ସୋନପୁରରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା
ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ସର୍ଜନ କୁମାର ପାଣ୍ଡେ): ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଗତ ୨୩ ଅପ୍ରେଲ ଅକ୍ଷୟ ତୃତୀୟାରେ ପୁରୀ ଶ୍ରୀକ୍ଷେତ୍ର ଠାରୁ ବାହାରି ଥିବା ରାଜ୍ୟବ୍ୟାପୀ ଲୋକସଂପର୍କ ଅଭିଯାନ ଆଜି ସୋନପୁର ଠାରେ ପହଞ୍ଚିବା ପରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ସହରର ପ୍ରବେଶ ପଥରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦେଇ ତାଙ୍କୁ ନଗର ପରିକ୍ରମା କରାଇ ସହରର ଏନଜିଓସିସି ହଲକୁ ପାଛୋଟି ଆଣି ଥିଲେ। ପଥରେ ସହରର ପଟାଭାଡି ନିକଟସ୍ଥ ସୁରେନ୍ଦ୍ର ସାଏ ଛକରେ ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ପରେ ଏନଜିଓସିସି ହଲରେ ପହଞ୍ଚି ଜିଲ୍ଲାର ଚାଷୀ ପ୍ରତିନିଧି ମାନଙ୍କୁ ନେଇ ଏକ ସଭା କରିଥିଲେ। ରାଜ୍ୟରେ ଶତକଡା ୮୦ ପ୍ରତିଶତ ଚାଷୀ ରହିଥିବା ବେଳେ ମିଳିତ ଭାବରେ ଏକଜୁଟ୍ ନହେବା କାରଣରୁ ବାରମ୍ବାର ଚାଷୀ ଅବହେଳା ର ଶୀକାର ହୋଇଛନ୍ତି। ରାଜ୍ୟର ନିର୍ବାଚିତ କୌଣସି ବି ସରକାର ଚାଷୀ ମାନଙ୍କର ପ୍ରକୃତ ସ୍ୱାର୍ଥ ପ୍ରତିଆଖି ବୁଜି ଦେଇଥିବା କାରଣରୁ ଓଡ଼ିଶାର ଚାଷୀ ଆଜି ସବୁଠି ଅବହେଳିତ । ନିଜ ଭିତରେ ଏକତା ସୃଷ୍ଟି କରି ନିଜ ଚେତନାକୁ ଜାଗ୍ରତ କରି ଏକ ମିଳିତ ଭାବରେଏକଜୁଟ୍ ହୋଇ ସମସ୍ତ ଙ୍କର ସ୍ୱର ଏକହୋଇ ‘ଆମର ଦରକାର ଚାଷୀ ସରକାର’ ଭଳି ଏକ ବୃହତ୍ତର ନାରା ହିଁ ଚାଷୀ ମାନଙ୍କର ଭାଗ୍ୟ ର ପରିବର୍ତ୍ତନ କରିପାରିବ। ଆସନ୍ତା ୮ ମଇରେ ସମଗ୍ର ରାଜ୍ୟ ପରିକ୍ରମା କରି ଭୂବନେଶ୍ୱର ଠାରେ ଏହିଯାତ୍ରାର ଉଦଯାପନି ସମାରୋହ ଅନୁଷ୍ଠିତ ହେବାକୁଥିବାବେଳେ ରାଜ୍ୟର ବିଭିନ୍ନ ଅଞ୍ଚଳ ରେ ଏହି ଯାତ୍ରାରେ ଅଧିକ ରୁ ଅଧିକ ଚାଷୀ ସମ୍ମିଳିତ ହୋଇଥିବା ଏହା ନିଶ୍ଚିତ ଭାବରେ ଯାତ୍ରାର ସଫଳତାକୁ ସୂଚାଉଛି ବୋଲି ଚାଷୀ ପ୍ରତିନିଧି ସନ୍ତୋଷ ପ୍ରକାଶ କରିଛନ୍ତି। ଆଜିର ଏହି ସଭାରେ ନବନିର୍ମାଣ କୃଷକ ସଂଗଠନ ର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର, ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ସହ ସଂଯୋଜକ ନିମାଇଁ ରାୟ, ଉମାକାନ୍ତ ଭାରତ, ରଶ୍ମି ରଞ୍ଜନ ସ୍ୱାଇଁ, ମନୱର ଅଲ୍ଲୀଙ୍କ ସମେତ ଜିଲ୍ଲା ଉପଦେଷ୍ଟା ରାଜେନ୍ଦ୍ର ପ୍ରସାଦ ମିଶ୍ର, ସୁବର୍ଣ୍ଣପୁର ଜିଲ୍ଲା କୃଷକ ସଂଗଠନର ବୈକୁଣ୍ଠ ଶତପଥୀ, ଗଣେଶ ଆଞ୍ଚଳିକ କୃଷକ ସଂଗଠନର ଦେବାଶିଷ ଦାଶ, ବୀରମହାରାଜପୁର କୃଷକ ବିକାଶ ପରିଷଦର ପ୍ରଦୀପ ସ୍ୱାଇଁ, ସୁଧିର ବଘାର, ପୂର୍ଣ୍ଣଚନ୍ଦ୍ର ଧଳ, ମୌସମ ମିଶ୍ରଙ୍କ ସମେତ ଅନ୍ୟାନ୍ୟ ଚାଷୀ ସଂଗଠନର ନେତୃସ୍ଥାନୀୟ ବ୍ୟକ୍ତି ଓ ଅନେକ ଚାଷୀ ପ୍ରତିନିଧିମାନେ ଯୋଗ ଦେଇଥିଲେ।