କମୁଛି ପୁରୁଷଙ୍କ ଅନ୍ତଃବସ୍ତ୍ର ବିକ୍ରି, ଦେଶର ଅର୍ଥନୀତିକୁ ଲାଗିବ କି ଝଟକା?

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଦେଶ ଦୁନିଆର ଅର୍ଥନୀତି କିପରି ରହିଛି ତାହା ଜଣାପଡ଼ିବ ପୁରୁଷଙ୍କ ଅଣ୍ଡର ଓ୍ୱୟର ବି ଅନ୍ତଃବସ୍ତ୍ର ବିକ୍ରି ରିପୋର୍ଟରୁ। ଏହା ହେଉଛି ୟୁଏସ ଫେଡ ରିଜର୍ଭର ପୂର୍ବତନ ପ୍ରମୁଖ ଅଧିକାରୀ ଆଲନ ସାନ୍ ଗ୍ରୀନସପନ(Alan Greenspan)ଙ୍କ ମତ। ଯିଏକି ଚାରି ଦଶନ୍ଧି ହେବ ଅଣ୍ଡର ଓ୍ୱୟର ବିକ୍ରି ପରିସଂଖ୍ୟାନ ଉପରେ ଅନୁଶୀଳନ କରୁଛନ୍ତି। ତାଙ୍କ ମତାମତ ଅନୁଯାୟୀ ପୁରୁଷମାନଙ୍କର ଅନ୍ତଃବସ୍ତ୍ର ବା ଚଡ଼ି ବିକ୍ରି ହେଉଛି ଆଭ୍ୟନ୍ତରୀଣ ଅର୍ଥନୈତିକର ସୂଚକାଙ୍କ।

Omkar Vasthu
Omkar Vasthu

ଏହି ଅର୍ଥବିଶାରଦ ବିଶ୍ୱାସ କରନ୍ତି ଯେ ପୁରୁଷଙ୍କ ଅନ୍ତଃବସ୍ତ୍ର ସବୁଠାରୁ ବ୍ୟକ୍ତିଗତ ପୋଷାକ ଏବଂ ଏହା ଲୁଚି ରହିଥାଏ। ଏଭଳି ସ୍ଥିତିରେ ଆର୍ଥିକ କ୍ଷେତ୍ରରେ ସ୍ଥିତି ସ୍ଥିର ହେଲେ ଅନ୍ତଃବସ୍ତ୍ର କେହି ନୂଆ କିଣନ୍ତି ନାହିଁ। ଯାହା ଅଛି ସେଥିରେ ହିଁ ସେମାନେ ନିର୍ଭର କରିଥାନ୍ତି। ଯାହା ନିକଟ ଭବିଷ୍ୟତରେ ଅର୍ଥନୀତିରେ ମାନ୍ଦାବସ୍ଥା ଆସିବାର ସଙ୍କେତ ଦେଉଛି। ଇକୋନିମିକ୍ସ ଟାଇମ୍ସ (ଇଟି) ଏଭଳି ଏକ ରିପୋର୍ଟ ପ୍ରକାଶ କରିଛି।

Pearl dental clinic
Near Ashish Medical Store, Bhawanipatna

ତେଣୁ ଏହି ଆଧାରରେ ଭାରତରେ ଅର୍ଥନୀତିଙ୍କର ସ୍ଥିତି ଟିକେ କଠିନ ହେବାରେ ଲାଗିଛି। ଡିସେମ୍ବର ୨୦୨୨ ଅର୍ଥାତ ଗୋଟିଏ ଆର୍ଥିକ ବର୍ଷର ଶେଷ ତ୍ରୟମାସରେ ୫୫ ପ୍ରତିଶତ ପର୍ଯ୍ୟନ୍ତ ଅଣ୍ଡର ଓ୍ବୟର ବିକ୍ରି କମିଛି। କାରଣ ଦର ବୃଦ୍ଧି ଯୋଗୁଁ ଲୋକଙ୍କ ପାଖରେ ନୂଆ ଅଣ୍ଡରଓ୍ୱୟର କିଣିବା ପାଇଁ ପର୍ଯ୍ୟାପ୍ତ ଟଙ୍କା ରହୁନାହିଁ। ତେଣୁ ପୁରୁଷମାନେ ନୂଆ ଅଣ୍ଡର ଓ୍ୱୟାର ନ କିଣିବା ଅର୍ଥନୀତିର ମାନ୍ଦାବସ୍ଥାର ମୁଖ୍ୟ ସଙ୍କେତ। କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ନଦେଇ ଇଟି ଦାବି କରିଛି ଯେ ଜୋକି ଏବଂ ଲକ୍ସ କୋଜି ଭଳି ପୁରୁଷଙ୍କ ଅଣ୍ଡର ଓ୍ୱୟାର କମ୍ପାନୀରେ ତୃତୀୟ ତ୍ରୟମାସରେ ବିକ୍ରି କମିଛି। ଏପରିକି ପୁରୁଷଙ୍କ ଅନ୍ତଃବସ୍ତ୍ର ତିଆରି କରୁଥିବା ରୂପା କମ୍ପାନୀର ବିକ୍ରିରେ ୫୨% ହ୍ରାସ ପାଇଛି।

Udyog Nursery
Udyogi Nursery

ପୁରୁଷଙ୍କ ଅଣ୍ଡର ଓ୍ୱୟର ବିକ୍ରିରେ ଏହି ହ୍ରାସ ଚିନ୍ତାର କାରଣ ହୋଇପାରେ ବୋଲି ଇଟି ପକ୍ଷରୁ କୁହାଯାଇଛି। ସାଧାରଣତଃ ସହରାଞ୍ଚଳ ବଜାରରେ ଜକି ଅଣ୍ଡରଓ୍ୱୟାର ବିକ୍ରି ହୋଇଥାଏ ଏବଂ ଏପରି କ୍ଷେତ୍ରରେ ଯଦି ଅଣ୍ଡରଓ୍ୱୟର ବିକ୍ରି କମିଯାଏ ତେବେ ଏହା ପ୍ରତି ସତର୍କ ରହିବା ଆବଶ୍ୟକ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.