ଉଗାଦୀ ଉତ୍ସବ ପାଇଁ କୁନି କୁନି ପିଲାଙ୍କ କୈାତୁକ ପୋଷାକ ପ୍ରତିଯୋଗିତା

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଡିଷ୍ଟ୍ରିକ୍ ଉଗାଦି ଉତ୍ସବ କମିଟି ପକ୍ଷରୁ ସ୍ଥାନୀୟ ତେଜସ୍ୱୀ ହୋଟେଲ୍ ସମ୍ମୁଖ ପଡିଆରେ କୁନି କୁନି ପିଲାଙ୍କୁ ନେଇ ଆଜି କୈାତୁକ ପୋଷାକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ୩ ବର୍ଷରୁ ୧୫ବର୍ଷ ମଧ୍ୟରେ ଥିବା ପିଲାମାନେ ଭାଗ ନେବାର ସୁଯୋଗ ରହିଥିଲା । ରାୟଗଡା ସହରର ୨୮୨ଜଣ କୁନି କୁନି ପିଲାମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ମହାପୁରୁଷଙ୍କ ଠାରୁ ଆରମ୍ଭ କରି ଦେବାଦେବୀମାନଙ୍କର ବେଶଭୂଷାରେ ତଥା ପୋଷାକରେ କୁନି କୁନି ପ୍ରତିଯୋଗୀମାନେ ମଂଚ ଉପରେ ନିଜର ପ୍ରତିଭା ପ୍ରତିପାଦନ କରିଥିଲେ । ବିଚାରକ ମଣ୍ଡଳି ପକ୍ଷରୁ କୃତି ପ୍ରତିଯୋଗୀ ଚୟନ କରାଯାଇଥିବା ବେଳେ ପ୍ରତିଯୋଗୀମାନଙ୍କ ଅଭିଭାବକମାନଙ୍କ ଗହଣରେ ଏହି ପ୍ରତିଯୋଗିତା ଉତ୍ସବମୁଖର ହୋଇପଡିଥିଲା । ରାୟଗଡା ପୈାରାଧ୍ୟକ୍ଷ ତଥା ଉଗାଦି ଉତ୍ସବ କମିଟିର ସାଧାରଣ ସଂପାଦକ ପି.ମହେଶ ପଟ୍ଟନାୟକ ଏହି ପ୍ରତିଯୋଗିତା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ଉଗାଦି ଉତ୍ସବ କମିଟି ସଭାପତି ତଥା ପୂର୍ବତନ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ ଉପସ୍ଥିତ ରହି କୁନି କୁନି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । ରାୟଗଡାରେ ରହୁଥିବା ତେଲୁଗୁ ସଂପ୍ରଦାୟଙ୍କ ନବ ବର୍ଷ ‘ଉଗାଦି’ ଆସନ୍ତା ୨୨ତାରିଖରେ ଉକ୍ତ ସ୍ଥାନରେ ଧୁମଧାମରେ ପାଳନ କରାଯିବାକୁ ଥିବା ବେଳେ ଏହି ଉତ୍ସବ ପାଳନ ଅବସରରେ ଗତ ୧୫ତାରିଖରୁ ୧୭ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ପ୍ରତିଯୋଗିତାମାନ ଅନୁଷ୍ଠିତ ହେଉଅଛି । ଆଉ ଏହି ସମସ୍ତ ପ୍ରତିଯୋଗିତାକୁ ଉତ୍ସବ କମିଟିର ସଦସ୍ୟ ବୃନ୍ଦ ଉପସ୍ଥିତ ରହି ପରିଚାଳନା କରୁଥିବା ବେଳେ ସଂପାଦକ ଏମ.ଗଙ୍ଗାଧର ରାଓ, ପି.ଭି.ପି.ରାମୁ, ଏମ.ଶ୍ରୀନିବାସ ରାଓ, ପି.ଶ୍ରୀନିବାସ ନାଇଡୁ, ବି.ମନ୍ମଧା ରାଓ, କୋଷାଧ୍ୟକ୍ଷ ଇପିଲି ସନ୍ୟାସି ରାଜୁ, ଯୁଗ୍ମ ସଂପାଦକ ଟି.ଶ୍ରୀନିବାସ ରାଓ, ସଂଯୋଜକ ବାଳକୃଷ୍ଣ ପଟ୍ଟନାୟକ, ବି.ଭି.ରାମଣାଙ୍କ ପ୍ରମୁଖ ସହଯୋଗ କରୁଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.