ବାଇକ ଧକ୍କାରେ ଜଣେ ମୃତ, ବାଇକ ଚାଳକ ଗୁରୁତର

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ସଦର ଥାନା ଅନ୍ତର୍ଗତ ବିଶିପଡ଼ା ଛକରେ ବାଇକ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ବାଇକ ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି।ସୂଚନା ଅନୁସାରେ ସଦର ଥାନା ଅନ୍ତର୍ଗତ କେଣ୍ଡ୍ରିଗୁଡ଼ା ଗ୍ରାମର ଚନ୍ଦ୍ରମଣି ଦିଗାଲ (୭୦) ବିଶିପଡ଼ା ଛକକୁ ମାଂସ କିଣିବାକୁ ଆସିଥିବା ବେଳେ ଫୁଲବାଣୀ ପାର୍ଶ୍ବରୁ ଆସୁଥିବା ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ସେଠାରେ ପଡ଼ି ଯାଇଥିଲେ ତାଙ୍କୁ ସଦର ପୋଲିସ ତୁରନ୍ତ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟ ଫୁଲବାଣୀକୁ ପଠାଇ ଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ବାଇକ ଚାଳକ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ସେ ଅଚେତ ଅବସ୍ଥାରେ ଥିବାରୁ ତାଙ୍କର ପରିଚୟ ମିଳି ପାରିନାହିଁ। ଧକ୍କା ଦେଇଥିବା ବାଇକ ନମ୍ବର ହେଲା ଓଡ଼ି ୧୨- ଏ -୫୧୫୯। ଏନେଇ ମୃତ ବ୍ୟକ୍ତିଙ୍କ ବୋହୁ ସୁଚିସ୍ମିତା ଦିଗାଲ ସଦର ଥାନାରେ ଏତଲା ଦେଇଛନ୍ତି। ସଦର ପୁଲିସ ୩୧/୨୩ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିବା ସହିତ ବାଇକକୁ ଜବତ କରାଯାଇଛି ବୋଲି ସଦର ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.