କନ୍ଦାବୁଟୁରା ବିଦ୍ୟାଳୟର ବାର୍ଷିକ ଉତ୍ସବ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କନ୍ଦାବୁଟୁରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ସୋମବାର ଅନୁଷ୍ଠିତ ହୋଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବନିତା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ କୋକସରା ଗୋଷ୍ଠୀ ଅତିରିକ୍ତ ଶିକ୍ଷାଧିକାରୀ ଦୟାନିଧି ପାଢ଼ୀ ଯୋଗଦେଇ ଥିବାବେଳେ ମୁଖ୍ୟବକ୍ତା ଭାବେ ସିଆରସିସି ପ୍ରଶାନ୍ତ ଶବର ଯୋଗଦେଇ ଥିଲେ। ସମ୍ମାନୀତ ଅତିଥି ଅନିଲ କୁମାର ପଣ୍ଡା, ପ୍ରେମଲାଲ ଦୀପ, ଡମ୍ବରୁଧର ଦୀପ, ମନୁ ବେହେରା, ମହିଳା ନେତ୍ରୀ ଅଶୋକା ନାଏକ, ଶିକ୍ଷକ ଭୁରିଶ୍ରବା ଜାଲ, ସୁବାଷ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ହେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଗୀତ, ନୃତ୍ୟ,ବକୃତା, ଚୌକି ବସା, ପୁଚି, ସାଧାରଣ ଜ୍ଞାନ, ଛାତ୍ର ଭେଙ୍କେଟେଶ୍ବର ଛତ୍ରିଆଙ୍କ ଦ୍ବାରା ଅର୍ଗାନ୍ ବାଦ୍ୟ ଆଦି କାର୍ଯ୍ୟକ୍ରମ ହୋଇଥିବାବେଳେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପରିବେଷିତ ଦେଶାତ୍ମକ ନୃତ୍ୟ ଅଭିଭାବକ ଓ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ପରେ ଅତିଥି ମାନଙ୍କୁ ଦ୍ବାରା ବିଭିନ୍ନ ବିଭାଗରେ ଭାଗ ନେଇ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା। ମଞ୍ଚକୁ ସ୍କୁଲ ପରିଚାଳନା କମିଟି ସଭାପତି କମଲ ଲୋଚନ କୁମାର ଓ ଅଜୟ କୁମାର ଦୀପ ପରିଚାଳନା କରିଥିଲେ। ଶିକ୍ଷକ ଆକାଶ ସାହୁ, ପ୍ରକାଶ ସାହୁ, ମକର ଧ୍ବଜ ପଟେଲ, ସ୍କୁଲ ପରିଚାଳନା କମିଟି ସଦସ୍ୟ ଜୟନ୍ତୀ ନାଏକ, ଶିବାନୀ ଦଳପତି, ଲକ୍ଷ୍ମୀ ମୁଣ୍ଡା, ବିହାରୀ ମହାନନ୍ଦ ଭଜନ ଛତ୍ରିଆ, ତରୁଣ ଛତ୍ରିଆ, ତ୍ରିଲୋଚନ ଶନିଆ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନାରେ ସହେଯାଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.