ନର୍ଲା (ନି.ପ୍ର): ଓଡ଼ିଶାର ଜନପ୍ରିୟ ନେତା, କଳିଙ୍ଗ ପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୨୬ ତମ ତିରୋଧାନ ଦିବସ ଅବସରରେ ନର୍ଲା ବିଜେଡି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଓଡ଼ଶା ମୋ ପରିବାର, ଜୀବନ ବିନ୍ଦୁ ଆନୁକୂଲ୍ୟରେ ତଥା ନର୍ଲା ବିଜେଡ଼ି ପକ୍ଷରୁ ଆୟୋଜିତ ଉକ୍ତ ରକ୍ତଦାନ ଶିବିରକୁ ନର୍ଲା ବିଧାୟକ ଭୁପିନ୍ଦର ସିଂ ଆନୁଷ୍ଠାନିକ ଭାବେ ଉଦଘାଟନ କରିବାସହ ରକ୍ତଦାତା ଓ ଦଳୀୟ କାର୍ମୀମାନଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମରେ ନର୍ଲା ବ୍ଲକ ବିଜେଡି ସଭାପତି ପରେଶ ପଧାନ, ସମ୍ପାଦକ ଭୋପାଲ ନାଗ, ନର୍ଲା ଯୁବ ବିଜେଡି ସଭାପତି ବିଜୟ ଧଙ୍ଗଡାମାଝୀ, ଛାତ୍ର ବିଜେଡି ସଭାପତି ଘାସିରାମ ସାହୁ, ନର୍ଲାର ତିନି ଜଣ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ଲିଲି ଦୀପ ଓ ନମ୍ରତା ସାହୁଙ୍କ ସମେତ ଯୁବ ନେତା ଦଲଜିତ ସିଂ, ହମେଶ ଜୈନ, ଅର୍ଜୁନ ପଧାନ, ମହିଳା ସଭାନେତ୍ରୀ ପ୍ରମିଳା ପଧାନ, ପଙ୍କଜିନୀ ନାଏକ, ଭୀମକେଲା ସରପଞ୍ଚ ପ୍ରତିନିଧି ଜୟନ୍ତ ଗୌଡ଼, ଚକ୍ର ଗୌଡ଼, ପୂର୍ଣ୍ଣଚନ୍ଦ୍ର ପୂଝରୀ, କିଶୋର ମାଝୀ, ମୁସ୍କୁଟି ସମିତି ସଦସ୍ୟ ବୀର ପାତ୍ର ପ୍ରମୁଖ ଯୋଗଦାନ କରି ରକ୍ତଦାନ କରିବା ସହିତ ଶିବିର ପରିଚାଳନା କରିଥିଲେ । ନର୍ଲା ମେଡ଼ିକାଲର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଅକ୍ଷୟ କୁମାର ଗୋଛାୟତଙ୍କ ନେତୃତ୍ୱରେ ଭବାନୀପାଟଣା ରକ୍ତ ଭଣ୍ଡାରର ଟେକ୍ନିସିଆନ ଡମ୍ବରୁଧର ସାହୁ, ସଞ୍ଜିବ ମହାଖୁଡ଼, ଡୋଳାମଣି ମାଝୀ, ଏଟେନଡେଣ୍ଟ ଗିରିଶ ଚନ୍ଦ୍ର ନାଏକ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ । ଦିନ ଗୋଟାଏ ସୁଦ୍ଧା ୫୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।