କୋକସରା ବ୍ଲକର ସର୍ବ ସାଧାରଣ ବିଶ୍ରାମଗୃହ; ଲୋକଙ୍କ କାମରେ ଆସୁନାହିଁ, କେଉଁ ସ୍ବାର୍ଥରେ ହେଉଛି ମରାମତି ? 

ଓଡ଼ିଆ ବାର୍ତ୍ତା/ କୋକସରା,(ହିରଣ୍ୟ ବେହେରା) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାର୍ଯ୍ୟାଳୟ ପରିସରରେ ନିର୍ମାଣ ହୋଇଥିବା ସର୍ବ ସାଧାରଣ ବିଶ୍ରାମ ଗୃହ ନିର୍ମାଣ ପରଠାରୁ ଲୋକଙ୍କ କାମରେ କେବେ ମଧ୍ୟ ଆସିନାହିଁ । ଠିକଠାକ୍ ଥିବା ଏହି ବିଶ୍ରାମ ଗୃହ କେବେ ଯାତ୍ରୀଙ୍କ କାମରେ ଆସି ନଥିବା ବେଳେ ଏବେ କାହା ସ୍ବାର୍ଥରେ ମରାମତି କାରାଯାଉଛି ତାକୁ ନେଇ ପ୍ରଶ୍ନ ଉଠିଛି । ସୂଚନା ଯୋଗ୍ୟ ଯେ’ ଗତ ୩/୮/୨୦୧୫ ମସିହାରେ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓଙ୍କ କର କମଳରେ ଏହି ବିଶ୍ରାମ ଗୃହ ଉଦଘାଟନ ହୋଇଥିଲା । ଉଦ୍ଦେଶ୍ୟ ଥିଲା ଦୈନନ୍ଦିନ ବିଭିନ୍ନ କାମ ପାଇଁ ବ୍ଳକ କାର୍ଯ୍ୟାଳୟକୁ ଆସୁଥିବା ଜନ ସାଧାରଣ ଏଠାରେ ଆରାମରେ ବିଶ୍ରାମ କରିବେ । ଏବଂ ସେମାନଙ୍କ ସୁବିଧା ପାଇଁ ପଙ୍ଖା, ଚୌକି ଓ ପାନୀୟ ଜଳ ପାଇଁ ଥଣ୍ଡା ଫ୍ରିଜର ରହିଥିଲା । ହେଲେ ଉଦଘାଟନର କିଛି ଦିନ ପରେ ଏଥିରେ ତାଲା ଝୁଲିଲା । ଆଉ ଲୋକେଙ୍କ କାମରେ ଆସିଲା ନାହିଁ । ପରବର୍ତ୍ତୀ ସମୟରେ କିଛି ଦିନ ପାଇଁ ଆଧାର କେନ୍ଦ୍ର ଖୋଲା ଯାଇଥିଲା । ଏବେ ଏହି ବିଶ୍ରାମ ଗୃହରେ ବ୍ଳକ କେଣ୍ଟିନ୍ କରାଯାଇଛି । ଯାହା ଫଳରେ ଦୈନନ୍ଦିନ ବ୍ଳକ କାର୍ଯ୍ୟାଳୟ କୁ ବିଭିନ୍ନ କାର୍ଯ୍ୟ ନେଇ ଆସୁଥିବା ଜନ ସାଧାରଣ ବିଶ୍ରାମ ନେଇ ନପାରି ଏପାଖ ସେପାଖ ଗଛ ଛାଇ, ପାନ ଦେକାନ, ଚା’ ଦେକାନ ଆଦି ଦୋକାନ ପାଖରେ ଠିଆ ହୋଇ ରହୁଥିବା ଦେଖିବାକୁ ମିଳିଥାଏ । ଅନ୍ୟପଟେ ବ୍ଳକକୁ ଆସୁଥିବା ବୟସ୍କ ନାଗରିକ ମାନେ ବିଶ୍ରାମ କରିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହାଙ୍କ ଉଦ୍ଦେଶ୍ୟରେ ନିର୍ମାଣ ହୋଇଥିବା ଏହି ବିଶ୍ରାମ ଗୃହ ତା’ର କୌଣସି କାମରେ ଆସୁ ନଥିବାବେଳେ କେଉଁ ଉଦ୍ଦେଶ୍ୟରେ ଠିକଠାକ୍ ଥିବା ଗୃହକୁ ମରାମତି କରା ଯାଉଛି ତାକୁ ନେଇ ପ୍ରଶ୍ନ ଉଠିଛି । ଏମିତିରେ ଠିକାଦାର ପୋଷା ନୀତିରେ ଏହା ମରାମତି ହେଉଥିବା ନେଇ ଅନେକ ସ୍ଥାନରେ ଚର୍ଚ୍ଚା ଆଲୋଚନା ଆରମ୍ଭ ହେଲାଣି । ତେବେ ମରାମତି ପରେ ବିଶ୍ରାମ ଗୃହ ସାଧାରଣ ଲୋକଙ୍କ କାମରେ ଆସିବ ନା’ ପୁଣି ବ୍ଳକ କେଣ୍ଟିନ୍ ଚାଲିବ ତାହାକୁ ନେଇ ଦ୍ବନ୍ଦରେ ଜନ ସାଧାରଣ । ଏନେଇ ସହକାରୀ ଯନ୍ତ୍ରୀ ସର୍ବେଶ୍ୱର ପ୍ରଧାନଙ୍କୁ ପଚାରିବାରୁ ଏହାକୁ ନୂତନିକରଣ କରି କାଫେ ପାଇଁ କରାଯାଇଛି, ଅନ୍ୟପଟେ କୋକସରା ବିଡ଼ିଓ ଉତ୍ତମ କୁମାର ବାଗଙ୍କ ପ୍ରତିକ୍ରିୟା ନେବାରୁ ତାହା ବିଶ୍ରାମ ଗୃହ ହେବ ନା ବ୍ଲକ କେଣ୍ଟିନ ରହିବ ମତେ ଜଣା ନାହିଁ, ପ୍ରାୟ ତିନି ଲକ୍ଷ ଅଟକଳ ମୂଲ୍ୟ ଥିବା ବେଳେ ଆଗକୁ ଅଟକଳ ମୂଲ୍ୟ ବଢ଼ିପାରେ ବୋଲି କହିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.