ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟରେ କୌଶଳ ବିକାଶ ପ୍ରଶିକ୍ଷଣ ଶିବିର

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ଶିବ ନାରାୟଣ ଗୈାଡ) : ରାୟଗଡ଼ା ସହର ଉପଖଣ୍ଡ ପିତାମହଲ ସ୍ଥିତ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ପରିସରରେ କୌଶଳ ବିକାଶ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟ ଗ୍ରାମ ତରଙ୍ଗ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲା ସମେତ ପଡୋଶୀ କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ୩୬୦ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

କାର୍ଯ୍ୟକ୍ରମରେ ଜିଲ୍ଲା ନିୟୋଜନ ଅଧିକାରୀ ତତ୍ୱମସି ମହାପାତ୍ର, ବିଶ୍ୱବିଦ୍ୟାଳୟ ନିର୍ଦେଶକ ରାଜେଶ କୁମାର ପାଢୀ, ମହାତ୍ମାଗାନ୍ଧୀ ଜାତୀୟ ଫେଲୋସିପ ସ୍ୱତନ୍ତ୍ର ଅଧିକାରୀ ମୁକେଶ ବିଶ୍ୱାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ମଞ୍ଚାସିନ ଥିଲେ। କାର୍ଯ୍ୟକ୍ରମ ରେ ସମସ୍ତ ଛାତ୍ରଛାତ୍ରୀ ଟ୍ରେନିଙ୍ଗ କିଟ୍ ପ୍ରଦାନ କରାଯାଇଛି । ଉକ୍ତ କୌଶଳ ପ୍ରଶିକ୍ଷଣ ଶିବିର ଆସନ୍ତା ୪୫ ଦିନ ଧରି ବିଶ୍ୱବିଦ୍ୟାଳୟ ପରିସରରେ ଚାଲିବା ନେଇ ଜଣାପଡିଛି।

Udyog Nursery
Udyogi Nursery

ଏଥିରେ ଉତ୍ତୀର୍ଣ୍ଣ ଶୀକ୍ଷାର୍ଥୀ ରାଜ୍ୟ ତଥା ବାହାର ରାଜ୍ୟରେ କର୍ମନିଯୁକ୍ତି ପ୍ରଦାନ କରାଯିବ ବୋଲି ଜଣାପଡିଛି। ଏହି କାର୍ଯ୍ୟକ୍ରମରେ ଗ୍ରାମ ତରଙ୍ଗ ବିଭାଗ ପ୍ରସିକ୍ଷଣ କେନ୍ଦ୍ରର ଶାଖା ପରିଚାଳକ ଓ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ଆଇଟି ବିଭାଗର ମୁଖ୍ୟ ସୌମ୍ୟ ରଞ୍ଜନ ପାଣି ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.