୬ ମାସର ଶିଶୁକୁ ଧରି ମାରାଥନରେ ଦୌଡ଼ିଲେ ମହିଳା : ଲୋକେ କହିଲେ ସୁପରମମ୍

ଜଣେ ମହିଳା ୬ ମାସର ଶିଶୁକୁ ଧରି ମାରାଥନ୍‌ରେ ସାମିଲ ହୋଇ ସମସ୍ତଙ୍କୁ ଚକିତ କରିଛନ୍ତି । ଚୀନ୍‌ର ହୁବେଇ ସହରରେ ଏକ ମାରାଥନ ଆୟୋଜିତ ହୋଇଥିଲା । ଏଥିରେ ବହୁ ପ୍ରତିଯୋଗୀ ସାମିଲ ହୋଇଥିଲେ । ଏଥିରେ ୩୫ ବର୍ଷିୀୟା ଲିୟୁ ନାମକ ଜଣେ ମହିଳା ବି ସାମିଲ ହୋଇଥିଲେ । ତାହାପୁଣି ନିଜ ୬ ମାସର ଶିଶୁ ପୁତ୍ର ସହିତ । ଲିୟୁ ନିଜ ଶିଶୁକୁ ଷ୍ଟ୍ରୋଲର୍‌ରେ ଧରି ଅନ୍ୟ ପ୍ରତିଯୋଗୀଙ୍କ ସହ ଦୌଡ଼ିଥିଲେ । ତାଙ୍କୁ ବାଟରେ ଦୁଇଥର ଅଟକି ନିଜ ପୁଅକୁ ଖାଇବାକୁ ଦେଇଥିଲେ । ଏଥିରେ ଆୟୋଜକମାନେ ମଧ୍ୟ ପୁରା ସହଯୋଗ କରିଥିଲେ । ସେ ନିର୍ଦ୍ଧାରିତ ସମୟରଠାରୁ ଅଧଘଣ୍ଟା ବିଳମ୍ବରେ ପହଞ୍ôଚଥିଲେ । ଯେତେବେଳେ ଲିୟୁ ୧୩ କିମି ଅତିକ୍ରମ କଲେ ସେତେବେଳେ ଲାକମାନେ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ । ଏନେଇ ଲିୟୁ କହିଛନ୍ତି ଯେ, ମୋର ଫିଟନେସ୍ ଏବଂ କ୍ରୀଡା ପ୍ରତି ବହୁତ ଆଗ୍ରହ । କିନ୍ତୁ ଦୌଡ଼ ପ୍ରତିଯୋଗିତାରେ ପୁଅ ସହିତ ପ୍ରଥମ ଥର ପାଇଁ ଭାଗ ନେଇଛି । ମୁଁ ପ୍ରତ୍ୟେକ ଦିନ ନିଜ ପୁଅକୁ ଷ୍ଟ୍ରୋଲରରେ ଜିମ୍ ଏବଂ ଚାଲିବା ବେଳେ ନେଇଥାଏ, ତେଣୁ ଏଥିରେ ମୁଁ ପୁରା ଅଭ୍ୟସ୍ତ ଅଛି । ମୁଁ ମୋ ପୁଅ ସହ ମାରାଥନରେ ଦୌଡ଼ୁଥିବା ଦେଖି ସେଠାରେ କିଛି ଲୋକ ମୋତେ ଥଟ୍ଟା ପରିହାସ କରିବାକୁ ବି ପଛାଇ ନ ଥିଲେ । ହେଲେ ସେମାନଙ୍କ କଥାକୁ ମୁୁଁ ଖାତିର ନ କରି ଆଗକୁ ବଢିଥିଲି ବୋଲି ସେ କହିଛନ୍ତି । ଏହି ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି । ମହିଳାଙ୍କ ଏପରି କାର୍ଯ୍ୟକୁ ଅନେକ ବହୁତ ପ୍ରଶଂସା କରିବା ସହ ସୁପରମମ ବୋଲି ସମ୍ବୋଧନ କରିଛନ୍ତ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.