ନର୍ଲାରେ ଜୁନିୟର ରେଡକ୍ରସର ତିନିଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ସରସ୍ୱତୀ ଶିଶୁ ମନ୍ଦିରରେ ଜିଲ୍ଲା ସ୍ତରୀୟ ଜୁନିୟର ରେଡକ୍ରସର ପ୍ରତିଷ୍ଠା ଦିବସ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଆଜି ୨୭/୨ ସୋମବାର ଜିଲ୍ଲା ରେଡକ୍ରସ ପ୍ରତିଷ୍ଠା ଦିବସ ଅବସରରେ ନର୍ଲାରେ ପାଳିତ ହେଉଛି ଭବ୍ୟ ରେଡକ୍ରସ ପ୍ରଶିକ୍ଷଣ ଶିବିର । ଏଥିରେ ଜିଲ୍ଲା ସାରାର ବିଦ୍ୟାଳୟ ଗୁଡିକରୁ ୩୨୫ ଜଣ ଜୁନିୟର ରେଡକ୍ରସ ୬ଷ୍ଠରୁ ୧୦ମ ଯାଏଁ ଛାତ୍ରଛାତ୍ରୀ ଯୋଗଦାନ କରି ପ୍ରଶିକ୍ଷଣ ନେଉଥିବା ଜଣାପଡିଛି । ଜୁନିୟର ରେଡକ୍ରସ ପ୍ରତିଷ୍ଟା ଦିବସ କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବ ଆଜି ପୂର୍ବାହ୍ନ ୧୧.୩୦ ରେ ଜିଲ୍ଲା ଶିକ୍ଷାଧିକାରୀ ସୁଶାନ୍ତ ଚୋପଦାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ସମ୍ମାନୀତ ଅତିଥି ଭାବରେ ନର୍ଲା ଗୋଷ୍ଠି ଉନ୍ନୟନ ଅଧିକାରୀ ବାସନ୍ତୀ ସେଠୀ, ସହକାରୀ ନର୍ଲା ବ୍ଲକ ଶିକ୍ଷାଧିକାରୀ ଗୋବର୍ଦ୍ଧନ ମାଝୀ, ନର୍ଲା ସରସ୍ୱତୀ ଶିଶୁ ମନ୍ଦିର ର ଯୁଗ୍ମ ସମ୍ପାଦକ ଅଜୟ କୁମାର ନାଏକ ପ୍ରମୁଖ ଉପସ୍ଥିତ ରହି ରେଡକ୍ରସର ପତାକା ଉତ୍ତୋଳନ କରିଥିଲେ । ଏହାପରେ ଅତିଥି ବୃନ୍ଦ ମଞ୍ଚାସୀନ ର ହି ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ ଦେଇଥିଲେ । ୩୨୫ ଜଣ ଜୁନିୟର ରେଡକ୍ରସର ଛାତ୍ରଛାତ୍ରୀଙ୍କୁ ଗାଇଡ କରିବା ପାଇଁ ୧୧୦ ଜଣ ରେଡକ୍ରସ କାଉନସିଲର ଉପସ୍ଥିତ ରହିଥିବା ବେଳେ ଆଇପିଇ ମହେନ୍ଦ୍ର କୁମାର ପଣ୍ଡା, ସୁଦାମ ମିଶ୍ର, କୈଳାସ ଭୋଇ ପ୍ରମୁଖ ରିସୋର୍ସ ପର୍ସନ ଭାବରେ ଶିବିରାର୍ଥୀ ଛାତ୍ରଛାତ୍ରୀଙ୍କୁ ତାଲିମ ପ୍ରଦାନ କରିଥିଲେ । ଏହି ଜୁନିୟର ରେଡକ୍ରସ ଶିବିରରେ ସ୍ୱାସ୍ଥ୍ୟ, ସେବା ଓ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର ଉପରେ ତାଲିମ ଦିଆଯାଉଥିବା ସୂଚନା ମିଳିଛି । ରେଡକ୍ରସର ପ୍ରତିଷ୍ଠା ଦିବସରେ ଆଜି ଦିବା ୧୧.୩୦ ରେ ଉଦ୍ଘାଟିତ ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଆସନ୍ତା ମାର୍ଚ୍ଚ ୧ ପୂର୍ବାହ୍ନ ୧୧ ଟା ବେଳେ ଉଦ୍ଜାପନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ପ୍ରତ୍ୟହ ସଂଧ୍ୟା ୫.୩୦ ରେ ସଂଗୀତ, ବକ୍ତୃତା ପ୍ରଭୃତି ପ୍ରତିଯୋଗୀତା ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେଉଥିବା ଜଣାପଡିଛି । ଏହି କ୍ରମରେ ଆଜି ସଂଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମରେ ଅତିଥି ଭାବରେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଗୋବର୍ଦ୍ଧନ ମାଝୀ, ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ, ନର୍ଲା ଶିଶୁ ମନ୍ଦିରର ପୂର୍ବତନ ସମ୍ପାଦକ କଲ୍ୟାଣ କୁମାର ସାହୁ, ନର୍ଲା ସମିତି ସଦସ୍ୟ ସୁଦାମ ଝାଙ୍କର, ନର୍ଲା ଶିଶୁ ମନ୍ଦିରର ଯୁଗ୍ମ ସମ୍ପାଦକ ଅଜୟ କୁମାର ନାଏକ ପ୍ରମୁଖ ଯୋଗଦାନ କରିଥିଲେ । ସରକାରୀ ସ୍ତରୀୟ ଏହି ରେଡକ୍ରସ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରକୁ ନର୍ଲା ସରସ୍ୱତୀ ଶିଶୁ ମନ୍ଦିରର ପ୍ରଧାନାଚାର୍ଯ୍ୟ ବୁଦ୍ଧ ନାଏକ, ଲାଞ୍ଜିଗଡ ପିଇଡି ରୁପସିଂ ରାଉତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.