ଖୋଲିଲା ମା ମଝିଘରିଆଣିଙ୍କ ୯ଟି ଦାନ ହୁଣ୍ଡୀ: ନଗଦ ୪୫ ଲକ୍ଷ ୧୨୪୯ ଟଙ୍କା ସହ ୨୯ ଗ୍ରାମ ସୁନା, ୧ କେଜି ୧୬୯ ଗ୍ରାମ ରୁପା ଅଳଙ୍କାର ଏବଂ ୭ ଟି ବିଦେଶୀ ମୁଦ୍ରା ଡଲାର ବାହାରିଲା

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର/ ରାୟଗଡା (ଶିବ ନାରାୟଣ ଗୈାଡ): ୩ ମାସ ବ୍ୟବଧାନରେ ଆଜି କଡା ସୁରକ୍ଷା ବଳୟ ମଧ୍ୟରେ ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣି ମନ୍ଦିରର ୯ ଟି ଦାନ ହୁଣ୍ଡୀ ଖୋଲା ଯାଇଛି | ଆଜି ସକାଳ ୯ ଟା ସମୟରୁ ହୁଣ୍ଡୀ ଖୋଲା ଯାଇ ଗଣତି ଆରମ୍ଭ କରାଯାଇଥିଲା | ସମସ୍ତ ହୁଣ୍ଡିରୁ ପୁଳା ପୁଳା ନଗଦ ଟଙ୍କା ସହ ସୁନାରୂପା ଅଳଙ୍କାର ବାହାରିଥିଲା | ଅପରାହ୍ନ ସୁଦ୍ଧା ଟଙ୍କା ଗଣତି ଶେଷ ହୋଇଥିବା ବେଳେ ନଗଦ ୪୫ ଲକ୍ଷ ୧୨ ଶହ ଅଣଚାଷ ଟଙ୍କା ସହ ୨୯ ଗ୍ରାମ ସୁନା, ୧ କେଜି ୧୬୯ ଗ୍ରାମ ରୁପା ଅଳଙ୍କାର ଏବଂ ୭ ଟି ବିଦେଶୀ ମୁଦ୍ରା ଡଲାର ବାହାରିଥିବା ମନ୍ଦିର ଟ୍ରଷ୍ଟି ଅଧ୍ୟକ୍ଷ ରାଇସିଂ ବିଡ଼ିକା ପ୍ରକାଶ କରିଛନ୍ତି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଗତ ୩ମାସ ତଳେ ଖୋଲା ଯାଇଥିବା ଦାନ ହୁଣ୍ଡୀରୁ ନଗଦ ୬୨ ଲକ୍ଷ ଟଙ୍କା ସହ ୪୬ଗ୍ରାମ ସୁନା ଓ ୧କେଜି ୭୭୫ ଗ୍ରାମ ରୂପ ଅଳଙ୍କାର ଏବଂ ୧୨ ଟି ବିଦେଶୀ ମୁଦ୍ରା ବାହାରିଥିଲା | ଆଜିର ଏହି ଗଣତି କାର୍ଯ୍ୟକ୍ରମରେ ତହସିଲଦାର ତାପସ ରାଉତ, ଦେବୋତ୍ତର ନିରୀକ୍ଷକ ସୁକାନ୍ତ ପୂଜାରୀ, ଟ୍ରଷ୍ଟ ସଦସ୍ୟ ରାଧାକୃଷ୍ଣ ଦଳେଇ, ଦେବେନ୍ଦ୍ର ବେହେରା, ପି. ବାସୁଙ୍କ ସମେତ ବିଭିନ୍ନ ସ୍ବେଛାସେବୀ ସଂଗଠନର ପାଖାପାଖି ୨୦୦ ଜଣ ସଦସ୍ୟସଦ୍ୟସା ମାନେ ଭାଗ ନେଇଥିବା ବେଳେ ସ୍ଥାନୀୟ ପୋଲିସ ନିୟୋଜିତ ହୋଇଥିଲେ |

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.