ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ମୋଟେର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସୋମବାର ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଛି।ସରପଞ୍ଚ ବାସନ୍ତୀ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ନାରାୟଣ ଭୋଇ, ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନା, କନିଷ୍ଠ ସହକାରୀ ସାମାଜିକ ସୁରକ୍ଷା ଅଧିକାରୀ ସୌନ୍ଦର୍ଯ୍ୟ ନାଏକ, ଯୋଗାଣ ନିରୀକ୍ଷକ ଜଗାରାମ ମୁର୍ମୁ, ସମିତିସଭ୍ୟା ଉଆଁସୀ ପାନ, ଏଲଆଇ କୈଳାସ ଚନ୍ଦ୍ର ସାହୁ, ପୁରୁଷ ସ୍ୱାସ୍ଥ୍ୟ କର୍ମୀ ରୁଦ୍ର ପ୍ରସାଦ ହଂସ, ମହିଳା ସ୍ୱାସ୍ଥ୍ୟ କର୍ମୀ ପ୍ରଭାମଞ୍ଜରୀ ଶବର, ଏଏଚ୍ଓ ସୌରଭ ପାଣିଗ୍ରାହୀ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଅଭିଯୋଗ ନେଇ ଆସିଥିବା ହିତାଧିକାରୀଙ୍କ ଆବାସ ଘର, ରାସନ କାର୍ଡ, ଭତ୍ତା, ମନରେଗା ଭଲି ଅନ୍ୟାନ୍ୟ ଅଭିଯୋଗ ଶୁଣିବା ସହ ସମାଧାନ କରିବା ଦିଗରେ ପ୍ରୟାସ କରାଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି।ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଶିବିରରେ ଆବାସ ଯୋଜନାରେ ୨୧୩, ଭତ୍ତା ୩୪, ରାସନ୍ ୨୫, ମନରେଗା ୯ ,ଅନ୍ୟାନ୍ୟ ୭ ଟି ଆପତ୍ତି ଅଭିଯୋଗ ଆସିଥିବାବେଳେ ସମୁଦାୟ ୨୯୪ ଜଣ ହିତାଧକାରୀ ନିଜ ନିଜ ସମସ୍ୟାର ସମାଧାନ ପାଇଁ ଅଧିକାରୀଙ୍କୁ ଜଣାଇଥିଲେ। କାର୍ଯ୍ୟକ୍ରମକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ବିରଞ୍ଚି ଖର୍ସେଲ ପରିଚାଳନା କରିଥିଲେ।ଗ୍ରାମ ରୋଜଗାର ସେବକ ଦିଶାନ୍ତ କୁମାର ବାଗ, ଯୋଗାଣ ସହାୟକ ପରମାନନ୍ଦ ଧଙ୍ଗଡାମାଝୀ, ମୋହନ ନାଏକ ସମେତ ପଞ୍ଚାୟତ କର୍ମୀଚାରୀ ଓ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ଉପସ୍ଥିତ ରହି ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.