ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ବୋରଭଟା ଠାରେ ମାଲଗାଁ ଆଞ୍ଚଳିକ ଯାଦବ କମିଟିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମୁଖ ଗଉଡଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ଯୁଗ୍ମ ସମ୍ପାଦକ କୀର୍ତ୍ତି ଚନ୍ଦ୍ର ଗଉଡ ଓ ସଦର ବ୍ଲକ ଯୁବ ଯାଦବ ସଭାପତି ମଳୟ ଗଉଡ ଉପସ୍ଥିତ ଥିଲେ । ଏହି ଅବସରରେ ମାଲଗାଁ ଆଞ୍ଚଳିକ ଯାଦବ କମିଟିର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ପୂର୍ବତନ ସମ୍ପାଦକ ରଥୁରାମ ବାଗ ନିର୍ବାଚନ ଅଧିକାରୀ ଭାବେ ଯୋଗ ଦେଇଥିଲେ । ମାଲଗାଁ ଆଞ୍ଚଳିକ ଯାଦବ କମିଟିର ନୂତନ ସଭାପତି ଭାବେ ସୁରେଶ ଚନ୍ଦନ, ଉପସଭାପତି ଭାବେ କିଆବନ ଛତ୍ରିଆ, ସାଧାରଣ ସଂପାଦକ ଭାବେ ପ୍ରଶନ୍ନ କୁମାର ଗଉଡ, ଯୁଗ୍ମ ସମ୍ପାଦକ ଭାବରେ ହରି ବାଗ ଓ କୋଷାଧ୍ୟକ୍ଷ ଭାବେ ରୁକଧର ରାଉତ ଚୟନିତ ହୋଇଛନ୍ତି । ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଭାବରେ ମଳୟ ଗଉଡ, ଗୋବିନ୍ଦ ଗଉଡ, ପୂର୍ଣ୍ଣଚନ୍ଦ୍ର ଗଉଡ, ନାରାୟଣ ବାଗ, ଅରଛୁ ପୋଢ, ନବୀନ ଗଉଡ ଓ କାର୍ତ୍ତିକ ଗଉଡ ପ୍ରମୁଖ ରହିଛନ୍ତି । ଜିତେନ୍ଦ୍ର ଚନ୍ଦନ ସଭା ପରିଚାଳନା କରିଥିବାବେଳେ ଶେଷରେ ତରଙ୍ଗ ଗଉଡ ଧନ୍ୟବାଦ ଅର୍ପଣ କରିଥିଲେ ।