ତେଲାରିରେ ଠାକୁରାଣୀ ଯାତ୍ରା

ଓଡ଼ିଆ ବାର୍ତ୍ତା/ ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଳକ କୁର୍ସୀ ଗ୍ରାମପଞ୍ଚାୟତର ତେଲାରି ଗାଁରେ ପାରମ୍ପରିକ ରିତି ନିତି ଅନୁସାରେ ଠାକୁରାଣୀଙ୍କ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଦେବୀ ଏକ ପ୍ରତ୍ୟକ୍ଷ ଠାକୁରାଣୀ ହୋଇଥିବାରୁ ଅଞ୍ଚଳବାସୀ ନିଷ୍ଠା ସହକାରେ ତାଙ୍କର ପୂଜାର୍ଚ୍ଚନା କରିବା ସହ ଯାତ୍ରାରେ ସାମିଲ ହୋଇଥାନ୍ତି । ଚଳିତ ବର୍ଷ ମଧ୍ୟ ତେଲାରିର ଠାକୁରାଣୀ ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଥିଲା । ଏହି ଅବସରରେ ଶ୍ରୀ ଶ୍ରୀ ଶ୍ରୀ ଜଗତ ଜନନୀ ମାଁ ଠାକୁରାଣୀଙ୍କ ମନ୍ଦିରରେ ଉମରକୋଟ ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ସନରାଜ ଗୋଣ୍ଡ,  ସଭାସିଙ୍ଗ ମାଝୀ, ନଗର କଂଗ୍ରେସ କମିଟିର ସାଧାରଣ ସଂପାଦକ ପର୍ଶୁରାମ ନାୟକ, ଉପସଭାପତି ଏସ୍ ବିଜୟ , ଜିଲ୍ଲା ଯୁବ କଂଗ୍ରେସ କମିଟି ସାଧାରଣ ସଂପାଦକ  ଗୈାତମ ପଟ୍ଟନାୟକଙ୍କ ସମେତ କାନ୍ଦୁ ପୂଜାରି, ଉମରକୋଟ ବ୍ଳକ ସାଧାରଣ ସଂପାଦକ ଵିଷୁ ସାନ୍ତା, ବିଶ୍ଵ ଜାନୀ, ରାଜେନ୍ଦ୍ର ଖରା, ସନସାଏ ସାନ୍ତା, ଦେବେନ୍ଦ୍ର, ଗୁରୁଦ୍ୱାର ସାନ୍ତା, ଦୂର୍ଜ ସାନ୍ତା, ସାନୁ ସାନ୍ତା, ଦାମ ସାନ୍ତା, ଶିଵନାଥ ସାହା, ରମେଶ ମାଝି, ଜୟରାମ ସାନ୍ତା, ଶ୍ରୀପତି ସାନ୍ତା, ଅର୍ଜୁନ ଜାନୀ, ଜୁମରା ସାନ୍ତା, କତୁଆଲ ପଦୁ ରାମ ହରିଜନ ପ୍ରମୁଖ ଉପସ୍ଥିତ ରହି ଦେବୀଙ୍କ ଆଶିର୍ବାଦ ଭିକ୍ଷା କରିଥିଲେ । ଏହାସହ ମନ୍ଦରର ଉନ୍ନତି ସମ୍ବନ୍ଧରେ ଶ୍ରୀ ଗୋଣ୍ଡ ଓ କଂଗ୍ରେସ ନେତୃବୃନ୍ଦ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ ।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.