ରାସ୍ତା ଫଟାଇ ତଳୁ ବିସ୍ଫୋରଣ କଲା ପାଣି ପାଇପ୍‌ ଲାଇନ୍‌; ଜଣେ ମହିଳା ଆହତ, ଦେଖନ୍ତୁ ଭିଡିଓ

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna


Udyog Nursery
Udyogi Nursery

ୟୁବତମାଲ; ରାସ୍ତାରେ ସ୍କୁଟି ଚଳାଇ ଆସୁଥିଲେ ମହିଳା। ହେଲେ ହଠାତ୍ ଲାଣ୍ଡାମାଇନ୍ ବିସ୍ଫୋରଣ ପରି ଫାଟିଲା ପାଣି ପାଇପ୍‌ଲାଇନ୍। ରାସ୍ତା ମଝିରେ ବଡ଼ ଗର୍ତ୍ତ ସୃଷ୍ଟି ହେବା ସହ ପୂରା ରାସ୍ତାରେ ପାଣି ସୁଅ ମାଡ଼ିଯାଇଥିଲା। ଶନିବାର ମହାରାଷ୍ଟ୍ରର ଯୁବତମାଲ ଜିଲ୍ଲା ବିଦର୍ଭ ହାଉସିଂ ସୋସାଇଟିରେ ଏଭଳି ଘଟଣା ଦେଖିବାକୁ ମିଳିଛି। ପୂରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।

ସିସିଟିଭି ଭିଡିଓରେ ଦେଖାଯାଉଛି ଯେ ଜଣେ ମହିଳା ସ୍କୁଟି ଚଳାଇ ଯାଉଥିବା ବେଳେ ହଠାତ୍ ରାସ୍ତାରେ ବିସ୍ଫୋରଣ ହୋଇ ତଳୁ ପାଣିର ଫୁଆରା ବାହାରିଥିଲା। ରାସ୍ତାରେ ସଂଗେ ସଂଗେ ଏକ ବଡ଼ ଗର୍ତ୍ତ ସୃଷ୍ଟି ହେବା ସହ ରାସ୍ତାସାରା ପାଣି ମାଡ଼ିଯାଇଥିଲା। ସ୍କୁଟି ଚାଲିକା ମଧ୍ୟରେ ଏଥିରେ ପାଣି ମାଡ଼ରେ ଫସିଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଛନ୍ତି।

ଏହି ଘଟଣାରେ ଆହତ ହୋଇଥିବା ଯାତ୍ରୀ ପୂଜା କହିଛନ୍ତି ଯେ ମୁଁ ଫୋନ୍‌ରେ କଥା ହେଉଥିବା ବେଳେ ହଠାତ୍ ପାଣି ପାଇପ୍‌ଲାଇନନ୍ ଫାଟି ବିସ୍ଫୋରଣ ହୋଇଥିଲା। ରାସ୍ତାର ପିଚୁ ଉଡ଼ିଯାଇଥିଲା। ରାସ୍ତା ପାଣି ହୋଇଯାଇଥିଲା ସବୁ ଡରିଯାଇଥିଲେ।

୨୦୨୦ରେ ଉତ୍ତର ପ୍ରଦେଶ ବରେଲୀରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା। ପାଇପ୍‌ଲାଇନ୍ ଫାଟିବା ପରେ ଏକ ଡାକ୍ତରଖାନାରେ ଖୋଭିଡ୍ ୱାର୍ଡରେ ପାଣି ପଶିଯାଇ କୃତିମ ବନ୍ୟା ସ୍ଥିତି ସୃଷ୍ଟି କରିଥିଲା।



Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.