ମୌଲାନା ତୌକୀର ରାଜା ଖାନଙ୍କ ବିବାଦୀୟ ମନ୍ତବ୍ୟ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଭିୱାନୀ ହତ୍ୟାକାଣ୍ଡକୁ ନେଇ ଦେଶରେ ଚର୍ଚ୍ଚା ଲାଗି ରହିଥିବା ବେଳେ ଇତ୍ତିହାଦ-ଏ- ମିଲତ କାଉନ୍‌ସିଲ୍ ମୁଖ୍ୟ ମୌଲାନା ତୌକୀର ରାଜା ଖାନ ଏନେଇ ଏକ  ବିବାଦୀୟ ବୟାନ ଦେଇଛନ୍ତି। ଭାରତରେ ଯେମିତି ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ(ପିଏଫ୍‌ଆଇ)କୁ ବ୍ୟାନ୍ କରାଗଲା ସେହିପରି ଦକ୍ଷିଣପନ୍ଥୀ ସଂଗଠନ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ଏବଂ ବଜରଙ୍ଗ ଦଳକୁ ସେମିତି ଆତଙ୍କବାଦୀ ସଂଗଠନ ଘୋଷଣା କରାଯାଉ। ଏହି ଦୁଇ ସଂଗଠନକୁ ଦେଶରେ ବ୍ୟାନ୍ କରାଯାଉ ବୋଲି ସେ ମୌଲାନା ଦାବି କରିଛନ୍ତି। ଏନେଇ ସେ ଏନ୍‌ଆଇକୁ ସୂଚନା ଦେଇ କହିଛନ୍ତି “ଫେବ୍ରୁଆରୀ ୧୬ ତାରିଖରେ ଭିୱାନୀ ଘଟଣା ଘଟିଲା । ହେଲେ ଆମେ ନିରବ ରହିଲୁ। ଆମ ପିଲା(ଜୁନେଦ୍ ଓ ନସୀର)ଙ୍କ ବିରୋଧରେ ମିଥ୍ୟ ଅଭିଯୋଗ ଆଣି ସେମାନଙ୍କୁ ହତ୍ୟା କରାଗଲା। ବୈଠକରେ ମହାପାଞ୍ଚୟତ ଦୋଷୀମାନଙ୍କୁ ସମର୍ଥନ କଲେ। ଭାରତରେ ଭିଡ଼ ହିଂସା ଓ ହତ୍ୟା ଯେ ସାଧାରଣ କଥା ହେଲାଣି ସେପରି ଅନୁଭବ ହେଲା। ପିଏଫ୍‌ଆଇକୁ ଯେଉଁଭଳି ବ୍ୟାନ୍‌ କରାଗଲା ସେହିପରି ଭିଏଚ୍‌ପି ଓ ବଜରଙ୍ଗ ଦଳକୁ ଆତଙ୍କବାଦୀ ସଂଗଠନ ଘୋଷଣା କରି ବ୍ୟାନ୍ କରାଯାଉ।”

Omkar Vasthu
Omkar Vasthu

ଏଥିସହିତ ସେ ଆହୁରି କହିଛନ୍ତି ଯେ ଭିୱାନୀରେ ଯାହା ଘଟିଲା ହିନ୍ଦୁ ସମ୍ପ୍ରଦାୟ ମଧ୍ୟରେ ବି ଏକ ଭୁଲ ମେସେଜ୍ ଗଲା। ସେମାନେ ଭାବିବେ ଯଦି ଆମେ ଏଭଳି କାମ କରିବୁ ତେବେ ଆମକୁ ବି ଲୋକେ ହିରୋ କହିବେ। ତେଣୁ ପ୍ରଶାସନ ଏହାକୁ ଗୁରୁତର ସହ ନେବା ଦରକାର ନହେଲେ ଆଗକୁ ସ୍ଥିତି ସଂଗୀନ ହେବ ତୌକୀର ରାଜା ଖାନ କହିଛନ୍ତି। ସୂଚନା ଥାଉକି ମଧ୍ୟ ପ୍ରଦେଶର ଭିୱାନୀରେ ଠାରେ ଏକ ବୋଲେରୋରେ ଦୁଇ ଜଣଙ୍କ ଖଙ୍କାଳ ମିଳିଥିଲା। ଗୋ ତସ୍କରୀ ଅଭିଯୋଗରେ ସେମାନଙ୍କୁ ଜାଳି ହତ୍ୟା କରାଯାଇଛି ବୋଲି ପୁଲିସ ତଦନ୍ତରୁ ଜଣାପଡ଼ିଥିଲା। ପରିବାର ଲୋକ ୫ ଜଣଙ୍କ ବିରୋଧରେ ଥାନାରେ ମାମଲା କରିଥିଲେ। ପୁଲିସ ତଦନ୍ତ କରିବା ପରେ ୮ ଜଣଙ୍କ ଏଥିରେ ସମ୍ପୃକ୍ତ ଥିବା ଜଣାପଡ଼ିଛି। ବଜରଙ୍ଗ ଦଳର ମୋନୁ ଶର୍ମାର ଏଥିରେ ସମ୍ପୃକ୍ତି ନେଇ ପୁଲିସ ତଦନ୍ତ ଚଳାଇଛି।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.