ଜିଲ୍ଲା ମିଳିତ ଅମଲା ମଞ୍ଚର ଗୁରୁତ୍ୱପୂର୍ଣ୍ଣ ବୈଠକ

ଦାବି ପୂରଣ ନ ହେଲେ କାର୍ଯ୍ୟବନ୍ଦ ଚେତାବନୀ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ସ୍ଥାନୀୟ ଅମଲା ଭବନ ପରିସରରେ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ କଳାହାଣ୍ଡି ଶାଖାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ମଞ୍ଚର ଅଧ୍ୟକ୍ଷ ଜିତେନ୍ଦ୍ର କୁମାର ମୁଣ୍ଡଙ୍କ ସଭାପତିତ୍ୱ ତଥା ଆଶୁତୋଷ ମିଶ୍ରଙ୍କ ଆବାହକତ୍ୱରେ ଆୟୋଜିତ ଉକ୍ତ ବୈଠକରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଳକରେ କାର୍ଯ୍ୟରତ ଅମଲାମାନେ ଅଂଶଗ୍ରହଣ କରିଥିଲେ। ଓଡ଼ିଶା ଅମଲା ସଙ୍ଘ କଳାହାଣ୍ଡି ଜିଲ୍ଲା ସଭାପତି ସୁକାନ୍ତ ମହାପାତ୍ର, ଟ୍ରେଜେରୀ ଅମଲା ସଂଘ ସଭାପତି ସମରେନ୍ଦ୍ର ପଣ୍ଡା ଓ ସ୍ୱାସ୍ଥ୍ୟ ବିଭାଗରୁ ବ୍ରଜବନ୍ଧୁ ମୁଣ୍ଡ ମଞ୍ଚାସିନ ଥିଲେ। କନିଷ୍ଠ ସହାୟକ ମାନଙ୍କ ମୂଳ ଦରମା ଲେଭେଲ-୯ ଗ୍ରେଡ ପେ-୪୨୦୦ କରିବା ପାଇଁ ସରକାରଙ୍କୁ ଚାପ ପକାଇବା ନିମନ୍ତେ ମତପ୍ରକାଶ ପାଇଥିଲା। ରାଜ୍ୟ ସରକାରଙ୍କୁ ଏ ସଂକ୍ରାନ୍ତୀୟ ଚରମ ଦାବିପତ୍ର ଗତ ମେ ୧ ତାରିଖ ଦିନ ମୁଖ୍ୟ ଶାସନ ସଚିବଙ୍କ ଜରିଆରେ ପ୍ରଦାନ କରାଯାଇଥିଲା। ଯାହାର ନକଲ କଳାହାଣ୍ଡି ଜିଲ୍ଲାପାଳ ତଥା ପ୍ରତ୍ୟେକ କାର୍ଯ୍ୟାଳୟ ମୁଖ୍ୟଙ୍କୁ ପ୍ରଦାନ କରାଯାଇଛି। ରାଜ୍ୟ ସଂଘର ନିଷ୍ପତି ଅନୁଯାୟୀ ଆଗାମୀ ୨୧ତାରିଖ ସୁଦ୍ଧା ସରକାର ଅମଲା ମାନଙ୍କ ଦାବି ଉପରେ ସକାରାତ୍ମକ ନିଷ୍ପତି ନ ନେଲେ ୨୨ରୁ ୩୦ ତାରିଖ ପର୍ଯ୍ୟନ୍ତ ପ୍ରତିବାଦ ସ୍ବରୂପ କଳାବ୍ୟାଚ ପରିଧାନ ତଥା ଜୁନ୧ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସମୂହ ଛୁଟି ଓ କାର୍ଯ୍ୟ ବନ୍ଦ ନିମନ୍ତେ ନିଷ୍ପତି ନିଆଯାଇଛି। ଏହି ବୈଠକରେ ଜିଲ୍ଲାର ସମସ୍ତ ବ୍ଲକ ନିମନ୍ତେ ଅଧ୍ୟକ୍ଷ ଓ ଆବାହକ ଚୟନ କରାଯାଇଥିଲା। ଉପସ୍ଥିତ ଅମଲା ମାନଙ୍କ ମଧ୍ୟରୁ ରାଜକିଶୋର ସାହୁ, ଟଂକଧର ସାହୁ, ମନୋରଞ୍ଜନ ଛତ୍ରପାଳ ପ୍ରମୁଖ ମତାମତ ରଖିଥିଲେ। ଶେଷରେ ସୁଶାନ୍ତ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.