ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଖଲ୍ଲିକୋଟ ବ୍ଲକ ଡ଼ିମିରିଆ ପଞ୍ଚାୟତର ଏନ୍. ବରପଲି ଗ୍ରାମରେ ଅଖିଳ ଭାରତ କୃଷକ ସଭାର ଗଞ୍ଜାମ ଜିଲ୍ଲା ସମ୍ବିଳନୀ ଉଦଘାଟିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ କୃଷକ ସଭାର ସର୍ବଭାରତୀୟ ଉପସଭାପତି ଆଶିଷ କାନୁନଗୋ, କୃଷକ ସଭାର ରାଜ୍ୟ ଉପସଭାପତି ରାମଚନ୍ଦ୍ର ମୁଦୁଲି, ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀ ହର୍ଷ ରଥ, ସମ୍ପାଦକ ରାଜୀବ ଲୋଚନ ପଣ୍ଡା, ଜିଲ୍ଲା ଉପସଭାପତି ରଙ୍କନାଥ ସ୍ୱାଇଁ, ସହ ସମ୍ପାଦକ ଲଷ୍ମୀ ଚରଣ ପାଣିଗ୍ରାହୀ, ଅଭ୍ୟର୍ଥନା କମିଟି ସଭାପତି ରଘୁନାଥ ଗୌଡ଼, ଯୁବ ସଂଘର କାର୍ଯ୍ୟକାରୀ ସଭାପତି ମନୋଜ ଗୌଡ଼, କୃଷକ ନେତା ନୀଳକଣ୍ଠ ଦାସ, କମ୍ୟୁନିଷ୍ଟ ପାର୍ଟି ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର, ଓଡିଶା କୃଷକ ସଭା ନେତା ହରିକୃଷ୍ଣ ରେଡ୍ଡୀ ପ୍ରମୁଖ ଯୋଗ ଦେଇ ଗଞ୍ଜାମ ଜିଲ୍ଲା ତଥା ଓଡିଶାର କୃଷି ଓ କୃଷକ ମାନଙ୍କ ବିଭିନ୍ନ ପ୍ରମୁଖ ସମସ୍ୟା ଉପରେ ଆଲୋକପାତ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଵିରୋଧରେ ବିପ୍ଲବୀ ଭାଷଣ ଦେଇଥିଲେ । ଉକ୍ତ ଖୋଲା ଅଧିବେଶନରେ ଚାଷୀମାନଙ୍କ ସମସ୍ତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ପାଇଁ ଆଇନଗତ ଗ୍ୟାରେଣ୍ଟି ସହ ଧାନ କୁଇଣ୍ଟାଲ ପିଛା ୩ ହଜାର ଟଙ୍କା ପ୍ରଦାନ କରିବା, ଚାଷୀଙ୍କ ପାଇଁ ମଣ୍ଡି ସମସ୍ୟାର ସମାଧାନ ଓ ପେନସନ ପ୍ରଦାନ କରିବା ଏପରିକି ଜଳସେଚନ, ଶୀତଳ ଭଣ୍ଡାର, କୃଷିଋଣ ଛାଡ ଓ କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠା କରିବା ଭଳି ଦାବି ଉପସ୍ଥାପନ କରିଥିଲେ । ଏହି ସଭାସ୍ଥଳରେ ଡ଼ିମିରିଆ ସରପଞ୍ଚ ସବିତା ଗୌଡ଼ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ମିଳନୀରେ ପାଞ୍ଚଶହରୁ ଉର୍ଦ୍ଧ କୃଷକ ଓ ସାଧାରଣ ଜନତା ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଆଇନଜୀବୀ ଜୟରାମ ଦାସ,ସିମାଞ୍ଚଳ ବେହେରା,ରବି ସ୍ବାଇଁଙ୍କ ସମେତ ବହୁ କର୍ମକର୍ତ୍ତା ସହଯୋଗ କରିଥିଲେ।