ଗୁଜବ ଖବର ପ୍ରସାରଣ; ଚର୍ଚ୍ଚିତ ୟୁଟ୍ୟୁବର ମନୀଷ କଶ୍ୟପଙ୍କ ବିରୋଧରେ ରୁଜୁ ହେଲା ଅପରାଧିକ ମାମଲା

ଓଡ଼ିଆ ବାର୍ତ୍ତା/ ପାଟଣା: ବିଭିନ୍ନ ସମୟରେ ବିହାର ହେଉ ଅବା ଅନ୍ୟ ସ୍ଥାନର ଘଟଣାକ୍ରମକୁ ନିଜସ୍ୱ ଶୈଳୀରେ ଖବର ପରିବେଷଣ କରି ଚର୍ଚ୍ଚାକୁ ଆସିଥିବା ବିହାରର ଯୁବ ୟ୍ୟୁଟ୍ୟୁବର ତଥା ସୋଶିଆଲ ମିଡିଆ ଇନଫ୍ଲୁଏନସର ମନୀଷ କଶ୍ୟପଙ୍କ ବିରୋଧରେ ରୁଜୁ ହୋଇଛି ଅପରାଧିକ ମାମଲା। ତାମିଲନାଡୁରେ ବିହାରର ପ୍ରବାଶୀ ଶ୍ରମିକଙ୍କୁ ଆକ୍ରମଣ ଘଟଣାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଘଟଣା ଏକ ମିଥ୍ୟା ଘଟଣା ବୋଲି ବିହାର ଏବଂ ତାମିଲନାଡୁ ସରକାର କହିଛନ୍ତି । ଏହାପରେ ଯେଉଁମାନେ ଏଭଳି ଗୁଜବ ଖବର ପ୍ରସାରଣ କରୁଛନ୍ତି ତାଙ୍କୁ ଖୋଜି ବାହାର କରିବା ସହିତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ବିହାର ପୋଲିସ। ଶୁକ୍ରବାର ଏହି ମାମଲାରେ ପୋଲିସ କହିଛି ଯେ ମନୀଷ କାଶ୍ୟପ ଏବଂ ଯୁବରାଜ ସିଂ ରାଜପୁତ ଏପର୍ଯ୍ୟନ୍ତ ହାଜର ହୋଇନାହାଁନ୍ତି। ଗିରଫ ପାଇଁ କୋର୍ଟଙ୍କୁ ଅନୁରୋଧ କରିବା ପରେ ତାଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯିବ। ପୋଲିସ କହିଛି ଯେ ମନୀଷ କାଶ୍ୟପ ଜଣେ ଅଭ୍ୟାସଗତ ଅପରାଧୀ। ପୂର୍ବରୁ ସାତଟି ମାମଲା ତାଙ୍କ ବିରୋଧରେ ରୁଜୁ ହୋଇସାରିଛି। ରାକେଶ ତିୱାରୀ ଏବଂ ରାକେଶ ରଂଜନ କୁମାରଙ୍କୁ ଗିରଫ କରାଯାଇଛି।ଯେଉଁ ଭିଡିଓ ମନୀଷ କଶ୍ୟପ ରିଟୁଇଟ୍ କରିଥିଲେ ତାହା ବିଏନଆର ନ୍ୟୁଜ ଚ୍ୟାନେଲର ଥିଲା। ଏହି ଭିଡିଓକୁ ରାକେଶ ରଂଜନ କୁମାର ଅପଲୋଡ କରିଥିବା ସୂଚନା ରହିଛି। ପୋଲିସ ପଚରାଉଚରା ବେଳେ ରାକେଶ ରଂଜନ କୁମାର ସ୍ୱୀକାର କରିଛନ୍ତି ଯେ ୦୬.୦୩.୨୦୨୩ ରେ ଅପଲୋଡ୍ ହୋଇଥିବା ଏହି ଫେକ୍ ଭିଡିଓ ଅନ୍ୟ ଦୁଇ ଜଣଙ୍କ ସହାୟତାରେ କରାଯାଇଥିଲା। କହିଛନ୍ତି ଯେ ଏହି ଭିଡିଓଟି ଜାକାନପୁରର ବଙ୍ଗାଳୀ କଲୋନୀରେ ଥିବା ଏକ ଭଡା ଘରେ ସୁଟିଂ କରାଯାଇଛି। ଏହି ମାମଲାରେ ରାକେଶ ରଂଜନ କୁମାର, ମନୀଷ କାଶ୍ୟପ ଏବଂ ତାଙ୍କର ଦୁଇ ସହଯୋଗୀଙ୍କ ବିରୋଧରେ ଇକୋନୋମିକ୍ ଅଫେନ୍ସ ପୋଲିସ୍ ଷ୍ଟେସନ୍ କେସ୍ ନଂ -୦୪ / ୨୩ ରେଜିଷ୍ଟ୍ରେସନ୍ ହୋଇଛି। ଫେକ୍ ଭିଡଓ ମାମଲାରେ ବିହାର ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସୋସିଆଲ ମିଡିଆରେ ପୋଷ୍ଟ ଏବଂ ସେୟାର କରାଯାଇଥିବା ଭିଡିଓଗୁଡ଼ିକର ତଦନ୍ତ କରାଯାଉଛି। ବିଭିନ୍ନ ବିଭାଗ ଅଧୀନରେ ମାମଲା ପଞ୍ଜିକରଣ କରିବା ପରେ ଅର୍ଥନୈତିକ ଅଫେନ୍ସ ୟୁନିଟ୍ ଏକ ୧୦ ସଦସ୍ୟ ବିଶିଷ୍ଟ ତଦନ୍ତକାରୀ ଟିମ୍ ଗଠନ କରିଛି। ମୋଟ୍ ୩୦ଟି ଭିଡିଓ ଏବଂ ପୋଷ୍ଟ ଚିହ୍ନଟ ହୋଇଛି ଯାହାର ତଦନ୍ତ କରାଯାଉଛି।ଉଲ୍ଲେଖଯୋଗ୍ୟ, ପୁଲୱାମା ଘଟଣା ପରେ ପାଟଣାର ଲାସା ବଜାରରେ କାଶ୍ମୀରୀ ଦୋକାନୀମାନଙ୍କୁ ମାଡ ମାରିବା ଅଭିଯୋଗରେ ମନୀଷ କାଶ୍ୟପ ଜେଲ ଯାଇଥିଲେ। ମନୀଷ କାଶ୍ୟପ ଅତୀତରେ ସାମ୍ପ୍ରଦାୟିକ ପୋଷ୍ଟିଂ ଏବଂ କାର୍ଯ୍ୟକଳାପରେ ଜଡିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.