୨ ଗୋଟି ଚୋରୀ ବାଇକ ଉଦ୍ଧାର, ଜଣେ କୋର୍ଟଚାଲାଣ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଅଞ୍ଚଳର ଚୋରୀ ବାଇକ ଉଦ୍ଧାର ଘଟଣାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ସଇଁତଲା କୋର୍ଟଚାଲାଣ କରିଛି l ଅଭିଯୁକ୍ତ ଜଣକ ହେଲେ ସଇଁତଲା ଥାନା ଡେଙ୍ଗ ପଞ୍ଚାୟତ ବୁର୍ଡl ଗ୍ରାମର ଲୋକନାଥ ଭୋଇ (୨୨) ବୋଲି ଜଣାପଡିଛି l ଗତ ୨୦୨୨ ମସିହାରେ ଏହି ଥାନା ଅଞ୍ଚଳରୁ ବାଇକ ଚୋରି ହୋଇଥିବା ନେଇ ସଇଁତଲା ଥାନାରେ ଅଭିଯୋଗ ହୋଇଥିଲା l ଏ ନେଇ ସଇଁତଲା ପୋଲିସ ଥାନା କେଶ ନଂ ୩୩୦/୨୨ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରୀ ରଖିଥିଲା l ଉକ୍ତ ମାମଲାକୁ ସଇଁତଲା ଆଇଆଇସି ଅବନୀ କୁମାର ସାହୁଙ୍କ ତତ୍ତ୍ୱବଧାନ ଏଏସଆଇ ଲକ୍ଷ୍ମଣ ମହାନ୍ତି ଘଟଣାର ତଦନ୍ତ ଚଲାଇ କୌଣସି ସୂତ୍ରରୁ ଖବର ପାଇ ବୁର୍ଡା ଗ୍ରାମର ଲୋକନାଥଙ୍କ ଘରେ ଚଢ଼ାଉ କରିଥିବା ବେଳେ ଅଭିଯୁକ୍ତ ଜଣକ ବାଇକ ନମ୍ବରକୁ ଭାଙ୍ଗି ଦେଇ ଘରେ ରଖିଥିଲା l ଏଥିରେ ୨ ଗୋଟି ବାଇକ ଜବତ କରିବା ସହ ଗାଡି ଇଂଜିନ ନଂ ବିଜି ୪୮୦୭୮ ଓ ବିଜି ୧୪୫୮୫ ସହ ଲୋକନାଥକୁ ଗିରଫ କରିଥିଲେ l ପୋଲିସ ଅଭିଯୁକ୍ତଙ୍କୁ ଡାକ୍ତରୀ ପରୀକ୍ଷା ପରେ ସଇଁତଲା କୋର୍ଟକୁ ଚାଲାଣ କରାଇଥିଲା। ଜାମିନ ନା ମଞ୍ଜୁର ହେବାରୁ ଟିଟିଲାଗଡ଼ ବିଚାର ବିଭାଗୀୟ ହାଜତକୁ ପଠାଯାଇଛିl  କୋର୍ଟ ଚାଲାଣ ସମୟରେ ସଇଁତଲା ଟାଉନ ହାବିଲଦାର ଭୁବନେଶ୍ୱର ଭୋଇ, କନେଷ୍ଟବଳ ଶତ୍ରୁଘନ ଭୋଇଙ୍କ ସମେତ ପୋଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.