ଲଡୁଗାଁ ଠାରେ ବାବାସାହେବ ଡ଼ଃ ଆମ୍ବେଦକରଙ୍କ ୧୩୨ତମ ଜୟନ୍ତୀରେ ବିଶାଳ ସମାବେଶ 

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ମିନି ଷ୍ଟାଡିୟମରେ ରବିବାର ସମ୍ବିଧାନର ପ୍ରଣେତା ଡ଼ଃ. ଭୀମ ରାଓ ବାବା ସାହେବ ଆମ୍ବେଦକରଙ୍କ ୧୩୨ ତମ ଜନ୍ମ ଜୟନ୍ତୀ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆମ୍ବେଦକର ପ୍ରେମୀଙ୍କ ବିଶାଳ ସମାବେଶ ଏକତ୍ରିତ ହୋଇଥିଲେ ।  ଲଡୁଗାଁରେ ଶତାଧିକ ଆମ୍ବେଦକର ପ୍ରେମୀ ଯୁବକ ଯୁବତୀ କର୍ମକର୍ତ୍ତାମାନେ ବିଶାଳ ଶୋଭାଯାତ୍ରାରେ ଯୋଗଦାନ କରି ନଗର ପରିକ୍ରମା କରି ଜୟ ଭୀମ ନାରା ଦେଇ ଲଡୁଗାଁ ମିନି ଷ୍ଟାଡିୟମରେ ପହଞ୍ଚିଥିଲେ।

ଲଡୁଗାଁ ଆମ୍ବେଦକର ଜନ୍ମ ଜୟନ୍ତୀ ପାଳନ କମିଟିର ଆବାହକ ଗରୁଡ଼ ବାଗଙ୍କ ସଭାପତିତ୍ୱରେ ସମ୍ବିଧାନର ପ୍ରଣେତା ବହୁଜନ ସମାଜର ଡ଼. ଭୀମ ରାଓ ଆମ୍ବେଦକରଙ୍କ ଫୋଟୋଚିତ୍ରରେ ମାଲ୍ୟାର୍ପଣ କରି ଉପସ୍ଥିତ ଅତିଥିମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ସାଧାରଣ ସଭା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରକଳ୍ପ ନିର୍ଦେଶକ ଜଳଛାୟା ରାୟଗଡା ଧୀମାନ ଦୟାନିଧି ବାଗ, ମୁଖ୍ୟ ବକ୍ତା ଆମ୍ବେଦକର ବାଦୀ ନେତା ଧୀମାନ ଭୋଦେବ ମହାନନ୍ଦିଆ, ବିଶିଷ୍ଟ ଅତିଥି ଭାବେ ବହୁଜନ ସମାଜ ସଂଗଠକ ଧୀମାନ ସରୋଜ କୁମାର ନାଏକ, ସମ୍ମାନିତ ଅତିଥି ଭାବେ ଆମ୍ବେଦକରବାଦୀ ଅଲ ଓଡ଼ିଶା ସିଡୁଲ୍ଡକାଷ୍ଟ ଫେଡରେସନ ସଭାପତି ଧନଞ୍ଜୟ ଦୀପ୍, ସୁଗ୍ରୀବ ଦୀପ, ଅଵସର ପ୍ରାପ୍ତ ଅଧ୍ୟକ୍ଷ କୋକସରା ପଞ୍ଚାୟତ ସମିତି କଲେଜ ଗୋବର୍ଦ୍ଧନ ବାଗ, ଆଇନଜୀବୀ ତଥା ଯୁବନେତା ଦିଗାମ୍ବର ଦୁରିଆ, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଧର୍ମଗଡ଼ ଉପଖଣ୍ଡ ଡମ୍ବ ସମାଜ ସଭାପତି ବିଶ୍ୱନାଥ କର, ଅବସର ପ୍ରାପ୍ତ ବ୍ୟାଙ୍କ ମ୍ୟାନେଜର ଦେବାନନ୍ଦ ନାଏକ, ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ସଭାପତି କୋକସରା ବ୍ଲକ କ୍ଷୀରସିନ୍ଧୁ ବୋଡ଼କିଆ, ଏଓଏସସିଏଫ ଆଇନଜୀବୀ ଛବିଲାଲ ନାଏକ, ଏଓଏସସିଏଫ ମହା ସଚିବ ଅଲ ଓଡ଼ିଶା ସିଡୁଲ କାଷ୍ଟ ଫେଡରେସନ ଯତୀନ୍ଦ୍ର କର, ସମ୍ପାଦିକା ଅଲ ଓଡ଼ିଶା ସିଡୁଲ କାଷ୍ଟ ଫେଡରେସନ ଅଶୋକା ନାଏକ ଯୋଗଦେଇ ବାବା ସାହେବଙ୍କ ସମ୍ବିଧାନ ପ୍ରତି ସମର୍ପିତ ବଳିଦାନର ସ୍ମୃତିକୁ ଉଜାଗର କରିଥିଲେ।

ଏହି କାର୍ଯ୍ୟକ୍ରମରେ ସାମାଜିକ ମୁଖ୍ୟ ଅଳ ଓଡ଼ିଶା ସିଡୁଲ କାଷ୍ଟ ଫେଡରେସନ ଧବଳେଶ୍ବର ନାଗ, ସମ୍ପାଦକ କୌଶିକ ଦୁରିଆ, ସଙ୍ଗଠନ ସମ୍ପାଦକ ତେଜରାଜ ଦୁରିଆ, ରତ୍ନାକର ବେମାଲ, କୋଷାଧ୍ୟକ୍ଷ ଦିବାକର ଦୁର୍ଗା, ଭୁବନେଶ୍ବର ଦୁର୍ଗା ଓ ଆମ୍ବେଦକର ପ୍ରେମୀମାନେ ଶତାଧିକ ସଂଖ୍ୟାରେ ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.