ଚଳିତ ଶିକ୍ଷା ବର୍ଷରୁ +୨ କଳାରେ ନାମଲେଖା ପାଇଁ ସଚେତନତା କାର୍ଯ୍ୟକ୍ରମ


ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ରାଜ୍ୟ ସରକାର ବହୁ ହାଇସ୍କୁଲକୁ କଲେଜରେ ରୁପାନ୍ତରିତ କରିଥିବା ବେଳେ ଗଞ୍ଜାମ ଜିଲ୍ଲାର ଆଠଟି ହାଇସ୍କୁଲରେ ପ୍ରଥମ ପର୍ଯ୍ୟାୟରେ +୨ କଳା ନିମନ୍ତେ ଚଳିତ ଶିକ୍ଷାବର୍ଷରୁ ପାଠପଢା ଆରମ୍ଭ କରାଯିବ। ସେଥି ମଧ୍ୟରେ ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ଖୋଜାପଲୀ ସ୍ଥିତ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଏକାଦଶ ଶ୍ରେଣୀରେ ଚଳିତ ଶିକ୍ଷା ବର୍ଷ ୨୦୨୩-୨୪ ନିମନ୍ତେ + ୨ କଳାରେ ପାଠପଢା ଆରମ୍ଭ ହେବ। ମୋଟ ୧୨୮ ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ ଅଧ୍ୟୟନ କରିବାର ବ୍ୟବସ୍ଥା ରହିଛି। ଏନେଇ ବିଦ୍ୟାଳୟ ପରିସରରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭିକାରୀ ଶବର ସଭାପତିତ୍ବ କରିଥିବା ବେଳେ କେଶପୁର ମହାବିଦ୍ୟାଳୟର ଅଧ୍ୟାପକ ଅଶୋକ କୁମାର ପଲେଇ,ଗୋଷ୍ଠୀ ଶିକ୍ଷା ଅଧିକାରୀ କିଶୋର ଚନ୍ଦ୍ର ବେହେରା, ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ଅଶୋକ କୁମାର ତ୍ରିପାଠୀ, ସ୍ଥାନୀୟ ସରପଞ୍ଚ ମହେଶ୍ବର ସ୍ବାଇଁ, ପୂର୍ଣ୍ଣ ଚନ୍ଦ୍ର ମର୍ଦରାଜ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପଣ୍ଡା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସନ୍ତୋଷ ଗୌଡ, ସିଆରସିସି ମନୋଜ କୁମାର ପଣ୍ଡା, କିଶୋର ପଲେଇ କଲେଜ ଅଧ୍ୟାପକ ମହେଶ୍ବର ବାରିକ, ଭିକାପଡା ପଞ୍ଚାୟତ ସରପଞ୍ଚ ପ୍ରତିନିଧି ବିମଳ ପରିଡା, ଆଇତିପୁର ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଡାକ୍ତର ତରେଇ, ଖୋଜାପଲୀ ସମିତି ସଭ୍ୟା ପ୍ରତିନିଧି ହର୍ଷ ସ୍ବାଇଁ, କୈରାଶି ସ୍କୁଲ ପ୍ରଧାନ ଶିକ୍ଷକ ଜୟରାମ ପ୍ରଧାନ, ଦୂର୍ଯ୍ୟୋଧନ ପଲେଇ ଓ ଅବସରପ୍ରାପ୍ତ ଶିକ୍ଷକ କାମିନୀ ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ ଥିଲେ। ସିଆରସିସି ଶୁଭେନ୍ଦୁ କୁମାର ରାଉତ ମଞ୍ଚ ପରିଚାଳନା କରିଥିଲେ। ଅଞ୍ଚଳର ବହୁ ଛାତ୍ରଛାତ୍ରୀ, ଅଭିଭାବକ, ବିଭିନ୍ନ ଗ୍ରାମର ଭଦ୍ରବ୍ୟକ୍ତି ମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ। ଅଞ୍ଚଳବାସୀ ନିଜ ନିଜ ପିଲା ମାନଙ୍କୁ ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମ ଲେଖାଇ ସମସ୍ତ ସିଟ ପୁରଣ କରିବା ପାଇଁ ଶପଥ ନେବା ପାଇଁ ବକ୍ତା ମାନେ ନିଜ ନିଜର ବକ୍ତବ୍ୟ ମାଧ୍ୟମରେ ମତ ପ୍ରକାଶ କରିଥିଲେ। ଶେଷରେ ଶିକ୍ଷକ ସୁଶାନ୍ତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.