ଖଲ୍ଲିକୋଟରେ ବିଜୁ ବାବୁଙ୍କ ୨୬ତମ ତିରୋଧାନ ଦିବସ; ବିଜେଡି ପକ୍ଷରୁ ମେଡିକାଲ ସଫାଇ ଓ ରୋଗୀଙ୍କୁ ଫଳ ବାଣ୍ଟନ

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ସ୍ୱାଭିମାନୀ, ସାହସୀ ବିଚକ୍ଷଣ ରାଜନେତା କଳିଙ୍ଗ ସମ୍ରାଟ ତଥା ସ୍ୱାଧୀନତା ସଂଗ୍ରାମୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ବାବୁ ଙ୍କ ୨୬ ତମ ତିରୋଧାନ ଦିବସକୁ ଖଲ୍ଲିକୋଟ ବିଜୁ ଜନତା ଦଳ ତରଫରୁ ପାଳିତ ହୋଇ ଯାଇଛି। ଖଲ୍ଲିକୋଟ ସ୍ଥିତ ପର୍ଯ୍ୟଟନସ୍ଥଳୀ ନିର୍ମଳଝର ଠାରେ ଆୟୋଜିତ ତିରୋଧାନ ଦିବସରେ ସ୍ଥାନୀୟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଓ ଏନଏସି ଅଧକ୍ଷ ଇଂ.ନିରଞ୍ଜନ ବେହେରା ବ୍ଲକ ଅଧକ୍ଷ ଦୈତାରୀ ବେହେରା ବିଜେଡି ବ୍ଲକ ସଭାପତି ଗଙ୍ଗାଧର ଖୁଣ୍ଟିଆ, ଜିଲ୍ଲା ପରିଷଦ ସଭ୍ୟ ସୋନାମ ପଳାଇ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ଭିକାରି ଚରଣ ପାଣ୍ଡୀ ନଗର ବିଜେଡି ସଭାପତି ନରେନ୍ଦ୍ର କୁମାର ପାତ୍ର, ସନ୍ଧ୍ୟାରାଣୀ ଦଳାଇ, ଜିଲ୍ଲା ପରିଷଦ ସଭ୍ୟ ବିନାୟକ ଜାଲି ପୁରୁଷୋତ୍ତମପୁର ଏନଏସି ଅଧ୍ୟକ୍ଷା ପିଙ୍କି ଗୌଡ଼, ଅଶୋକ ମହାଙ୍କୁଡ, ଭାସ୍କର ବେହେରା, ଚିତ୍ତରଞ୍ଜନ ମାଝି, ବ୍ଲକ ମହିଳା ସଭାନେତ୍ରୀ ମିତାଞ୍ଜଳି ମିଶ୍ର ପ୍ରମୁଖ ବିଜେଡି କର୍ମକର୍ତ୍ତାମାନେ ବିଜୁ ବାବୁଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ ପ୍ରଦାନ କରିଥିବା ବେଳେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରକୁ ସଫାଇ କରିଥିବା ବେଳେ ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ। ଉପସ୍ଥିତ ବିଜେଡି ନେତା ମାନେ ବିଜୁ ବାବୁଙ୍କୁ ମରଣୋତ୍ତର “ଭାରତ ରତ୍ନ” ଉପାଧି ପ୍ରଦାନ କ୍ଷେତ୍ର ରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ପାଇଁ ଦାବି କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.