ସୋନପୁର ମାରୁତୀ ନଗରଠାରେ ୧୩୨ତମ ଆମ୍ୱେଦକର ଜୟନ୍ତୀ ପାଳିତ 

ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ସୋନପୁର ସ୍ଥିତ ମାରୁତୀ ନଗରଠାରେ ଆମ୍ୱେଦକର ପ୍ରେମି ତରଫରୁ ୧୩୨ତମ ଆମ୍ୱେଦକର ଜୟନ୍ତୀ ପାଳିତ ହୋଇଯାଇଛି। ଆମ୍ୱେଦକର ପ୍ରେମି ଚିନ୍ମୟ ତାଣ୍ତିଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ଉପସ୍ଥିତ ସଭ୍ୟମାନେ ଆମ୍ୱେଦକରଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏଥିରେ ବକ୍ତା ଭାବେ ଯୁବ ବ୍ୟବସାୟୀ ତଥା ଆମ୍ୱେଦକର ପ୍ରେମି ଅବକାଶ ମହାନନ୍ଦ ଯୋଗଦେଇ ଭାରତରତ୍ନ ଭୀମରାଓ ଆମ୍ୱେଦକରଙ୍କ ମହନୀୟ ଗୁଣ ବିଷୟରେ ବାର୍ତ୍ତା ଦେଇଥିଲେ। ଅନ୍ୟମାନଙ୍କ ମଧ୍ଯରେ କାମଦେବ କୁମ୍ଭାର, ସୁରଜ ସୁନା, ତନ୍ମୟ ତାଣ୍ଡି, ସିଦ୍ଧାନ୍ତ କୁମ୍ଭାର, ହେମନ୍ତ ଛତ୍ରିଆ, ଅନିଲ ମହାନନ୍ଦ, ଶ୍ରୀତମ ନାଗ, ଅଶୋକ ମହାନନ୍ଦ, ଆଶିଷ ତାଣ୍ଡି ଆ, ସର୍ଜନ ପାଣ୍ଡେ ପ୍ରମୁଖ ଉପସ୍ଥିତ ରହି ପ୍ରବାଦ ପୁରୁଷ ଆମ୍ୱେଦକରଙ୍କ ଅବଦାନ ବିଷୟରେ ଆଲୋଚନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.