ସିବିଆଇ ନିର୍ଦ୍ଦେଶକ ନିଯୁକ୍ତି ପାଇଁ ଚୟନ ହୋଇଛନ୍ତି ଏହି ୩ ଆଇପିଏସ୍ ଅଫିସର

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ସିବିଆଇ ନିର୍ଦ୍ଦେଶକ ସୁବୋଧ କୁମାର ଜୟସ୍ୱାଲ୍‌ଙ୍କ ଦୁଇ ବର୍ଷିଆ କାର୍ଯ୍ୟକାଳ ମେ ୨୫ ତାରିଖରେ ଶେଷ ହେବାକୁ ଯାଉଥିବା ବେଳେ ପରବର୍ତ୍ତୀ ନିର୍ଦ୍ଦେଶକ କିଏ ହେବ ସେ ନେଇ କୌଣସି ଚର୍ଚ୍ଚା ଲାଗି ରହିଛି। ୩ ବରିଷ୍ଠ ଆଇପିଏସ୍ ଅଫିସରଙ୍କ ମଧ୍ୟରୁ ଜଣଙ୍କୁ ଏହି ପଦରେ ନିଯୁକ୍ତି ଦେଇପାରନ୍ତି କେନ୍ଦ୍ର ସରକାର। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ ଓ ବିରୋଧୀ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ଦ୍ୱାରା ଗଠିତ କମିଟି ୩ ନାଁକୁ ଚୟନ କରିଛନ୍ତି। ଶନିବାର ସନ୍ଧ୍ୟାରେ ଏନେଇ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। ବୈଠକରେର ପ୍ରବୀଣ ସୁଦ(ଡିଜିପି କର୍ଣ୍ଣାଟକ), ସୁଧୀର ସକ୍ସେନା(ଡିଜିପି ମଧ୍ୟପ୍ରଦେଶ) ଓ ତାଜ ହସନଙ୍କ ନା ସିବିଆଇର ପରବର୍ତ୍ତୀ ନିର୍ଦ୍ଦେଶକ ପାଇଁ ଚୟନ କରାଯାଇଛି। ଏହି  ୩ ଆଇପିଏସ୍ ଅଫିସରଙ୍କ ମଧ୍ୟରୁ ଜଣଙ୍କୁ ସିବିଆଇ ନିର୍ଦ୍ଦେଶକ ନିଯୁକ୍ତି ଦେବେ କେନ୍ଦ୍ର ସରକାର।୧୯୮୬ ବ୍ୟାଚ୍‌ର ଷ୍ଟେଟ୍ କ୍ୟାଡର ଆଇପିଏସ୍ ଅଫିସର ପ୍ରବୀଣ ସୁଦଙ୍କ ନାଁ ମାର୍ଚ୍ଚ ମାସରେ ବେଶ୍ ଚର୍ଚ୍ଚାକୁ ଆସିଥିଲା। କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ଡି.କେ ଶିବକୁମାର ତାଙ୍କ ବିରୋଧରେ ବିଜେପିକୁ ସୁରକ୍ଷା ଦେଉଥିବାର ଅଭିଯୋଗ ଆଣିଥିଲେ। ଏନେଇ ସେ ଡିଜି ସୁଦଙ୍କ ଗିରଫଦାରୀ ବି ଦାବି କରିଥିଲେ। ସୂଚନା ଥାଉକି ସିବିଆଇ ନିର୍ଦ୍ଦେଶକ ଚୟନ ପ୍ରଧାନମନ୍ତ୍ରୀ, ଭାରତର ପ୍ରଧାନ ବିଚାରପତି ତଥା ଲୋକସଭାରେ ବିରୋଧୀ ଦଳର ନେତାଙ୍କ ଦ୍ୱାରା କରାଯାଇଥାଏ। ଯିଏ ବି ହେବେ ସର୍ବନିମ୍ନ ୨ ବର୍ଷ ପାଇଁ ଏହି ପଦରେ ନିଯୁକ୍ତ ହେବେ। ଯଦି ଆବଶ୍ୟକ ପଡ଼ିବ ତାହେଲେ ଏହି କମିଟି ସିବିଆଇ ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳକୁ ୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିପାରିବ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.