, ବୀରେନ୍ଦ୍ର ମହାରଣା, ପବନ ମହାଲିକ, କାଳୁ ମହାରଣା, ମଣ୍ଟୁ ପଟ୍ଟନାୟକ, ଜୟନ୍ତ ନାୟକ, ଭ୍ରମର ଧଙ୍ଗଡ଼ାମାଝୀ, ଶିବ ଗହୀର ପ୍ରମୁଖ ସମସ୍ତ କାର୍ଯ୍ୟ ପରିଚାଳନାରେ ସହଯୋଗ କରୁଛନ୍ତି ।
ସ୍ବତନ୍ତ୍ର ପ୍ରତିନିଧି ହେମନ୍ତ ସାହୁଙ୍କ ରିପୋର୍ଟ odiabarta.in
ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇