ଓଡ଼ିଆ ସମାଜ କୋଦଳା ମନ୍ଦାକର ବାର୍ଷିକ ସମ୍ମିଳନୀ

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଫାସୀ ଠାରେ କୋଦଳା ମଣ୍ଡଳ ଓଡ଼ିଆ ସମାଜର ଏକ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ ସମ୍ମିଳନୀରେ ପ୍ରଶାନ୍ତ କୁମାର ପ୍ରଧାନ ସଭାପତିତ୍ୱ କରିଥିବା ବେଳେ ଉପ ସଭାପତି ବ୍ରଜ କିଶୋର ସ୍ୱାଇଁ ଓ ଭିକାରି ଚରଣ ରାଉତ, କୋଷାଧକ୍ଷ ଗୁରୁଚରଣ ସ୍ୱାଇଁଙ୍କ ସମେତ ମନୋଜ ସାହୁ, ଭଗବାନ ସାହୁ ପ୍ରଫୁଲ ଚନ୍ଦ୍ର ପଳାଇ, ଭଗବାନ ପ୍ରଧାନ ସମେତ କୋଦଳା ମଣ୍ଡଳର ୬୧ ଜଣ ସଦସ୍ୟଙ୍କ ଉପସ୍ଥିତିରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା l ଉକ୍ତ ସମ୍ମିଳନୀରେ ମଣ୍ଡଳ ସ୍ତରୀୟ ଲୋକମାନଙ୍କ ସୁବିଧା ଅସୁବିଧା ବୁଝିବା ସହ ଓଡ଼ିଆ ସମାଜର ଯେଉଁ ଛାତ୍ର ଛାତ୍ରୀ ମାନେ ପରୀକ୍ଷାରେ ଭଲ ନମ୍ବର ରଖି କୃତକାର୍ଯ୍ୟ ହେବେ ସେମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ନିଷ୍ପତି ହୋଇଥିଲା l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.