ପରି ରାଇଜର ରାଜା ବିଜୁବାବୁ

ଏମିତି ଏକ ରାଜ୍ୟ ଅଛି ଯେଉଁଠି ଅନ୍ୟ ରାଜ୍ୟର ଲୋକମାନେ ରାଜା ହୋଇଥାନ୍ତି। ନିଜକୁ ରାଜା ଆସନରେ ଆସୀନ ହେବା ପାଇଁ ସମସ୍ତ ଯୋଗ୍ୟତା ରଖିଥାନ୍ତି। ଏହି ଯୋଗ୍ୟତା ନିଜର ସାଧନା ଓ ତ୍ୟାଗ ଦେଇ ଆହରଣ କରିଥାନ୍ତି। ନିଜକୁ ରାଜାଙ୍କ ସହ ଯୋଗ୍ୟ ହେବା ପାଇଁ ଅନେକ କଠିନ ପରିଶ୍ରମ ସହ ବିରତ୍ୱ ପ୍ରଦର୍ଶନ କରିବାକୁ ପଡିଥାଏ। ସେ ନିଜକୁ ସେମିତି ଗଢିବାରେ ଜୀବନର ତମାମ ସମୟ ଦେଇଥିବା ବୀର ସିପାହୀ ହେଉଛନ୍ତି ବିଜୟାନନ୍ଦ ପଟ୍ଟନାୟକ। ବିଜୟାନନ୍ଦ ପଟ୍ଟନାୟକ ଆମ ଓଡିଶା ମାଟିର ଗର୍ବ ଓ ଗୌରବ। ସେ ନିଜ ମାଟି କି ଦେଶରେ ନୁହେଁ ଯିଏ ବିଦେଶର ମାଟିରେ ମଧ୍ୟ ନିଜ ପରାକାଷ୍ଠା ଓ ସାହସ ପ୍ରଦର୍ଶନ କରି ସାରା ଦେଇ  ପାଇଁ ସମ୍ମାନ ଆଣିଥିବା ଭୂମିପୂତ୍ର ହେଉଛନ୍ତି ବିଜୁ ପଟ୍ଟନାୟକ। ଆମ ସମସ୍ତଙ୍କ ପ୍ରିୟ ବିଜୁ ବାବୁ।

Omkar Vasthu
Omkar Vasthu

ବିଜୁ ବାବୁ ଏକାଧାରରେ ଥିଲେ ବିମାନ ଇନଜିନିଅର,ବିମାନ ଚାଳକ, ଚତୁର କୁଟନୈତିକ, ଶିଳ୍ପପତି, ରାଜନିତୀଜ୍ଞ ତଥା ସୁରକ୍ଷା ପରାମର୍ଶଦାତା। ଯିଏ ଭଲ ପାଉଥିଲେ ପକ୍ଷୀ ପରି ଆକାଶରେ ଉଡିବାକୁ। ମେଘମାଳାରେ ଭାସିବାକୁ ଯାହାଙ୍କର ମନ ତାଙ୍କୁ କିଏ ଅବା ରୋକିପାରିବ? ସେ ଥିଲେ ମୁକ୍ତ ଆକାଶର ବିହଙ୍ଗ। ସେ କେବଳ ଏକା ଆକାଶରେ ଉଡିବାକୁ ଚାହୁଁନଥିଲେ।ସାଥୀ ଟିଏ ଖୋଜୁଥିଲେ। ଆଉ ପାଇଗଲେ ମଧ୍ୟ। ବିଧାତା ଯାହାଙ୍କ ପାଇଁ ଯାହା ଗଢିଛନ୍ତି ତହା କେବେ ଅନ୍ୟଥା ହୁଏ ନାହିଁ।ପଞ୍ଜାବ ଲଲନା ଜ୍ଞାନ ପଟ୍ଟନାୟକଙ୍କ ତାଙ୍କର ଅର୍ଧାଗଂନୀ ହୋଇଥିଲେ।ଜ୍ଞାନ ପଟ୍ଟନାୟକଙ୍କ ମଧ ଥିଲେ ଏକ ପାଇଲଟ।ଯାହାଙ୍କୁ ପ୍ରଥମ ମହିଳାଭାବେ ବିମାନ ଉଡାଇବା ପାଇଁ ବ୍ୟବସାୟିକ ଅନୁମତି ମିଲିଥିଲା।

Pearl dental clinic
Near Ashish Medical Store, Bhawanipatna

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ରିଟିଶ ରୋୟାଲ ଇଣ୍ଡିଆ ଏୟାରଫୋର୍ସ ବିଜୁବାବୁଙ୍କୁ ବାୟୁ ପରିବହନର ମୂଖ୍ୟ କମାଣ୍ଡର ଭାବରେ ନିଯୁକ୍ତି କରିଥିଲେ। ସେହି ସମୟରେ ଭାରତୀୟ ସୈନିକ ମାନଙ୍କୁ  ସାହସର ସହ କିଛି ରାଜନୈତିକ ପ୍ରଚାରପତ୍ର ଆକାଶ ମାର୍ଗରୁ ପକାଇଥିଲେ। ଫଳରେ ବ୍ରିଟିଶ ସରକାର ତାଙ୍କ ଜେଳଦଣ୍ଡରେ ଦଣ୍ଡିତ କରିଥିଲେ। ଦେଶର ସ୍ବାଧୀନତା ପାଇଁ ଯିଏ ଏତିକି କରିପାରେ ତାଙ୍କୁ ସାମାନ୍ୟ କାରାଗାର ରୋକିପାରିବ। ଇଣ୍ଡୋନେସିଆ ସଂଗ୍ରାମ ସମୟରେ ଜବାହରଲାଲ ନେହେରୁ ବିଜୁ ବାବୁଙ୍କର ସାହସକୁ ନିରିକ୍ଷଣ କରି ପାଇଲଟ ଭାବରେ ଇଣ୍ଡୋନେସିଆ ଯାଇ ରାଷ୍ଟ୍ରପତି ସୁକର୍ଣ୍ଣୋ ଓ ସୁଲତାନ ସାଜହିରଙ୍କୁ ଏସିଆ କନଫରେନସ୍ ରେ ଯୋଗଦେବା ପାଇଁ ଆଣିବାକୁ ପଠାଇଲେ। ଇଣ୍ଡୋନେସିଆର ଆକାଶ ପଥ ଓ ଜଳପଥକୁ ଡଚମାନେ ବନ୍ଦ କରିଦେଇଥିଲେ। କିନ୍ତୁ ବିଜୁ ବାବୁ ବୀରତ୍ବର ସହ ନିଜ ପ୍ରିୟ ଡାକୋଟା ବିମାନରେ ଉଭୟଙ୍କୁ ସୁରକ୍ଷିତ ଭାବରେ ଇଣ୍ଡୋନେସିଆଠାରୁ ଉଠାଇ ଆଣିଥିଲେ।ବିଜୁବାବୁଙ୍କ ଏହି ଅଦ୍ୟମ ସାହସିକତା ପାଇଁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ ଭୂମିପୂତ୍ର ପ୍ରଦାନ କରିଥିଲେ।ପୁଣି ୧୯୯୫ ମସିହାରେ ଇଣ୍ଡୋନେସିଆ ସରକାର ବିଜୁବାବୁଙ୍କୁ ଇଣ୍ଡୋନେସିଆ ମାଟିର ସର୍ବୋଚ୍ଚ ସମ୍ମାନ “ବିଟାଙ୍ଗ ଜାସା ଉତ୍ତମା” ପ୍ରଦାନ କରିଥିଲେ।

Udyog Nursery
Udyogi Nursery

୧୯୪୭ ଅକ୍ଟୋବର ମାସରେ ବିଜୁବାବୁ ଶ୍ରୀନଗରରେ ବିମାନ ଅବତରଣ କରିଥିଲେ। ଏହା ଥିଲା ଦିଲ୍ଲୀରୁ ଶ୍ରୀନଗରକୁ ପ୍ରଥମ ବିମାନ ଅବତରଣ। ଏବଂ ସାଥିରେ ନେଇଥିଲେ ୧୭ଜଣ ସୈନିକ ସହ ଜଣେ ସିଖ୍ କମାଣ୍ଡର। ୧୯୪୦ ମସିହାରେ ବିଜୁବାବୁ ଓ ଜ୍ଞାନ ପଟ୍ଟନାୟକ କିଛି ବ୍ରିଟିଶ ପରିବାରଙ୍କୁ ରେଙ୍ଗୁନ ଅଞ୍ଚଳରୁ ବିମାନ ଯୋଗେ ଜାପାନୀ ମାନଙ୍କ ଠାରୁ ଉଦ୍ଧାର କରିଥିଲେ। ଜ୍ଞାନ ପଟ୍ଟନାୟକଙ୍କ ବିଜୁ ବାବୁଙ୍କୁ ପ୍ରତ୍ୟେକ ଉଡାଣ ସମୟରେ ସହଯୋଗ କରି ଜଣେ ବୀରାଙ୍ଗାନା ଭାବରେ ନିଜକୁ ପ୍ରତିପାଦିତ କରିଛନ୍ତି।

ବିଜୁବାବୁଙ୍କ ସାହସିକତା କଥା ଏତିକିରେ ସରେ ନାହିଁ। ସେ ହେଉଛନ୍ତି ଝଣେ ଲମ୍ବା ରେସର ଘୋଡା। ଓଡିଶା ହୃଦୟର ସ୍ପନ୍ଦନ ଥିଲେ ବିଜୁ ପଟ୍ଟନାୟକ। ଆକାଶରେ ଉଡିବା ଓ ଦୁଃସାଧ୍ୟ ଉଡାଣ ଭରିବା ତାଙ୍କର ବିଚକ୍ଷଣତା। ତାଙ୍କ ପରି ଚତୁର ପାଇଲଟ ବିରଳ। ପୁଣି ଅଫୁରନ୍ତ ସାହସର ସହ ସୁରକ୍ଷିତ ଭାବରେ ଶତ୍ରୁ ସମ୍ମୁଖରୁ ଚକମା ଦେଇ ଆକାଶରେ ବିମାନ ଉଡାଇବା ସହ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା କମ କଥା ନୁହେଁ।ଏମିତି ଯୋଦ୍ଧା ଯାହାଙ୍କ ଯୋଜନା କେବେ ମଧ୍ୟ ପଣ୍ଡୁର ହୋଇନାହିଁ। ସେ ମୁକ୍ତ ଆକାଶରେ ଉଡିବାକୁ ଭଲ ପାଉପାଉଥିଲେ। ସାଂଗରେ ସହଧର୍ମିଣୀ ପାଇଲଟ  ଜ୍ଞାନ ପଟ୍ଟନାୟକ ଥିଲେ ଯେ କୌଣସି ଉଡାନ ସହଜସାଧ୍ୟ ହେଉଥିଲା।ସେ ଦୁହେଁ ଥିଲେ ପରି ରାଇଜର ରାଜାରାଣୀ। ୧୯୧୬ ମାର୍ଚ୍ଚ ୫ତାରିଖରେ ଜନ୍ମ ଗ୍ରହଣ କରିଥିବା ବିଜୟାନନ୍ଦ ପଟ୍ଟନାୟକ ଆଜି ସମଗ୍ର ପୃଥିବୀରେ ବିଜୁ ପଟ୍ଟନାୟକ ଭାବରେ ଖ୍ୟାତି ଅର୍ଜନ କରି ଯାଇଛନ୍ତି। 

ମୋହନ ଚରଣ ବିଷି

ଗଡରାମାଲ
କୋକସରା
କଳାହାଣ୍ଡି
ମୋ-୯୭୭୭୪୬୮୮୪୧
  

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.