ଡିଜିଟାଲ ପେମେଣ୍ଟରେ ଭାରତ ବିଶ୍ବରେ ନମ୍ବର ୱାନ୍

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଡିଜିଟାଲ ପେମେଣ୍ଟରେ ବିଶ୍ୱକୁ ପଛରେ ପକାଇ ନମ୍ବ ୱାନ ହେଲା ଭାରତ। ଭାରତରେ ଡିଜିଟାଲ୍ ପେମେଣ୍ଟ ଯେଉଁ ଧାରାରେ ବଢ଼ିଛି ସେଥିରେ ବିଶ୍ୱର ସବୁ ଦେଶ ପଛରେ ପଡ଼ିଯାଇଛନ୍ତି। ସରକାରୀ ସୂଚନା ଅନୁସାରେ, ୨୦୨୨ରେ ବିଶ୍ୱରେ ହୋଇଥିବା ମୋଟ ଡିଜିଟାଲ୍ ପେମେଣ୍ଟର ୪୬ ପ୍ରତିଶତ ରିୟଲ ପେମେଣ୍ଟ ଭାରତରେ ହିଁ ହୋଇଛି। ବିଶ୍ୱର ୪ଟି ଦେଶରେ ହୋଇଥିବା ଡିଜିଟାଲ୍ ପେମେଣ୍ଟକୁ ମିଶାଇଲେ ଏକାକି ଭାରତରେ  ତା ଠାରୁ ଅଧିକ ଡିଜିଟାଲ୍ ପେମେଣ୍ଟ ହୋଇଛି। MyGovIndiaର ଆକଳନ ଅନୁସାରେ, ଭାରତରେ ୨୦୨୨ରେ ୮୯.୫ ନିୟୁତ ଡିଜିଟାଲ୍ କାରବାର ହୋଇଛି। ଏବଂ ଅନଲାଇନ୍ ପେମେଣ୍ଟ ଦୃଷ୍ଟିରୁ ଭାରତ ନୂତନ ରେକର୍ଡ କରିଛି। ଏଥିରେ ଭାଲ୍ୟୁ ଓ ମୋଟା ଅଙ୍କର ହିସାବକୁ ନିଆଯାଇଛି। ଭାରତର ପେମେଣ୍ଟଟ ଇକୋସିଷ୍ଟମ ଏବଂ ଏହାର ଗ୍ରହଣୀୟତା ଦ୍ରୁତ ଗତିରେ ବୃଦ୍ଧି ପାଉଛି ବୋଲି ନ୍ୟୁଜ୍ ଏଜେନ୍ସି ଏନ୍ଆଇକୁ ସୂଚନା ଦେଇ ଜଣେ ଆରବିଆଇ ବିଶେଷଜ୍ଞ କହିଛନ୍ତି। MyGovIndia ଏହି ରିପୋର୍ଟକୁ ଟୁଇଟ୍ କରିବା ସହ କହିଛି ଯେ ଡିଜିଟାଲ୍ ପେମେଣ୍ଟ କ୍ଷେତ୍ରରେ ଭାରତର ପ୍ରଭାବ ଅକ୍ଷୁର୍ଣ୍ଣ ରହିଛି। ଏଥିରେ, କ୍ରମାଗତ ନୂଆ ପ୍ରୟୋଗ ଓ ବ୍ୟାପକ ବ୍ୟାବହାର ଯୋଗୁ ଭାରତ କ୍ୟାସ୍‌ଲେସ୍ ବା ନଗଦବିହୀନ ଅର୍ଥନୀତି ଆଡକୁ ଅଗ୍ରସର ହେଉଛି। ୨୦୨୨ ମସିହାରେ ବ୍ରାଜିଲ ୨୯.୨ନିୟୁତ ଡିଜିଟାଲ ନେଣଦେଣ କରିଛି। ଡିଜିଟାଲ ପେମେଣ୍ଟରେ ବ୍ରାଜିଲ ଦ୍ୱିତୀୟ ସ୍ଥାନରେ ରହିଛି। ତୃତୀୟରେ ଅଛି ଚୀନ। ଚୀନରେ ୧୭.୬ ନିୟୁତ ଡିଜିଟାଲ କାରବାର ହୋଇଛି। ୧୬.୫ ନିୟୁତ କାରବାର ସହ ଥାଇଲ୍ୟାଣ୍ଡ ଚତୁର୍ଥ ଓ ୮ ମିଲିୟନ କାରବାର ସହିତ ଦକ୍ଷିଣ କୋରିଆ ପଞ୍ଚମ ସ୍ଥାନରେ ରହିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.