କେନ୍ଦୁଗୁଡା ଠାରେ ଡ଼ଃ ଆମ୍ବେଦକରଙ୍କ ୧୩୨ତମ ଜନ୍ମ ଜୟନ୍ତୀ ପାଳିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ଆମ୍ବେଦକର ଜୟନ୍ତୀ କମିଟି ଆନୁକୁଲ୍ୟରେ ଗଙ୍ଗାଧର ମହାନନ୍ଦଙ୍କ ଆବାହକତ୍ବରେ ଭାରତ ବର୍ଷର ସମ୍ବିଧାନ ପ୍ରଣେତା, ସର୍ବଶ୍ରେଷ୍ଠ ଆଇନଜ୍ଞ, ବିଶ୍ୱର ଭାଷାବିତ ଡ଼ଃ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ୧୩୨ ତମ ଜନ୍ମ ଜୟନ୍ତୀ କେନ୍ଦୁଗୁଡା ଠାରେ ମହା ସମାରୋହରେ ପାଳିତ ହୋଇଯାଇଛି । ସର୍ବ ପ୍ରଥମେ ପ୍ରଧାନୀ ବାଗଙ୍କ ନେତୃତ୍ୱରେ କୋକସରା ଠାରୁ କାଉଡୋଳା, ଲଡ଼ୁଗାଁ ମହାଜନ ଗୁଡା, ବଡ଼ପୋଡାଗୁଡା ଦେଇ ବାଇକ ରାଲିରେ ବାହାରି କେନ୍ଦୁଗୁଡା ଠାରେ ପହଞ୍ଚିଥିଲେ । ସେଠାରେ ବାବା ସାହେବ ଡ଼ଃ ଭୀମ ରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା । ପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଗରୁଡ଼ ବାଗ, ମୁଖ୍ୟବକ୍ତା ଭାବେ ପବିତ୍ର ବାଗ, ସମ୍ମାନିତ ଅତିଥି ଭାବେ ଧବଳେଶ୍ୱର ନାଗ, କୌଶିକ ଦୁରିଆ, ସତ୍ୟବାନ ପାଣିଗ୍ରାହୀ, କ୍ଷୀରସିନ୍ଧୁ ବୋଡ଼କିଆ, ରତ୍ନାକର ବେମାଲ, ପୁରୁଷୋତ୍ତମ ମହାନନ୍ଦ, ପ୍ରିୟଙ୍କା ବେମାଲ, ସିନ୍ଧୁକା ବେମାଲ, ରମେଶ ଦୁର୍ଗା, ପିଣ୍ଟୁ ତାଣ୍ଡି, ଟୁନୁ ମହାନନ୍ଦ, ରତ୍ନାକର ନିଆଲ, ଉଦ୍ଧବ ବାଗ, ଭୁବନେ ଦୁର୍ଗା, ଦିବାକର ଦୁର୍ଗା, ଯୁଗେଶ୍ୱର ପାଣିଗ୍ରାହୀ, ମୁରଲୀ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । ଉପସ୍ଥିତ ଅତିଥିମାନେ ବାବା ସାହେବଙ୍କ ଆଦର୍ଶ ଆଚରଣ ଓ ସମ୍ବିଧାନ ପ୍ରଣୟନ ଉପରେ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଗଜିନ୍ଦ୍ର ନାଗ ମଞ୍ଚ ପରିଚାଳନା କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.