ଶ୍ରୀକ୍ଷେତ୍ର କରସେବା ଟ୍ରଷ୍ଟର ଶୁଭ ଉଦଘାଟନୀ ସମାରୋହ 

ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ଶ୍ରୀ କ୍ଷେତ୍ର କରସେବା ଟ୍ରଷ୍ଟ ବୀରମହାରାଜପୁରର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଟ୍ରଷ୍ଟର ଫାଉଣ୍ଡର ତଥା ସଭାପତି ସୁରେଶ କଲତାଙ୍କ ତତ୍ୱାବଧାନରେ ବୀରମହାରାଜପୁର ମୂଖ୍ୟ ଛକ ନିକଟରେ ଥିବା ପାଣି ଟାଙ୍କି ସାମ୍ନାରେ ଏନେଇ ଆୟୋଜିତ ଉଦଘାଟନି ଉତ୍ସବରେ ମୂଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ କୃଷି ଅଧିକାରୀ ଦୟାନିଧି ହୋତା, ସମ୍ମାନିତ ଅତିଥି ଭାବେ ପ୍ରକାଶ ହୋତା, ଅକ୍ଷୟ ମିଶ୍ର ଓ ଦାମୋଦର ହୋତା ଯୋଗ ଦେଇଥିଲେ।

Omkar Vasthu
Omkar Vasthu


ରକ୍ତଦାନ କରିବା, ନିଃସହାୟ ଲୋକଙ୍କ ଶବ ସତ୍କାର କରିବା, ପୁରୁଣା ବସ୍ତ୍ର ସଂଗ୍ରହ କରି ଗରିବ ଓ ନିଃସହାୟ ଲୋକଙ୍କୁ ବିତରଣ କରିବା, ଅସହାୟ ଲୋକଙ୍କୁ ଡାକ୍ତର ଖାନା ପହଞ୍ଚାଇ ମେଡିକାଲ୍ ସେବା ଯୋଗାଇ ଦେବା,  ଗରିବ ପରିବାରର ପୁତ୍ର ଏବଂ କନ୍ୟାର ବାହାଘର ହେଲେ ସେବା ତରଫରୁ ସାହାଯ୍ୟ କରିବା, ନିଃସହାୟ ଏବଂ ଗରିବ ପରିବାରଙ୍କ ଯେ କେହି ମୃତ୍ୟୁବରଣ କଲେ ମୃତାହ କାର୍ଯ୍ୟରେ ସେବା ତରଫରୁ ସାହାଯ୍ୟ କରିବା, ଯେ କୋୖଣସି ଭୋଜି କାର୍ଯ୍ୟକ୍ରମରେ ବଳିଥିବା ଖାଦ୍ୟ ଆଣି ନିଃସହାୟ ଏବଂ ଗରିବ ପରିବାର ବର୍ଗଙ୍କୁ ବିତରଣ କରିବା, ବାହାରେ ବୁଲୁଥିବା ପଶୁ ପକ୍ଷୀଙ୍କ ଅକାଳ ଦୂର୍ଘଟଣା ହେଲେ କିମ୍ବା ମୃତ୍ୟୁ ହୋଇଗଲେ ଶବ ସଂସ୍କାର କରିବା, ଗାଁ ନଳକୂପ ଓ ପୋଖରୀ ଘାଟ ସଫାସୁତୁରା କରିବା ସହ ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇଥିବା ଗରିବ ନିଃସହାୟ ଲୋକମାନଙ୍କୁ ସମାଧାନର ବାଟ ଦେଖାଇ ସାହାଯ୍ୟ କରିବା ଭଳି ଅନେକ ଗୁଡ଼ିଏ ସେବା କରିବାକୁ ଆଗ୍ରହ ହୋଇଛନ୍ତି ଏହି ଟ୍ରଷ୍ଟ। କରସେବା ଟ୍ରଷ୍ଟର ପ୍ରଥମ ଦିନରେ ବୀରମହାରାଜପୁର ଆଦର୍ଶ ଥାନା ସମ୍ମୁଖରେ ଦୂର୍ଘଟଣା ଗ୍ରସ୍ତହୋଇ ପ୍ରାଣହରାଇବା ଏକ କୁକୁରର ଶବ ସଂସ୍କାର କରାଯାଇଥିଲା। 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.