ସୌନ୍ଦର୍ଯ୍ୟ ସାଜିଛି ବାଧକ

ବିଭିନ୍ନ କାରଣରୁ ଦୁନିଆର ଅନେକ ଲୋକ ଅବିବାହିତ ରହିଯାଇଥାନ୍ତି । କେହି ପ୍ରେମରେ ଅସଫଳ ହେବା କାରଣରୁ ଅବିବାହିତ ରହିଥାନ୍ତି ତ ଆଉ କିଏ ନିଜର ଚେହେରାକୁ ନେଇ ମଧ୍ୟ ଅବିବାହିତ ରୁହନ୍ତି । କିନ୍ତୁ ଏମିତି ଜଣେ ମହିଳା ଅଛନ୍ତି ଯିଏ ନିଜର ସୌନ୍ଦର୍ଯ୍ୟ ପାଇଁ ଅବିବାହିତ ରହିବାକୁ ବାଧ୍ୟ ହୋଇଛନ୍ତି । ବୋଧହୁଏ ଏହା କେହି ବିଶ୍ୱାସ କରିବେ ନାହିଁ । କିନ୍ତୁ ଆମେ ଯେଉଁ ଯୁବତୀ ବିଷୟରେ କହୁଛୁ ସେ ବୃତ୍ତି ରେ ଜଣେ ଓକିଲ । ଏତେ ଭଲ ବୃତ୍ତିରେ ରହିବା ପରେ ମଧ୍ୟ ସେ ଆଜି ପର୍ଯ୍ୟନ୍ତ ଜୀବନସାଥୀ ପାଇପାରି ନାହାଁନ୍ତି । ଏହି ଯୁବତୀଙ୍କ ନାଁ ଡେନିସ୍ ରୋକା । ଦେଖିବାକୁ ଖୁବ୍ ସୁନ୍ଦର ଓ ମଡ଼େଲ ପରି । ବୃତ୍ତିରେ ଜଣେ ଓକିଲ । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କୁ କୌଣସି ପୁଅ ପସନ୍ଦ କରିନାହାନ୍ତି କି ସେ ବି ନିଜ ପସନ୍ଦର ପୁଅ ପାଇ ପାରିନାହାନ୍ତି । ଏହାର କାରଣ ହେଉଛି ତାଙ୍କର ସୌନ୍ଦର୍ଯ୍ୟ । ରୋକାଙ୍କର ଅନେକ ପୁଅ ବନ୍ଧୁ ଅଛନ୍ତି, କିନ୍ତୁ ସେମାନଙ୍କ ସହ ସମ୍ପର୍କ କେବଳ ବନ୍ଧୁତାରେ ହିଁ ସୀମିତ । କିନ୍ତୁ ଜୀବନସାଥୀ ପାଇଁ ଏବେ ନିଜର ଉତ୍ତେଜକ ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଏବେ ସେ ସୋସିଆଲ ମିଡ଼ିଆରେ ସିପିଆଇ ହୁରିକେନ୍ ଭାବେ ପରିଚିତ । ଡ଼େନିସ୍ କହିଛନ୍ତି, ତାଙ୍କୁ ଏପରି ଜଣେ ବ୍ୟକ୍ତି ଦରକାର, ଯିଏ ବହୁତ ଜ୍ଞାନୀ ହୋଇଥିବେ । କାରଣ ତାଙ୍କ ସହିତ ସେ ଅନେକ ଗମ୍ଭୀର ବିଷୟ ଉପରେ ଆଲୋଚନା କରିପାରିବେ । ସୁନ୍ଦର ହେବା ବ୍ୟତୀତ ବୁଦ୍ଧିମାନ ହେବା ତାଙ୍କ ଅବିବାହିତ ରହିବାର ଏକ ବଡ଼ କାରଣ । ସୋସିଆଲ ମିଡ଼ିଆରେ ତାଙ୍କ ଫଟୋ ଦେଖିବା ପରେ ଅନେକ ପୁଅ ପସନ୍ଦ କରିଛନ୍ତି । ଏପରିକି ତାଙ୍କ ସହ କଥାବାର୍ତ୍ତା ବି ଆରମ୍ଭ କରନ୍ତି । କିନ୍ତୁ ଯେତେବେଳେ ଜାଣିବାକୁ ପାଆନ୍ତି ସେ ଜଣେ ଆଇନଜୀବୀ ଏବଂ ତାଙ୍କର ଅନେକ ଜ୍ଞାନ ଅଛି, ସମସ୍ତେ ଆପେ ଆପେ ଦୂରେଇ ଯାଉଛନ୍ତି । ଏବେ ସୋସିଆଲ ମିଡିଆରେ ଡେନିସଙ୍କ ହଟ ଫଟୋ ଭାଇରାଲ ହୋଇଛି । ଆଶା ତାଙ୍କର ଏହି ଉଦ୍ୟମ ସଫଳ ହେବ ଓ ଡ଼େନିସ୍‌ଙ୍କୁ ମନ ପସନ୍ଦର ଜୀବନସାଥୀ ମିଳିଯିବ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.