ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲାରେ ଗତ କିଛି ଦିନ ହେବ ଅସହ୍ୟ ଖରା ବଢ଼ି ଚାଲିଛି । ପାରଦ ପାଖାପାଖି ୪୦ଂ କୁ ଛୁଇଁଛି । ତାତିର ମାତ୍ରା ବୃଦ୍ଧି ପାଉଥିବାବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଗ୍ରୀଷ୍ମ ଋତୁ ଆସିଲେ ରାଜ୍ୟ ସରକାର ତୃଷ୍ଣା ମେଣ୍ଟାଇବା ପାଇଁ ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲିଥାନ୍ତି । ହେଲେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ୨୨ଟି ପଞ୍ଚାୟତ ମଧ୍ୟରୁ କାଁ ଭାଁ ଗୋଟିଏ ଦୁଇଟି ସ୍ଥାନରେ ଜଳଛତ୍ର ଦେଖିବାକୁ ମିଲିଥିବାବେଳେ ଅନେକ ସ୍ଥାନରେ ଆଜି ପର୍ଯ୍ୟନ୍ତ ସରକାରୀ ସ୍ତରରେ ଜଳଛତ୍ର ଖୋଲା ଯାଇ ନଥିବା ଦେଖିବାକୁ ମିଳୁଛି । ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ପଥଚାରୀମାନେ ଜଳଛତ୍ର ଖୋଲି ନଥିବା ରୁ ପାଣି ମୁନ୍ଦାଏ ପାଇ ନାହିଁ ନଥିବାର ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଲୁଛି । ଏମିତି କି ବିଭିନ୍ନ ଅଫିସ ଓ ଅନ୍ୟାନ୍ୟ କାମରେ ଆସୁଥିବା ଲୋକେ ମଧ୍ୟ ପାନୀୟ ଜଳ ଟୋପେ ପାଇଁ ଏପାଖ ସେପାଖ ହେଉଛନ୍ତି । ଅଂଶୁଘାତ ମୁକାବିଲା ପାଇଁ ଆବଶ୍ୟକ ମୁତାବକ ପଦକ୍ଷେପ ନେବା ପାଇଁ ପ୍ରଶାସନର ଦାୟିତ୍ବ ରହିଛି । ଏପରିକି ପଞ୍ଚାୟତ କର୍ତ୍ତୃପକ୍ଷ ମଧ୍ୟ ନିଜ ନିଜ ପଞ୍ଚାୟତର ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲିବା ନିୟମ ରହିଛି । ହେଲେ ଏଠାରେ ମାର୍ଚ୍ଚ ମାସ ସରି ଏପ୍ରିଲ ଦ୍ବିତୀୟ ସପ୍ତାହ ଆରମ୍ଭ ହେଲାଣି ତଥାପି ବ୍ଲକରେ ଏ ପର୍ଯ୍ୟନ୍ତ ଜଳଛତ୍ର ଖୋଲା ଯାଇ ନ ଥିବାରୁ ଜନ ସାଧାରଣରେ ଅସନ୍ତୋସ ପ୍ରକାଶ ପାଇବାରେ ଲାଗିଛି । ଏ ଦିଗରେ ବ୍ଲକ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହୋଇଛି ।