ଅଟକିଥିବା କଂସାରୀଗୁଡା ପ୍ରକଳ୍ପକୁ ନେଇ ପ୍ରଶ୍ନ ଉଠାଇଲେ ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି

• ଗତ ଡିସେମ୍ବରରେ ଉତ୍କଳ ଆଲୁମିନା ସହ ଚୁକ୍ତିପତ୍ର ସ୍ୱାକ୍ଷର ହୋଇସାରିଛି, ଖୁବ ଶୀଘ୍ର ଆରମ୍ଭ ହେବ କାର୍ଯ୍ୟ :ଖଣିମନ୍ତ୍ରୀ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଜମି ଅଧିଗ୍ରହଣକୁ ପୁରି ଗଲାଣି ୧୪ବର୍ଷ। ରାଜ୍ୟ ପ୍ରଦୁଷଣ ବୋର୍ଡ ତରଫରୁ ମଧ୍ୟ ଅନୁଷ୍ଠିତ ହୋଇଗଲାଣି ଜନଶୁଣାଣୀ। ତଥାପି ଆଜି ଯାଏଁ କଂସାରୀଗୁଡା ଠାରେ ନିର୍ମାଣ ହେବାକୁ ଥିବା ପ୍ରକଳ୍ପର କୈାଣସି କାର୍ଯ୍ୟକ୍ରମ ଆରମ୍ଭ ହୋଇନାହିଁ। ଲୋକେ ଚାହୁଁଛନ୍ତି ଅଂଚଳର ବିକାଶ ପାଇଁ କମ୍ପାନୀ ହେଉ କିନ୍ତୁ କମ୍ପାନୀ କାମ ଆରମ୍ଭ କରିବାରେ କାହିଁକି ସରକାର ଚୁପ୍ ବସିଛନ୍ତି ବୋଲି ଏବଂ ଏହା କେବେ ସୁଦ୍ଧା କାର୍ଯ୍ୟ ଆରମ୍ଭ ହେବ ବୋଲି ଆଜି ବିଧାନସଭା ପ୍ରଶ୍ପକାଳରେ ନିଜ ପ୍ରଶ୍ନ ରଖିଥିଲେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି। ଆଉ ବିଧାୟକ ମକରନ୍ଦ ମୁଦୁଲିଙ୍କ ପ୍ରଶ୍ନକୁ ନେଇ ଗୃହରେ ଉତର ରଖିଥିଲେ ଖଣିମନ୍ତ୍ରୀ ପ୍ରତାପ ଦେବ। କଂସାରୀଗୁଡା ଠାରେ ଆଉ ଏକ ପ୍ରକଳ୍ପ ନିର୍ମାଣକୁ ନେଇ ବିଭାଗୀୟ କର୍ତୁପକ୍ଷ ଅବଗତ ରହିଛନ୍ତି। ଏଥି ନିମନ୍ତେ ସମସ୍ତ ମଂଜୁରୀ ଦିଆଯାଇ ସାରିଛି। ତେଣୁ ଖୁବ ଶୀଘ୍ର ଉତ୍କଳ ଆଲୁମିନା କମ୍ପାନୀ ପକ୍ଷରୁ ସଂପ୍ରସାରଣ କାର୍ଯ୍ୟ ଆରମ୍ଭ ହେବ ଯାହାକୁ ନେଇ ଗତ ଡିସେମ୍ବର ମାସରେ ଚୁକ୍ତିପତ୍ର ସ୍ୱାକ୍ଷର ହୋଇସାରିଛି। ଚଳିତ ଆର୍ଥିକ ବର୍ଷ ମଧ୍ୟରେ ସମସ୍ତ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ମନ୍ତ୍ର ଶ୍ରୀ ଦେବ ପ୍ରକାଶ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.