ଗର୍ଜିଲା ରୋହିତଙ୍କ ବ୍ୟାଟ, ଦିଲ୍ଲୀକୁ ହରାଇ ଚଳିତ ଆଇପିଏଲରେ ମୁମ୍ବାଇର ପ୍ରଥମ ବିଜୟ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ମଙ୍ଗଳବାର ଚଳିତ ଆଇପିଏଲ ସିଜିନରେ ଖେଳାଯାଇଥିବା ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ଦିଲ୍ଲୀ କ୍ୟାପିଟାଲସକୁ ୬ ୱିକେଟରେ ପରାସ୍ତ କରି ପ୍ରଥମ ବିଜୟ ହାସଲ କରିଛି। ଜିତିବା ପାଇଁ ମୁମ୍ବାଇକୁ ୧୭୩ ରନ ଆବଶ୍ୟକ ଥିଲା, ଯାହାକି ସେମାନେ ମାତ୍ର ୪ଟି ୱିକେଟ୍ ହରାଇ ହାସଲ କରିଥିଲେ। ଏହାକୁ ମିଶାଇ ଦିଲ୍ଲୀ ଚଳିତ ଆଇପିଏଲରେ ଚତୁର୍ଥ ଥର ପାଇଁ ମ୍ୟାଚ ହାରିଛି।

Omkar Vasthu
Omkar Vasthu

କ୍ୟାପଟେନ ରୋହିତ ଶର୍ମା ମୁମ୍ବାଇ ପାଇଁ ୬୫ ରନର ସର୍ବାଧିକ ଇନିଂସ ଖେଳିଥିଲେ। ତାଙ୍କ ବ୍ୟତୀତ ତିଲକ ବର୍ମା ୨୯ ବଲରୁ ୪୧ ରନ୍ କରିଥିଲେ। ପରେ ଟିମ୍ ଡେଭିଡ୍ ଏବଂ କ୍ୟାମେରନ୍ ଗ୍ରୀନ୍ ମୁମ୍ବାଇକୁ ବିଜୟ ଦେବା ପାଇଁ କିଛି ଭଲ ସଟ୍ ଖେଳିଥିଲେ। ଆଇପିଏଲ ୨୦୨୩ରେ ଏହା ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ।

Pearl dental clinic
Near Ashish Medical Store, Bhawanipatna

୧୭୩ ରନ୍‌ର ଟାର୍ଗେଟକୁ ପିଛା କରି ମୁମ୍ବାଇ ଇଣ୍ଡିଆନ୍ସ ୭.୩ ଓଭରରେ ପ୍ରଥମ ୱିକେଟ୍ ପାଇଁ ୭୧ ରନ୍ ଭାଗିଦାରୀ କରିଥିଲା। ଇଶାନ କିଶାନ ୩୧ ରନ୍ କରିବା ପରେ ପ୍ରଥମେ ଆଉଟ୍ ହୋଇଥିଲେ। ଦ୍ୱିତୀୟ ୱିକେଟ୍ ପାଇଁ ତିଲକ ବର୍ମା ଏବଂ ରୋହିତ ଶର୍ମା ୬୮ ରନ୍ ଭାଗିଦାରୀ କରିଥିଲେ। ୨୯ ବଲରୁ ୪୧ ରନ୍ କରିବା ପରେ ତିଲକ ବର୍ମା ମୁକେଶ ଚୌଧୁରୀଙ୍କ ଦ୍ୱାରା ଆଉଟ ହୋଇଥିଲେ। ପରବର୍ତ୍ତୀ ବଲରେ ସୂର୍ଯ୍ୟକୁମାର ଯାଦବ ଛକା ମାରିବାକୁ ଯାଇ ପ୍ରଥମ ବଲରେ ଆଉଟ ହୋଇଥିଲେ। ସେହିପରି ଅଧିନାୟକ ରୋହିତ ଶର୍ମା ପୋରେଲଙ୍କ ଦ୍ୱାରା ୬୫ ରନ୍ କରି ପାଭିଲିଅନକୁ ଫେରିଥିଲେ।

Udyog Nursery
Udyogi Nursery

ସେହିପରି ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ୧୯.୪ ଓଭରରେ ୧୭୨ ରନ କରି ଅଲଆଉଟ ହୋଇ ଯାଇଥିଲା । ଟପ ଅର୍ଡରରେ ଡେଭିଡ ୱାର୍ଣ୍ଣର ୫୧ ରନର ଇନିଂସ ଖେଳିଥିଲେ । ଏହା ପରେ ଦିଲ୍ଲୀର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଆଖି ଦୃଶିଆ ପ୍ରଦର୍ଶନ କରିପାରି ନ ଥିଲେ । ନିମ୍ନ ଭାବରେ ଅଲରାଉଣ୍ଡର ଅକ୍ଷର ପଟେଲ ବିସ୍ଫୋରକ ୫୪ ରନ କରିବା ଯୋଗୁ ଦଳ ଏକ ଆଭରେଜ ଟାର୍ଗେଟ ଦେବାରେ ସଫଳ ହୋଇଥିଲା । ମନୀଷ ପାଣ୍ଡେ ୨୬ ରନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.