ଲଡୁଗାଁ ଆଞ୍ଚଳିକ ଯୁବ ଯାଦବ ସମିତିର ସମାବେଶ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ଆଜି (ରବିବାର) ଲଡୁଗାଁ ଆଞ୍ଚଳିକ ଯୁବ ଯାଦବ ସମିତିର ଏକ ବିଶାଳ ସମାବେଶ ଅନୁଷ୍ଠିତ ହୋଇଛି। ପ୍ରଥମେ ସମସ୍ତ ଅତିଥି ମାନେ ମଞ୍ଚାସୀନ ହେବାପରେ ସମାଜର ଆରଧ୍ୟ ଦେବ ଯଦୁପତି ଭଗବାନ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ ଉତ୍କଳ ଯାଦବ ମହାସଭାର ସମ୍ପାଦକ ସ୍ବର୍ଗତ ଧନେଶ୍ୱର ଭାଟିଙ୍କ ସ୍ମୃତି ଉଦ୍ଧେଶ୍ୟରେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। କୋକସରା ଯୁବ ଯାଦବ ସମିତି ସଭାପତି ଶରତ ଚନ୍ଦ୍ର ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମାବେଶରେ ମୂଖ୍ୟ ଅତିଥିଭାବେ କୋକସରା ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ବାଗ, ମୁଖ୍ୟବକ୍ତା ଭାବେ କୋକସରା ବ୍ଲକ ଯାଦବ ସମିତି ସାଧାରଣ ସମ୍ପାଦକ ଅଲେଖ ଚନ୍ଦ୍ର ଗୋପାଳ ଯୋଗଦେଇ ଯୁବ ଯାଦବ ବିନା ସମାଜ ତିଷ୍ଠିବା ଅସମ୍ଭବ, ତେଣୁ ଯୁବକ ମାନେ ସଦା ସର୍ବଦା ଆଗଭର ହେବାପାଇଁ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନୀତ ଅତିଥି ପୂର୍ବତନ ଧର୍ମଗଡ଼ ଉପଖଣ୍ଡ ସମ୍ପାଦକ ଡମ୍ବରୁଧର ଖର୍ସେଲ, କୋକସରା ବ୍ଳକ ଯାଦବ ମହାସଭା ସଭାପତି ବିନୋଦ ରାଉତ, ସହ ସମ୍ପାଦକ ଧନସିଂ ବାଗ, କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ସାଧାରଣ ସମ୍ପାଦକ ଲିଙ୍ଗରାଜ ବେହେରା, ଜିଲ୍ଲା ଯୁବ ଯାଦବ ଯୁଗ୍ମ ସମ୍ପାଦକ ହିମାଞ୍ଚଲ ରାଉତ, ଲଡୁଗାଁ ଅଞ୍ଚଳିକ ଯାଦବ ସମିତି ଉପ ସଭାପତି ଶଙ୍କର ବାରିକ, ରାଜିବ ହଂସ, କାର୍ଯ୍ୟକାରୀ ସଭାପତି ରୁସ୍ୟସୃଙ୍ଗ ଜାଲ, ସୁଧାଂଶୁ ଶେଖର ନାଗ, ମେଘନାଦ ଚଣ୍ଡୀ, କଳ୍ପେଶ୍ବର ଭାଟି, କୁସୁମଖୁଣ୍ଟି ଆଞ୍ଚଳିକ ଯାଦବ ସମିତି ସମ୍ପାଦକ ହିରଣ୍ୟ ବେହେରା, ଜଗଦୀଶ ନାଏକ, ତୁଲାରାମ ବେହେରା ପ୍ରମୁଖ ମଞ୍ଚାସୀନ ହୋଇଥିଲେ। ଏହି ଅବସରରେ ସମାଜର ଅବହେଳିତ ଓ ଦୁର୍ବଳ ସ୍ଥିତିରେ ଥିବା ପରିବାରକୁ ସହଯୋଗ ପ୍ରଦାନ, ଶିକ୍ଷା, ସ୍ବାସ୍ଥ୍ୟ, ଅର୍ଥନୈତିକ, ରାଜନୈତିକ, ଓବିସି ସଂଗ୍ରକ୍ଷଣ ବ୍ୟବସ୍ଥା ଓ ବର୍ତ୍ତମାନ ଚାଲିଥିବା ଓବିସି ସର୍ଭେ ବିଷୟରେ ଆଲୋଚନା ହୋଇଥିଲା। ଏବଂ ରାଷ୍ଟ୍ରୀୟ ଓବିସି ଜାତି ଆଧାରିତ ଜନଗଣନା ପାଇଁ ଦାବି ଉଠିଥିଲା। ଏହି ସମାବେଶରେ ଫକୀର ମୋହନ ହଂସ, ମଧୁ ସୁଦନ ଚଣ୍ଡୀ, ମକରନ୍ଦ ହଂସ, ଈଶ୍ବର ହଂସ, ଭଗବାନ ହଂସ ସମେତ ବ୍ଳକର ବିଭିନ୍ନ ଅଞ୍ଚଳରୁ ଶତାଧିକ ଆଞ୍ଚଳିକ ଯାଦବ ସମାଜର କର୍ମକର୍ତ୍ତା ମାନେ ଯୋଗଦେଇ ଥିଲେ। ମଞ୍ଚକୁ ଲଡୁଗାଁ ଆଞ୍ଚଳିକ ଯୁବ ଯାଦବ ସମ୍ପାଦକ ଯୋଗୀନ୍ଦ୍ର ହଂସ ଓ ସୁଧୀର କୁମାର ନାଗ ପରିଚାଳନା କରିଥିଲେ। ଅନୀଲ ରାଉତ, ଅଶ୍ବିନୀ ରାଉତ, ମକରନ୍ଦ ବଚ୍ଛା, ଦୁର୍ଯୋଧନ ତାଣ୍ଡି, ଲିଙ୍ଗରାଜ ନାଗ, ରୁକ୍ମଣ ବାରିକ, କୁରୁକ୍ଷେତ୍ର ନାଗ, କିଶୋର ନାଗ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଗିରିଧାରୀ ଯୁଏଡ ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.