ମିକ୍ସଚର ମେସିନରେ ହାତ କଟି ଶ୍ରମିକ ଗୁରୁତର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରବୀନ୍ଦ୍ର ମିଶ୍ର): କଲମପୁର ଥାନା ଅନ୍ତର୍ଗତ ଚୁରାଗାଁ ଠାରେ ଘଟିଛି ଏକ ଅଘଟଣ। କେନାଲ କାର୍ଯ୍ୟରେ ନିୟୋଜିତ ଜନୈକ ଶ୍ରମିକଙ୍କ ହାତ ମିକ୍ସଚର ମେସିନରେ ଲାଗି କଟି ଯିବା ଭଳି ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି। ସୂଚନା ଅନୁସାରେ ଚୁରାଗାଁର ତପନ ରାଉତ ନାମକ ଜନୈକ ଯୁବ ଶ୍ରମିକ ଗାଁରେ ମନରେଗା ଯୋଜନାରେ ଚାଲିଥିବା କେନାଲ ମରାମତି କାର୍ଯ୍ୟରେ ନିୟୋଜିତ ଥିଲେ। ରବିବାର ସିମେଣ୍ଟ କଂକ୍ରିଟ କାମ ଚାଲିଥିଲା । ହଠାତ୍ କୌଣସି କାରଣରୁ ତପନ ମେସିନ ନିକଟରେ ଥିବାବେଳେ ଅସାବଧାନତା ଯୋଗୁଁ ମେସିନ ଭିତରେ ହାତ‌ ପଶିଯାଇଥିଲା। କେହି କିଛି ଜାଣିବା ପୂର୍ବରୁ ମେସିନର ବ୍ଲେଡ ଲାଗି ତପନର ହାତ କଟି ଯାଇଥିଲା। ତାକୁ ଗୁରୁତର ଅବସ୍ଥାରେ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ଗୁରୁତର ଥିବା ଯୋଗୁଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ପରାମର୍ଶ ଦିଆଯାଇଥିଲା। ପରିବାର ଲୋକ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.