ଓବିସି ଏସଟି ଏସସି ସମନ୍ବୟ ସମିତି ଏବଂ ଡମ୍ ସମାଜ ତରଫରୁ ଅମ୍ବେଦକର ଜୟନ୍ତି ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ସମ୍ବିଧାନ ପ୍ରଣେତା ଡ଼ଃ. ଭୀମ ରାଓ ଅମ୍ବେଦକରଙ୍କ ୧୩୨ତମ ଜନ୍ମ ଜୟନ୍ତି ଓବିସି ଏସଟି ଏସସି ସମନ୍ବୟ ସମିତି ଗୋଲାମୁଣ୍ଡା ବ୍ଲକ ତରଫରୁ ଖଲିଆକାନି ଠାରେ ଅନୁଷ୍ଠିତ ହୋଇଯାଇଛି । ସମନ୍ବୟ ସମିତିର ବ୍ଲକ ସଭାପତି ବିନ୍ଦୁ ମହାନନ୍ଦଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ଡ଼ଃ. ବିଆର୍ ଅମ୍ବେଦକରଙ୍କ ଫଟୋ ଚିତ୍ରରେ ପୁଷ୍ପାମାଲ୍ୟ ଅର୍ପଣ ପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । କାର୍ଯ୍ୟକ୍ରମରେ ଡ଼ଃ. ବାବା ସାହେବଙ୍କ ଜୀବନି, ତାଙ୍କର ଶିକ୍ଷା ସମେତ ରାଜନୈତିକ କ୍ଷେତ୍ରରେ ସଫଳତା ପାଇଥିବା ବିଷୟରେ ବିଭିନ୍ନ ବକ୍ତାମାନେ ବକ୍ତବ୍ୟ ରଖିଥିଲେ । ସମାଜର ସଂଗଠନକୁ ଗୁରୁତ୍ବ ଦେବାକୁ ସଂଘର ସଭାପତି ଶ୍ରୀ ମହାନନ୍ଦ ମତାମତ ରଖିଥିଲେ । କାର୍ଯ୍ୟକ୍ରମରେ ଅଘ୍ରିଆ ସମାଜର ଜିଲ୍ଲା ସଭାପତି ଚତୁର୍ଭୁଜ ଅଘ୍ରିଆ, କୁଲଥିଆ ସମାଜର ବରିଷ୍ଠ ସଂଗଠକ ତଥା ଦଶପୁର ସମିତି ସଭ୍ୟ ଦୁର୍ଗେଶ୍ବର ସାହୁ, ବଙ୍କା ସମାଜର ସଂଗଠକ ସେନାପତି ମଲ୍ଲିକ, ଯାଦବ ସମାଜର ସଂଗଠକ ବରୁଣ ବେମାଲ, ଖ୍ରୀଷ୍ଟିୟାନ୍ ସଂମ୍ପ୍ରଦାୟରୁ ପ୍ରତାପ ସିପକା ଓ ଜଗନ୍ନାଥ ସୁନାନୀ, ଗଣ ସମାଜର ସଂଗଠକ ବିକ୍ରମ ମାଝୀ, ଭଲିଆ ସମାଜର ସଂଗଠକ ତଥା ଖଲିଆକାନି ପୂର୍ବତନ ସରପଞ୍ଚ୍  ତିଲରାମ ମେହେର, ସିଡୁଲ କାଷ୍ଟ ଫେଡେରେସନର ବ୍ଲକ ସଭାପତି କ୍ଷେତ୍ରମୋହନ ଛତ୍ରିଆ, ମୂଷିକ ଚନ୍ଦ୍ର ମଙ୍ଗରାଜ, ଖଲିଆକାନି ସମିତି ସଭ୍ୟା ସୁଚିସ୍ମିତା ମଙ୍ଗରାଜ, ନକଟିକାନି ସମିତି ସଭ୍ୟ ମହିରାଜ ମାଝୀ, ଉଦେଶୃଙ୍ଗ ସମିତି ସଭ୍ୟ ଚୈତନ୍ଯ ମାଝୀ, ମୋହନ ସେନାପତି, ମହେନ୍ଦ୍ର ମଙ୍ଗରାଜ, ଖଗେଶ୍ବର ନାଏକ ପ୍ରମୁଖ ମଞ୍ଚାଶୀନ ଥିବା ବେଳେ ଅଶ୍ବୀନ ମଳ୍ଲିକ ସଭା ପରିଚାଳନା କରିଥିଲେ । ସେହିପରି ଡମ୍ ସମାଜ ବିକାଶ ପରିଷଦ ଗୋଲାମୁଣ୍ଡା ବ୍ଲକ ତରଫରୁ ଫୁଣ୍ଡା ଠାରେ ଜନ୍ମ ଜୟନ୍ତି ପାଳନ କରାଯାଇଥିବା ବେଳେ କାର୍ଯ୍ୟକ୍ରମରେ ଡମ୍ ସମାଜର ବ୍ଲକ ସଭାପତି ରାମ କୁମାର ସେନାପତି, ବ୍ଲକ ସାଧାରଣ ସମ୍ପାଦକ ତଥା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ଭୂବନେ ନିଆଲ, ଶିବରାମ ସୁନାନୀ, ମକରନ୍ଦ୍ର ଦୀପ, ଚମ୍ପା ହରପାଳ, ସେରାବନୀ ନାଏକ, ହରି ଶଙ୍କର ନିଆଲ ପ୍ରମୁଖ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.