ବାପୁଜୀ କ୍ଳଷ୍ଟର୍ ଜନ ଭାଗିଦାରୀ କାର୍ଯ୍ୟକ୍ରମ ପୁରୁଣାପଡା ଉ.ପ୍ରା. ବିଦ୍ୟାଳୟରେ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ସ୍ଥାନୀୟ ବାପୁଜୀ କ୍ଳଷ୍ଟର୍ ର ଜନ ଭାଗିଦାରୀ କାର୍ଯ୍ୟକ୍ରମ ସରକାରୀ ଉ. ପ୍ରା. ବିଦ୍ୟାଳୟ, ପୁରୁଣାପଡା ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମର ଆବାହକ ସିଆରସିସି ମିନତୀ କୁମାରୀ ପ୍ରଧାନଙ୍କ ତତ୍ତ୍ଵାବଧାନରେ ପୁରୁଣାପଡା ଉ.ପ୍ରା. ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜୟଶ୍ରୀ ବହିଦାର ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଏବିଇଓ ହୃଷିକେଶ ନାୟକ, ସମ୍ମାନୀତ ଅତିଥି ଭାବେ କାଉନସିଲର ମାନସୀ ଜେନା ଓ ମୁଖ୍ୟବକ୍ତା ଇନ୍ଦ୍ରଜିତ ମହାଖୁଡ ଥିବା ସ୍ଥଳେ ବିଭିନ୍ନ ବିଦ୍ୟାଳୟରୁ ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ, ପିତାମାତା, ସମାଜସେବୀ ମାନସ ଜେନା ସମେତ ଅନ୍ୟାନ୍ୟ ପଡାବାସୀ ଆଦି ବହୁତ ସଂଖ୍ୟାରେ ଯୋଗଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ମହାଖୁଡ ଜନ ଭାଗିଦାରୀ କାର୍ଯ୍ୟକ୍ରମର ଅର୍ଥ, ଗୁରୁତ୍ୱ ଉପରେ, ମୁଖ୍ୟ ଅତିଥି ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ହାସଲ, ସମ୍ମାନୀତ ଅତିଥି ଭାବେ ଶ୍ରୀମତୀ ଜେନା ଆମର ସହଯୋଗର ଆବଶ୍ୟକତା ଉପରେ ବୁଝାଇ ଥିଲେ। ସଭାପତି ଶପଥ ପାଠ କରାଇ ଧନ୍ୟବାଦ ଅର୍ପଣ କରିଥିଲେ। ସିଆରସିସି ଶ୍ରୀମତୀ ପ୍ରଧାନ ମୌଳିକ ସାକ୍ଷରତା ଓ ସଂଖ୍ଯାଜ୍ଞାନ ସମ୍ପର୍କରେ ବିଶଦ ଭାବେ ସଚେତନତା ଆଲୋଚନା, ସ୍ଳୋଗାନ, ଅଭିନୟ, କୁଇଜ୍, ନାଟକ, ଟିଏଲ୍ଏମ୍ ପ୍ରଦର୍ଶିତ କରାଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.