ଅସୀମାନନ୍ଦ ସରସ୍ଵତୀଙ୍କ ସ୍ମୃତି ସଭା

ଓଡ଼ିଆ ବାର୍ତ୍ତା/ କଟକ ସଦର (ଶ୍ରୀକାନ୍ତ ବେଉରା): କଟକ କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ଧର୍ମଗୁରୁ ସନ୍ଥ ଅସୀମାନନ୍ଦ ସରସ୍ଵତୀଙ୍କ ସ୍ମୃତି ସଭା ଚହଟା ସ୍ଥିତ ଶ୍ରୀ ରାମ ନିଗମେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଅବସରରେ ଉପସ୍ଥିତ ସଜ୍ଜନ ମଣ୍ଡଳୀ ଫଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ସ୍ମୃତି ସଭାରେ ସ୍ଵାମୀ ସତ୍ୟ ଚୈତନ୍ୟ ମହାରାଜ ସଭାପତିତ୍ବ କରିଥିଲେ । ସ୍ବାମୀ ବିଜ୍ଞାନନନ୍ଦ ଗିରି ପ୍ରଜ୍ଞାନନ୍ଦ ମିଶନ ଉଦ୍ ଘାଟକ ,ପଣ୍ଡିତ ନୀଳକଣ୍ଠ ରାଉତ , ବିଶିଷ୍ଟ ଅତିଥି, ଡ଼କ୍ଟର ପ୍ରମୋଦ ଶତପଥୀ ମୁଖ୍ୟ ଅତିଥି, ପ୍ରାକ୍ତନ ବରିଷ୍ଠ ସାମ୍ବାଦିକ , ସମ୍ମାନିତ ଅତିଥି ସାଗରିକା ଜେନା, ସମ୍ମାନିତ ଅତିଥି ସଂଗ୍ରାମ ଜେନା ଯୋଗଦେଇ ସ୍ବାମୀ ଅସୀମାନନ୍ଦ ସରସ୍ଵତୀଙ୍କ ସ୍ମୃତି ଚାରଣ କରି ତାଙ୍କର ଅଲୌକିକ କାର୍ଯ୍ୟର ଅବତାରଣା କରିଥିଲେ । ସ୍ବାମୀ ଅସୀମାନନ୍ଦ ସରସ୍ଵତୀ ଅସୀମାଲୋକ ଆଧ୍ୟାତ୍ମିକ ପତ୍ରିକାର ମୁଖ୍ୟ ସମ୍ପାଦକ ଥିଲେ । ସେ କରିଥିବା ଜନକଲ୍ୟାଣକାରି କାର୍ଯ୍ୟ ଏବଂ ସମାଜ ସଂସ୍କାରକ କାର୍ଯ୍ୟ ବିଷୟରେ ଅତିଥିମାନେ ବିବରଣୀ ପ୍ରଦାନ କରିଥିଲେ । କୈବଲ୍ୟ ସାହିତ୍ୟ ସଂସଦର ପ୍ରତିଷ୍ଠାତା ସମ୍ପାଦକ ଡଃ ସଂଗ୍ରାମ କେଶରୀ ସାମନ୍ତରାୟ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ଉପସ୍ଥିତ ଶ୍ରୋତାମଣ୍ଡଳୀ ସ୍ବାମୀ ଅସୀମାନନ୍ଦ ସରସ୍ଵତୀଙ୍କ ସହିତ ତାଙ୍କର ସମ୍ପର୍କ ବ୍ୟାଖ୍ୟା କହିଥିଲେ । ପାଖାପାଖି ପଚାଶ ଜଣ ସ୍ମୃତି ଚାରଣ କରିଥିଲେ । ଏହି ସଭାରେ ବିଶ୍ୱଜିତ୍ ସୂର୍ଯ୍ୟବଂଶୀ, ସୁରଭି ଦ୍ବିବେଦୀ, ମୁରଲୀଧର ଶତପଥୀ, ଡ଼କ୍ଟର ବସନ୍ତ କୁମାରୀ ନନ୍ଦ, କବି ସୁରେନ୍ଦ୍ର ମହାପାତ୍ର, କବି ସଚ୍ଚିଦାନନ୍ଦ କର, ଦେବଦତ୍ତ ବିଶ୍ଵାଳ, ନୀଳମଣି ନନା, ସାଗର ନନା, ସାଗର କୁମାର ସାମନ୍ତରାୟ, ମିନାର୍ଭା ମଲ୍ଲ, ସୋଫିଆ ସାମନ୍ତରାୟ , ଧିରଜ ଚଢ଼ା ଏବଂ ଅନ୍ୟମାନେ ସ୍ୱାମୀଜୀଙ୍କ ସ୍ମୃତି ଚାରଣ କରିଥିଲେ । କବି ଲକ୍ଷ୍ମୀଛଡ଼ା ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.