ରାୟଗଡା ନିର୍ମାଣ ଶ୍ରମିକ ମହାସଂଘର ନୂତନ କର୍ମକର୍ତ୍ତା ଚୟନ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଲା ସଦର ମହକୁମାର ତେଜସ୍ବୀ ହୋଟେଲ ଠାରେ ନିର୍ମାଣ ଶ୍ରମିକ ମହାସଂଘର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ମହାସଂଘର ସଭାପତି ନିରଂଜନ ପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ ବୈଠକରେ ମୂଖ୍ଯ ଅତିଥି ଭାବେ ଇଣ୍ଡିଆନ ନେସନାଲ୍ ଟ୍ରେଡ୍ ୟୁନିଅନ କଂଗ୍ରେସ (ଆଇଏନଟିୟୁସି)ର ଜିଲ୍ଲା ସଭାପତି ଭବାନୀ ଶଙ୍କର ଜେନା, ମୂଖ୍ଯ ବକ୍ତା ଭାବେ ନିରଂଜନ ପାତ୍ର ନେସନାଲ୍ ପଂର୍ଣ୍ଟ ଅଫ ଇଣ୍ଡିଆନ୍ ଟ୍ରେଡ୍ ୟୁନିଅନ ର ଅଥରାଇଜ୍ ପରସନ୍ ତଥା ବିଜୁ ଶ୍ରମିକ ସାମୁଖ୍ୟ ର ରାୟଗଡ଼ା ଜିଲ୍ଲା ସଭାପତି ଏବଂ ଅବିଭକ୍ତ କରାପୁଟ ଜିଲ୍ଲା ସଂଯୋଜକ, ସିଆଇଟିୟୁ (କାଉଁସିଲ୍ ଅପଂ ଇଣ୍ଡିଆନ୍ ଟ୍ରେଡ୍ ୟୁନିଅନ)ର ଏ ରାଜୁ, ଏଆଇଟିୟୁସି (ଅଲ୍ ଇଣ୍ଡିଆ ଟ୍ରେଡ୍ ୟୁନିଅନ କଂଗ୍ରେସ)ର ଜିଲ୍ଲା ସଭାପତି ବଳରାମ କୁସୁଲିଆ, ବିଏମଏସର ଅଥରାଇଜ୍ ପରସନ୍ ଖଗେଶ୍ୱର ସିଂ, ଏଚଏମଏସର ଅଥରାଇଜ୍ ପରସନ୍ ଗଣେଶ ହିମିରିକାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ । ନିର୍ମାଣ ଶ୍ରମିକ ଭାଇ ମାନଙ୍କ ବିଭିନ୍ନ ପ୍ରକାର ସମସ୍ୟା ଉପରେ ସାମୁହିକ ଭାବେ ଆଲୋଚନା ଚର୍ଚ୍ଚା କରିବା ପରେ ନିର୍ମାଣ ଶ୍ରମିକ କ୍ଷେତ୍ର ତଥା ଅଣ ସଂଗଠିତ ଶ୍ରମିକ କ୍ଷେତ୍ରରେ କାମ ବୃଦ୍ଧି ହେଉଥିବାରୁ ଅଣ ସଂଗଠିତ ଶ୍ରମିକ ଏବଂ ନିର୍ମାଣ ଶ୍ରମିକ ମହାସଂଘ ନାମରେ ସଂଘ ଗଠନ କରାଯାଇ ମହାସଂଘର ସଂପ୍ରସାରଣ କରାଯିବା ନିମନ୍ତେ ପ୍ରସ୍ତାବ ରଖିଥିଲେ । ସର୍ବ ସମ୍ମତି କ୍ରମେ ଏକ ୨୫ ଜଣିଆ ନୂତନ କମିଟି ଗଠନ କରାଗଲା । ନିର୍ମାଣ ଶ୍ରମିକ ଏବଂ ଅଣ ସଂଗଠିତ ଶ୍ରମିକ ମହାସଂଘ ନାମରେ ନାମକରଣ କରାଯିବା ପରେ ମୂଖ୍ଯ ଉପଦେଷ୍ଟା ଭାବେ ଚିତରଂଜନ ରାଉତ ରାଏ, ଯୁଗ୍ମ ମୂଖ୍ଯ ଉପଦେଷ୍ଟା ଭବାନୀ ଶଙ୍କର ଜେନା, ସଭାପତି ରୂପେ ନିରଂଜନ ପାତ୍ର, ଉପ ସଭାପତି ବଳରାମ କୁସୁଲିଆ, ଉପ ସଭାପତି ରୁନା ନାୟକ, ଉପ ସଭାପତି ଦୟା ନାୟକ, ଉପ ସଭାପତି ବସନ୍ତ ପାତ୍ର, ଉପ ସଭାପତି ପଂକିର କାଣ୍ଟା, ସାଧାରଣ ସମ୍ପାଦକ ଖଗେଶ୍ୱର ସିଂ, ସହ ସମ୍ପାଦକ ଅଜୟ ବେନିଆ, ସହ ସମ୍ପାଦକ ଏ କିରଣ କୁମାର, ସହ ସମ୍ପାଦକ ମୁରଲି ହିମିରିକା, ସହ ସମ୍ପାଦକ ପବିତ୍ର ବାଗ୍, ସହ ସମ୍ପାଦକ ମାଧବ ଗରଡ଼ିଆ, କାର୍ଯ୍ୟନିର୍ବାହି ସଦସ୍ଯ ପ୍ରେମାନନ୍ଦ କୁଲଦିପ, ଧନଂଜୟ କଣ୍ଟା ବଂଶ, ଗଜେନ୍ଦ୍ର ଗୌଡ଼, ପ୍ରବଳ ପାଇକ, ଟାଙ୍ଗୁରୁ ବିଡ଼ିକା, ପ୍ରଦିପ ପ୍ରଦାଣ୍ଡପୁ, ରମେଶ କିଲାକା, ରଂଜିତ ମାଝି, ମାନସିଙ୍ଗ ଅଟକା, ମଧୁସୁଦନ କଣ୍ଟା, ରମେଶ କିଲାନି ଓ ଅନିରୁଦ୍ଧ ନିମାଲା ମନୋନୀତ ହୋଇଛନ୍ତି । ଏହି କମିଟି ଆସନ୍ତା ୨୦୨୫ ବର୍ଷ ପର୍ଯ୍ୟନ୍ତ ୩ ବର୍ଷ କାର୍ଯ୍ୟକାରୀ କରିବ । ୩ ବର୍ଷ ପରେ ପୁଣି ପୁନର୍ଗଠନ କରାଯିବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.