‘ଅନନ୍ୟ ଉତ୍କଳ’ ଶୀର୍ଷକ ସଂଗୀତରେ ଝୁମିଲେ ଦର୍ଶକ

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ସ୍ଥାନୀୟ ମର୍ଦ୍ଦରାଜ କଲ୍ୟାଣ ମଣ୍ଡପରେ ଅଗ୍ରଣୀ ସାଂସ୍କୂତିକ ଅନୁଷ୍ଠାନ ‘ଅନନ୍ୟ ଉତ୍କଳ ବହୁମୁଖି ସମାଜ ସଂସ୍କୃତି ପରିଷଦର ୩ୟ ବାର୍ଷିକ ଉତ୍ସବ ତଥା ବିଷୁବ ମିଳନ ବର୍ଣାଢ୍ୟ ଢଙ୍ଗରେ ସମ୍ପର୍ଣ୍ଣ ହୋଇଯାଇଛି। ଅନୁଷ୍ଠାନର ସଭାପତି ପ୍ରଭାତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବ ୨ଟି ଅଧିବେଶନରେ ହୋଇଥିଲା। ପ୍ରାରମ୍ଭରେ ଶିକ୍ଷାବିତ ପୂର୍ଣ୍ଣଚନ୍ଦ୍ର ରଥଙ୍କ ମାର୍ଗଦର୍ଶନରେ ଆୟୋଜିତ କବିତା ପାଠୋତ୍ସବରେ ପ୍ରତିଷ୍ଠିତ ଚିତ୍ରଶିଳ୍ପି ବସନ୍ତ କୁମାରୀ ସାମନ୍ତ ମୁଖ୍ୟ ଅତିଥି, ଶିକ୍ଷାବିତ ନରସିଂହ ପଣ୍ଡା ମୁଖ୍ୟ ବକ୍ତା, ପ୍ରମୋଦ କୁମାର ମିଶ୍ର, ପ୍ରବୋଧ କୁମାର ମିଶ୍ର, ବିଜୟ ବିଶ୍ଵାଳ, ପ୍ରଦୀପ ଚନ୍ଦ୍ର ପଟ୍ଟନାୟକ ଓ ଅଜିତ ସେଠୀ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇ ଉତ୍କଳର ଅନନ୍ୟତା ଉପରେ ଆଲୋକପାତ କରିଥିଲେ। ୪୦ ଜଣ କବି କବୟିତ୍ରି ସେମାନଙ୍କ ସ୍ଵରଚିତ କଵିତା ଉପସ୍ଥାପନ କରିଥିଲେ। ୨ ୟ ତଥା ପ୍ରମୁଖ ଅଧିବେଶନରେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ହୋଇଥିବାବେଳେ, ଡାକ୍ତର ହରପ୍ରସାଦ ମହାପାତ୍ର ମୁଖ୍ୟ ବକ୍ତା, ଖଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ସାଂସଦ ପ୍ରତିନିଧି ରତ୍ନାକର ସାହୁ, ବିଶ୍ଵ ରଞ୍ଜନ ରାଉତ(ଭାରତ ନିଉଜ ପ୍ରତିଷ୍ଠାତା) ପ୍ରମୁଖ ଯୋଗ ଦେଇ ଉତ୍କଳର ଅନନ୍ୟ ପରମ୍ପରା ଓ ଇତିହାସ ସମ୍ପର୍କରେ ଉଦବୋଧନ ଦେଇଥିଲେ। ପ୍ରଭାତ କୁମାର ମିଶ୍ରଙ୍କ ଲିଖିତ ‘ଅନନ୍ୟ ଉତ୍କଳ-ଶୀର୍ଷକ ସଂଗୀତ ‘ଓ ସମ୍ପାଦିତ ସ୍ମରଣୀକାର ୩ ୟ ସଂଖ୍ୟା ଉନ୍ମୋଚିତ ହୋଇଥିଲା। ଲୋକାର୍ପିତ ରେକଡ ସଂଗୀତ ଟି ପ୍ରୋଜେକ୍ଟର ଦ୍ଵାରା ପ୍ରଦର୍ଶିତ ହୁଆନ୍ତେ ଦର୍ଶକ ମଣ୍ଡଳି ଆନନ୍ଦରେ ଝୁମି ଉଠିଥିଲେ। ସମଗ୍ର ଉତ୍କଳର ଗାରିମାମୟ ଇତିହାସକୁ ଶ୍ରୃତିମଧିର ସଂଗୀତ ମାଧ୍ୟମରେ ଉଫସ୍ଥାପିତ ହୋଇଥିବାରୁ ଖଲିକୋଟ ମାଟିର ଏହା ଏକ କଳାତ୍ମକ ମାଇଲ ଖୁଣ୍ଟ ବୋଲି ଅତିଥିମାନେ ମତ ପ୍ରକାଶ କରିବା ସହିତ ଲେଖକ ପ୍ରଭାତ କୁମାର ମିଶ୍ର, ନିର୍ଦ୍ଦେଶକ ଅଜିତ ସେଠୀ, ନର୍ତ୍ତକି ସୁଲଗ୍ନା ଓ ସିମ୍ରନଙ୍କୁ ମାନପତ୍ର ଓ ଉପଢୌକନ ସହିତ ସମ୍ବର୍ଦ୍ଧିତ କରାଯାଇଥିଲା। ବିଶିଷ୍ଟ ଭାସ୍କର୍ଯ଼୍ୟ ଶିଳ୍ପୀ ସନ୍ତୋଷ ଵେହେରାଙ୍କୁ ‘ଅନନ୍ୟ ଉତ୍କଳ’ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ମିତାଞ୍ଜଳୀ ମିଶ୍ର ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ନରସିଂହ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।  ଭାରତ ନିଉଜ ବ୍ୟୁରୋ ଚିଫ୍ ଡାକ୍ଡର ଅଜିତ ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ସିପ୍ରା ପଟ୍ଟନୟକ, ଅନିଲ ପଟ୍ଟନାୟକ,  ନିହାର ରଞ୍ଜନ, ଟୁନୁ ପଟ୍ଟନାୟକ ଓ ସାନୁ ପଟ୍ଟନାୟକ କର୍ତ୍ତୃକ ଭାରତ ନିଉଜ ପଦାଧିକାରୀମାନେ ସୌଜନ୍ୟ ସହଯୋଗ କରିଥିଲେ। ବେଗୁନିଆପଡ଼ା ଓ ଖଲିକୋଟର ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.