ସୁଲଭ ମୂଲ୍ୟ ଦୋକାନରେ ଜିଲ୍ଳାପାଳ

• ପିଡିଏସ୍ ବ୍ୟବସ୍ଥାର ତଦାରଖ ସହ ହିତାଧିକାରୀଙ୍କ ସହ କଲେ ଆଲୋଚନା

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳାପାଳ ସ୍ୱଧାଦେବ ସିଂ ଆଜି ରାୟଗଡା ଜିଲ୍ଳା ସଦର ବ୍ଳକ ଚାନ୍ଦିଲି ଗ୍ରାମର ପିଡିଏସ ଷ୍ଟୋର ଏବଂ ରାୟଗଡା ସହରରେ ପୁରୁଣା ବସଷ୍ଟାଣ୍ଡ ନିକଟରେ ଥିବା ମୈତ୍ରୀ (ସୁଲଭ ମୂଲ୍ୟ ଦୋକାନ)କୁ ଯାଇ ହିତାଧିକାରୀଙ୍କୁ ସରକାରଙ୍କ ସାଧାରଣ ବଂଟନ ବ୍ୟବସ୍ଥା (ପିଡିଏସ)ରେ ସାମଗ୍ରୀ ଠିକ୍ ଭାବେ ଯୋଗାଇ ଦିଆଯାଉଛ କି ନାହିଁ ତାହା ଉପରେ ତଦାରଖ କରିବା ସହ ସାମଗ୍ରୀ ନେବାକୁ ଆସିଥିବା ହିତାଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଆଜି ପୂର୍ବାହ୍ନରେ ଜିଲ୍ଳାପାଳ ସ୍ୱଧାଦେବ ସିଂ ଅଚାନକ୍ ମୈତ୍ରୀ ଦୋକାନକୁ ଯାଇଥିଲେ । ସେଠାରେ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଦୋକାନର ରେଜିଷ୍ଟ୍ରାର ସହ ଅନ୍ୟାନ୍ୟ କାଗଜପତ୍ର ଆଣିବାକୁ କହି ସେଗୁଡିକର ତଦାରଖ କରିବା ପାଇଁ ଜିଲ୍ଳା ଯୋଗାଣ ଅଧିକାରୀ ରାଜକିଶୋର ପାଣିଗ୍ରାହୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ରେଜିଷ୍ଟ୍ରାରରେ ସମସ୍ତ ତଥ୍ୟ ସଠିକ୍ ରହିଥିବା ବେଳେ ଦୋକାନକୁ ସାମଗ୍ରୀ ନେବା ପାଇଁ ଆସିଥିବା କିଛି ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ । ଠିକ୍ ସମୟରେ ସେମାନଙ୍କୁ ସାମଗ୍ରୀ ଦିଆଯାଉଛି କି ନାହିଁ, ମାଗଣାରେ ମିଳୁଥିବା ଚାଉଳ ନେବାରେ ଅର୍ଥ ଦେବାକୁ ପଡୁଛି କି ଭଳି କିଛି ବିଷୟରେ ଆଲୋଚନା କରିଥିଲେ । ସେଠାରେ ହିତାଧିକାରୀମାନେ ମୈତ୍ରୀ ଦୋକାନରେ ସମସ୍ତ ସାମଗ୍ରୀ ସୁବିଧାରେ ମିଳୁଥିବା କହିବାରୁ ଜିଲ୍ଳାପାଳ ସନ୍ତୋଷ ପ୍ରକାଶ କରିଥିଲେ । ଜିଲ୍ଳାପାଳଙ୍କ ଏହି ତଦାରଖ ବେଳେ ଅତିରିକ୍ତ ଜିଲ୍ଳା ଯୋଗାଣ ଅଧିକାରୀ ଏମ.ମୂରଲିକ୍ରିଷ୍ଣା, ଏମଆଇ ରେଣୁସାଉତା ବ୍ରୁଭ ପ୍ରମୁଖ ଉପସ୍ଥିତ ରହିଥିଲେ । ସେହିପରି ଗତକାଲି କାଶିପୁର ବ୍ଳକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶେଷ ହେବା ପରେ ରେଙ୍ଗା ଗ୍ରାମ ପଂଚାୟତର ଏକ ପିଡିଏସ ଷ୍ଟୋରକୁ ଯାଇ ତଦାରଖ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.