ହିଟ୍‌ ମ୍ୟାନ୍‌ଙ୍କ ହିଟ୍ ରେକର୍ଡ; ମୁମ୍ବାଇ ପାଇଁ ଛକାର ଡବଲ ସେଞ୍ଚୁରୀ ପୂରା କଲେ ରୋହିତ ଶର୍ମା

ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: ଆଇପିଏଲ୍ ଛକା ମାରିବାରେ ରେକର୍ଡ କଲେ ରୋହିତ ଶର୍ମା। କ୍ରିକେଟର୍ ଏହି ମଜାଦାର ଫର୍ମାଟ୍‌ରେ ସର୍ବାଧିକ ୬ ମାରିଥିବା ଭାରତୀୟ ବ୍ୟାଟର ରୋହିତ ଗତକାଲି ମୁମ୍ବାଇ ପାଇଁ ଛକାର ଡବଲ ସେଞ୍ଚୁରି ମାରିଛନ୍ତି। ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମ୍‌ରେ ଗୁଜରାଟ  ବିପକ୍ଷରେ ଛକ୍କା ମାରି ରୋହିତ ଶର୍ମା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଛକାର ଡବଲ ସେଞ୍ଚୁରି ପୂରା କରିଛନ୍ତି। ୩୬ ବର୍ଷୀୟ ରୋହିତ ଶର୍ମା ପ୍ରଥମ ୩ ସଂସ୍କରଣରେ ଡେକାନ ଚାର୍ଜର ପାଇଁ ମ୍ୟାଚ୍ ଖେଳିଥିବା ବେଳେ ୨୦୧୧ ମୁମ୍ବାଇ ପାଇଁ ଡେବ୍ୟୁ କରିଥିଲେ। ଆଇପିଏଲ୍ କ୍ୟାରିୟରର ଏପର୍ଯ୍ୟନ୍ତ ୨୫୨ ଟି ଛକ୍କା ମାରିଥିବା ରୋହିତ ଦ୍ୱିତୀୟ ସର୍ବାଧିକ ସିକ୍ସ ମାରିଥିବା ବ୍ୟାଟର ହୋଇଛନ୍ତି। ଏହା ପୂର୍ବରୁ ଏହି ରେକର୍ଡ କ୍ରିସ୍ ଗେଲ୍‌ଙ୍କ ନାଁରେ ରହିଛି। ଗେଲ୍ ଆଇପିଏଲ୍‌ରେ ମୋଟ ୩୫୭ ଟି ଛକା ମାରି ସର୍ବାଧିକ ୬ ମାରିଥିବା ବ୍ୟାଟର ହେବାର ଗୌରବ ଅର୍ଜନ କରିଛନ୍ତି। ସୂଚନା ଥାଉକି ଗତକାଲି ୨୦୨୩ ଆଇପିଏଲ୍‌ର ୫୭ ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଗୁଜରାଟ ଟାଇଟନ୍ସ ୨୭ ରନ୍‌ରେ ପରାସ୍ତ କରିଥିଲା। ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୨୧୯ର ବିଶାଳ ସ୍କୋର ଟାର୍ଗେଟ୍ ଦେଇଥିବା ବେଳେ ଗୁଜରାଟ ୮ ୱିକେଟ୍ ହରାଇ ମାତ୍ର ୧୯୧ ରନ୍ କରିପାରିଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.