ବେହେରାପାଟିରେ ଶ୍ରୀରାମ ବିଗ୍ରହ ପ୍ରାଣପ୍ରତିଷ୍ଠା ନେଇ କଳସ ଯାତ୍ରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡା ଗ୍ରାମ ପଞ୍ଚାୟତର ବେହେରାପାଟି ରେ ରହିଥିବା ଦୀର୍ଘ ୬୦ ବର୍ଷ ପୁରାତନ ଶ୍ରୀରାମ ମନ୍ଦିରରେ ଶ୍ରୀରାମ, ଲକ୍ଷ୍ମଣ, ସୀତା ଓ ହନୁମାନଙ୍କ ବିଗ୍ରହ ପ୍ରାଣ ପ୍ରତିଷ୍ଠା ନେଇ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶ୍ରୀରାମ ମନ୍ଦିର ନିର୍ମାଣ ସମିତି ଆନୁକୂଲ୍ୟରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ସମିତିର ସଭାପତି କଳାହାଣ୍ଡି ସାଂସଦଙ୍କ ନର୍ଲା ପ୍ରତିନିଧି ପ୍ରଦୀପ କୁମାର ନାଏକଙ୍କ ନେତୃତ୍ୱରେ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଆଜି ଶନିବାର କଳସ ଯାତ୍ରା ଓ ଅଧିବାସ କାର୍ଯ୍ୟକ୍ରମ । ବ୍ରହ୍ମା ପଣ୍ଡିତ ସୁନାଶୀର ମିଶ୍ର ସାନ୍ଦୁଲ ନଦୀରେ ପୂଜାପାଠ କରିବା ପରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ବେହେରାପାର୍ଟିର ସଂକୀର୍ତ୍ତନ ମଣ୍ଡଳି ଏଥିରେ ଅଂଶ ଗ୍ରହଣ କରି ସଂକୀର୍ତ୍ତନ ପରିବେଷଣ କରିଥିଲେ । ସମିତିର ବରିଷ୍ଠ ସଦସ୍ୟ ହର ସା, ନୀର୍ମଳ ବଗର୍ତ୍ତି, ଯୋଗେଶ ଅଗ୍ରୱାଲ, ମୃଦଙ୍ଗ ବାଦକ ଲୋଚନ ଗଉଡ, ଭବାନୀ ନାଏକ, ରମେଶ ନାଏକ, ନୀଳମଣି ଭୋଇ, ଥବିର ଭୋଇ, ତୁଳାମଣି ମାହାର, ଧନଞ୍ଜୟ ସା, ନାରାୟଣ ପଣ୍ଡା, ନିଧି ବାଗ, ଚନ୍ଦ୍ରକାନ୍ତ ମାହାର, କୁଞ୍ଜବିହାରୀ କରୁଆଁ ପ୍ରମୁଖ ଏଥିରେ ସାମିଲ ହୋଇଥିବା ବେଳେ ମହିଳା ଭକ୍ତ ମାନଙ୍କ ମଧ୍ୟରେ ଉଷା ଅଗ୍ରୱାଲ, ମୈନା ଅଗ୍ରୱାଲ, ସୁନୀତା ଅଗ୍ରୱାଲ, ନୀଳାଦ୍ରୀ ଅଗ୍ରୱାଲ, ମୀରା ଜୈନ, ଆରତୀ ଅଗ୍ରୱାଲ, ସ୍ନେହା ଅଗ୍ରୱାଲ, କୁମାରୀ ନାଏକ, ଯଶୋବନ୍ତୀ ବଗର୍ତ୍ତି, ପାର୍ବତୀ ନାଏକ, ଗୀତା ସାହୁ ପ୍ରମୁଖଙ୍କ ସମେତ ଶତାଧିକ ଭକ୍ତ ଏହି କଳସ ଶୋଭାଯାତ୍ରାରେ ଅଂଶ ଗ୍ରହଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏଠାରେ ପ୍ରକାଶ ଯୋଗ୍ୟ ଯେ ବେହେରାପାଟି ଶ୍ରୀରାମ ମନ୍ଦିର ଦୀର୍ଘ ୬୦ ବର୍ଷ ଧରି ବେହେରା ପାଟିରେ ରହିଥିବା ବେଳେ ଏଠାରେ ଶ୍ରୀରାମଙ୍କ ବିଗ୍ରହ ନଥିଲା । କେବଳ ଶ୍ରୀରାମ, ସୀତା, ଲକ୍ଷ୍ମଣ ଓ ହନୁମାନଙ୍କ ଫଟୋକୁ ପୂଜା କରାଯାଉଥିଲା । ଏହା ଦେଖି ସର୍ଗିଗୁଡାର ସ୍ୱର୍ଗତ ଶ୍ରୀକିସନ ଅଗ୍ରୱାଲଙ୍କ ସୁପୁତ୍ର ଶ୍ରୀରାମ ଭକ୍ତ ଯୋଗେଶ କୁମାର ଅଗ୍ରୱାଲ ଗତ ୨୦୨୧ ରୁ ବେହେରାପାଟି ଶ୍ରୀରାମ ମନ୍ଦିର ପାଇଁ ମାର୍ବଲରେ ନିର୍ମିତ ତିନିଗୋଟି ବିଗ୍ରହ ଆଣି ଶ୍ରୀରାମ ମନ୍ଦିରକୁ ଉତ୍ସର୍ଗ କରିଛନ୍ତି । ସେହି ତିନିଗୋଟି ବିଗ୍ରହ ମାନଙ୍କର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଗତ ୨୦୨୦ ମସିହାରେ ଚାଳ, ଛପର କୁଡିଆର ମନ୍ଦିରକୁ ଶ୍ରୀରାମ ମନ୍ଦିର ନିର୍ମାଣ ସମିତି ତରଫରୁ ମରାମତି କରାଯାଇ ନବ କଳେବର କରାଯାଇଥିଲା । ଏବଂ ଉକ୍ତ ପୁରୁଣା ମନ୍ଦିର ନିକଟରେ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ ଗତ ୨୦୨୨ ମସିହାରେ ଆରମ୍ଭ କରାଯାଇଛି । ନୂତନ ମନ୍ଦିରର ପ୍ଲିନ୍ଥ ପଡିଯାଇଛି । ଆଜି ଶନିବାର ତିନି ବିଗ୍ରହଙ୍କନେଇ କଳସ ଯାତ୍ରା ଓ ଅଧିବାସ କାର୍ଯ୍ୟକ୍ରମ ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ସରିଯାଇଥିବା ବେଳେ ଆସନ୍ତା କାଲି ପବିତ୍ର ଅକ୍ଷୟ ତୃତୀୟାରେ ତିନି ବିଗ୍ରହର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ସକାଳ ୯ ଘଣ୍ଟାରୁ ଆରମ୍ଭ ହୋଇଯିବ ବୋଲି ସୂଚନା ମିଳିଛି । ବେହେରାପାଟିର ଶ୍ରୀମତୀ ରେବତୀ ପଣ୍ଡା ଓ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଦମ୍ପତି ଏହି ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ କର୍ତ୍ତା ଭାବରେ ପୂଜନ କାର୍ଯ୍ୟ ନିର୍ବାହନ କରିବେ ବୋଲି ଜଣାପଡିଛି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.